ଓଡିଶା

odisha

ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ପ୍ରବୀଣ ତାମ୍ବେ

ପୂର୍ବତନ ଜଣାଶୁଣା କ୍ରିକେଟର ପ୍ରବୀଣ ତାମ୍ବେ ଭୁବନେଶ୍ବର ପ୍ରିମିୟର ଲିଗ୍‌ର ଉଦଯାପନୀ ସନ୍ଧ୍ୟାରେ ଅତିଥିଭାବେ ଯୋଗଦେବାକୁ ଭୁବନେଶ୍ବର ଆସିଛନ୍ତି । ଅଧିକ ପଢନ୍ତୁ

By

Published : Nov 13, 2022, 4:50 PM IST

Published : Nov 13, 2022, 4:50 PM IST

ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ପ୍ରବୀଣ ତାମ୍ବେ
ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ପ୍ରବୀଣ ତାମ୍ବେ

ଭୁବନେଶ୍ବର :ଭୁବନେଶ୍ବର ଚନ୍ଦ୍ରଶେଖରାଠାରେ ଖେଳାଯାଉଛି ଭୁବନେଶ୍ବର ପ୍ରିମିୟର ଲିଗ୍ । ଏହି ପ୍ରିମିୟର ଲିଗର ଉଦଯାପନୀ ଉତ୍ସବରେ ଅତିଥି ଭାବରେ ଜଣାଶୁଣା କ୍ରିକେଟର ପ୍ରବୀଣ ତାମ୍ବେ ଯୋଗ ଦେବେ । ଏହି ଟୁର୍ଣ୍ଣାମେଣ୍ଟରେ ୧୨ଟି କ୍ରିକେଟ ଟିମ୍‌କୁ ନେଇ ଏହି ଭୁବନେଶ୍ବର ପ୍ରିମିୟର ଲିଗ୍ ଅନୁଷ୍ଠିତ ହୋଇଥିଲା । ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରବୀଣ ତାମ୍ବେ ।

ଭୁବନେଶ୍ୱରରେ ପୂର୍ବତନ କ୍ରିକେଟର ପ୍ରବୀଣ ତାମ୍ବେ

ଭୁବନେଶ୍ବରରେ ଚନ୍ଦ୍ରଶେଖରପୁରଠାରେ ଖେଳାଯାଉଛି ଭୁବନେଶ୍ବର ପ୍ରିମିୟର ଲିଗ୍ । ଏହି ପ୍ରିମିୟର ଲିଗରେ ୧୨ ଟି କ୍ରିକେଟ ଟିମ୍ ଭାଗ ନେଇଛନ୍ତି । ତିନି ଦିନି ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ବରସ୍ଥିତ ଚନ୍ଦ୍ରଶେଖରପୁରରେ ଖେଳାଯାଉଥିଲା । ଭାରତର ପୂର୍ବତନ ଜଣାଶୁଣା କ୍ରିକେଟର ପ୍ରବୀଣ ତାମ୍ବେ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସନ୍ଧ୍ୟାରେ ଅତିଥିଭାବେ ଯୋଗଦେବାକୁ ଭୁବନେଶ୍ବର ଆସିଛନ୍ତି । ପ୍ରବୀଣ ତାମ୍ବେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନଥିଲେ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ ( IPL) ରେ ତାଙ୍କର ଛାପ ଛାଡିଛନ୍ତି ।

ଆଇପିଏଲରେ ଦମଦାର ପ୍ରଦର୍ଶନ ନେଇ ତାଙ୍କ ନାମରେ ଭଲ ରେକର୍ଡ ରହିଛି । ସେ ୩୩ ଟି ଆଇପିଏଲ ମ୍ୟାଚ ଖେଳି ମୋଟ ୨୮ ଟି ୱିକେଟ ନେଇଛନ୍ତି । ସେ ୨୦୧୩ ମସିହାରେ ରାଜସ୍ତାନ ରୟାଲ୍ସ ପକ୍ଷରୁ ଦିଲ୍ଲୀ ଡେୟାର ଡେଭିଲ୍ସ ବିପକ୍ଷରେ ଖେଳି ପ୍ରଥମ IPL ମ୍ୟାଚ ଡେବ୍ୟୁ କରିଥିଲେ । ଏହାପରେ ସେ ଶେଷଥର ପାଇଁ ବର୍ଷ ୨୦୧୬ ମସିହାରେ ଗୁଜରାଟ ଲାୟନ୍ସ ପକ୍ଷରୁ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗୋଲର ବିପକ୍ଷରେ ଖେଳିଥିଲେ । ପ୍ରବୀଣ ତାମ୍ବେ ଓଡିଶା ଆସି ବେଶ ଖୁସି ବ୍ୟକ୍ତି କରିଛନ୍ତି । ତାସହ ଆଜି(ରବିବାର) ଟି20 ବିଶ୍ବକପ ଫାଇନାଲରେ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ ସେ ବିଜୟ ହାସଲ କରିବ ବୋଲି କହିଛନ୍ତି ।

ABOUT THE AUTHOR

...view details