ଓଡିଶା

odisha

ETV Bharat / sports

ଦଳ ଚୟନ ନେଇ ପୂର୍ବତନ ଭାରତୀୟ କ୍ରିକେଟର ନାଖୁସ, ପନ୍ତଙ୍କ ପାଇଁ ଉଠିଲା ସ୍ୱର

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପରାଜୟ ପରେ ଚୂଡ଼ାନ୍ତ ଏକାଦଶକୁ ନେଇ ପ୍ରଶ୍ନ କଲେ ପୂର୍ବତନ ଭାରତୀୟ କ୍ରିକେଟର । ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ମିଳୁଛି ପରାମର୍ଶ । ଅଧିକ ପଢ଼ନ୍ତୁ

former Indian cricketers not happy with team India playing eleven selected so far in t20 world cup
ଟିମ୍‌ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ନାଖୁସ୍‌, ପନ୍ତଙ୍କୁ ସାମିଲ କରିବାକୁ ପରାମର୍ଶ

By

Published : Oct 31, 2022, 10:06 PM IST

ହାଇଦ୍ରାବାଦ:ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପରାଜୟ ପରେ ଚୂଡ଼ାନ୍ତ ଏକାଦଶକୁ ନେଇ ପ୍ରଶ୍ନ କଲେ ପୂର୍ବତନ ଭାରତୀୟ କ୍ରିକେଟର । ଅକ୍ଟୋବର ୩୦ ତାରିଖରେ ଟି୨୦ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାଜିତ ହୋଇଛି । ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୧୩୩ ରନ୍‌ କରିଥିଲା । ଏହି ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୯.୪ ଓଭରେ ହାସଲ କରିଥିଲା ।

ଗତକାଲିର ମ୍ୟାଚ୍‌ରେ ଭାରତର ବ୍ୟାଟିଂ ୟୁନିଟ୍‌ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲା । ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଲୁଙ୍ଗି ନିଗିଡିଙ୍କ ବଲ୍‌ରେ ଧରାଶାୟୀ ହୋଇଥିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର । ଏହାପରେ ଏକ ସାକ୍ଷାତକାରରେ ହରଭଜନ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକଦଶକୁ ନେଇ ଟିପ୍ପଣୀ କରିଛନ୍ତି । ହରଭଜନ କହିଛନ୍ତି, "କେ.ଏଲ୍‌ ରାହୁଲ ଜଣେ ଭଳ ବ୍ୟାଟର ଆମେ ସମସ୍ତେ ଜାଣିଛେ । ସେ ଜଣେ ମ୍ୟାଚ୍‌ ୱିନର । କିନ୍ତୁ ସେ ଯଦି ନିଜ ଫର୍ମକୁ ନେଇ ସଂଘର୍ଶ କରୁଛନ୍ତି ତେବ ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତକୁ ଭାରତ ସାମିଲ କରିବା ଦରକାର ।"

ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଦିନେଶ କାର୍ତ୍ତିକ ଆହତ ହୋଇଛନ୍ତି । ଯଦି ତାଙ୍କ ଆଘାତ ଗୁରତର ଥାଏ ତେବେ ଋଷଭ ପନ୍ତଙ୍କୁ ଓପେନିଂ କରାଇବାକୁ ପରାମର୍ଶ ଦେଇଛନ୍ତି ହରଭଜନ । ତାଙ୍କ ମୁତାବକ ଏଭଳି ଭାବରେ ଭାରତକୁ ଟିମ୍‌ ଇଣ୍ଡିଆକୁ ଓପେନିଂରେ ବାମହାତୀ ଡାହାଣ ହାତୀ ଯୋଡ଼ି ମିଳି ପାରିବ, ଅନୁରୂପ ଭାବରେ ଅଶ୍ବିନଙ୍କ ସ୍ଥାନରେ ଚହଲଙ୍କ ବିଷୟରେ ଚିନ୍ତା କରାଯାଇପାରେ । ରବିଚନ୍ଦ୍ରନ ଅଶ୍ବିନ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୪୩ ରନ୍‌ ଖର୍ଚ୍ଚ କରିଥିଲେ । ଚହଲ ରନ୍‌ ଖର୍ଚ୍ଚ କରି ପାରନ୍ତି କିନ୍ତୁ ୱିକେଟ୍‌ ଦକ୍ଷଲ କରିବା କ୍ଷମତା ତାଙ୍କ ପାଖରେ ରହିଛି ବୋଲି କହିଛନ୍ତି ହରଭଜନ ସିଂହ ।

ସେପଟେ ପୂର୍ବତନ ବିଶ୍ବବିଜେତା ଅଧିନାୟକ କପିଲ ଦେବ ମଧ୍ୟ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସାମିଲ କରାଇବାକୁ ପରାମର୍ଶ ଦେଇଛନ୍ତି । ପୂର୍ବତନ ଟେଷ୍ଟ ବ୍ୟାଟର ୱାସିମ ଜାଫର ଦୀପକ ହୁଡ୍ଡାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ନେଇ ପ୍ରଶ୍ନ କରିଛନ୍ତି । ଯଦି ସେ ବୋଲିଂ କରିବେ ନାହିଁ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତର ପ୍ରଦର୍ଶନ ଅତି ସାଧାରଣ ରହିଥିଲା । ଦଳ ପକ୍ଷରୁ ସାଧାରଣତ ବ୍ୟାଟିଂ ଓ ଫିଲ୍ଡିଂ ଦେଖିବାକୁ ମିଳିଥିଲା । ତେବେ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । ଯାହାଫଳରେ ଗୋଟିଏ ସମୟରେ ଭାରତ ପାଇଁ ମ୍ୟାଚ୍‌ ବିଜୟର ସୁଯୋଗ ସୃଷ୍ଟି ହୋଇଥିଲା । ତେବେ ମିଲର ମାକ୍ରମଙ୍କ ଶତକୀୟ ଭାଗିଦାରୀ ବଳରେ ଦକ୍ଷିଣ ଆଫ୍ରିକା ମ୍ୟାଚକୁ ହାତେଇ ନେଇଥିଲା ।

ଏପଟେ ପୂର୍ବତନ ଷ୍ଟାର କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି, "ଦିନେଶ କାର୍ତ୍ତିକ ବ୍ୟାଟିଂକୁ ନେଇ ଦ୍ବନ୍ଦ୍ୱରେ ଅଛନ୍ତି । ଅଧିକା ବଲ ମିଳିଲେ ଦିନେଶ ବ୍ୟାଟିଂ ସମୟରେ ସଠିକ ଭାବେ ସଟ ଖେଳିପାରୁ ନାହାଁନ୍ତି । ଏପଟେ କମ ବଲ ମିଳିଲେ ବଡ ସଟ ଖେଳିବାକୁ ଚେଷ୍ଟା କରୁଛନ୍ତି ।"

ABOUT THE AUTHOR

...view details