ଓଡିଶା

odisha

ETV Bharat / sports

ହିନ୍ଦୁ ସମୁଦାୟଙ୍କ ଉପରେ ଆକ୍ରମଣକୁ ବାଂଲାଦେଶ କ୍ରିକେଟର ମସରଫେ ମୋର୍ତାଜାଙ୍କ ନିନ୍ଦା - Bangladesh cricketer Masrafe Mortaza

ଟ୍ବିଟ୍‌ ଯୋଗେଁ ନିଜ ଦେଶର ସାର୍ବଭୌମତ୍ବ ନଷ୍ଟ ହୋଇଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ଚଳିତ ଟି-୨୦ ବିଶ୍ବକପରେ ବାଂଲାଦେଶ ଟିମର ପରାଜୟ ନେଇ ମଧ୍ୟ ଦୁଃଖ ଜାହିର କରିଛନ୍ତି ମୋର୍ତାଜା । ଅଧିକ ପଢନ୍ତୁ...

former Bangladesh cricketer Masrafe Mortaza has expressed grief over the recent violence
ବାଂଲାଦେଶ ହିଂସା: ଦୁଃଖ ପ୍ରକାଶ କଲେ ପୂର୍ବତନ କ୍ରିକେଟର ମସରଫେ ମୋର୍ତାଜା

By

Published : Oct 19, 2021, 9:27 PM IST

Updated : Oct 19, 2021, 9:44 PM IST

ଢାକା: ବାଂଲାଦେଶରେ ସାମ୍ପ୍ରତିକ ହିଂସା ନେଇ ପ୍ରତିକ୍ରିୟା ରଖିଲେ ବାଂଲାଦେଶ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମସରଫେ ମୋର୍ତାଜା । ଟ୍ବିଟ୍‌ ଯୋଗେଁ ନିଜ ଦେଶର ସାର୍ବଭୌମତ୍ବ ନଷ୍ଟ ହୋଇଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ଚଳିତ ଟି-୨୦ ବିଶ୍ବକପରେ ବାଂଲାଦେଶ ଟିମର ପରାଜୟ ନେଇ ମଧ୍ୟ ଦୁଃଖ ଜାହିର କରିଛନ୍ତି ମୋର୍ତାଜା ।

କୁମିଲାରେ ହିନ୍ଦୁ ମନ୍ଦିର ଏବଂ ଦୁର୍ଗା ପୂଜା ସ୍ଥାନ ଉପରେ ଆକ୍ରମଣ ହୋଇଥିଲା । ଘଟଣାକୁ ନେଇ ହିଂସା ପରିସ୍ଥିତି ଉପୁଜିଥିଲା, ଯେଉଁଥିରେ ଏକାଧିକ ଜୀବନ ଯାଇଥିବାବେଳେ ଅନେକ ଆହତ ହୋଇଥିଲେ । ହିଂସା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ୨୨ ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଥିଲେ ।

ମୋର୍ତାଜା ଟ୍ବିଟରେ ଲେଖିଛନ୍ତି, "ମୁଁ କାଲି ଦୁଇଟି ଦୃଶ୍ୟ ଦେଖିଲି, ଗୋଟିଏ ବାଂଲାଦେଶ କ୍ରିକେଟ ଟିମ, ଯେଉଁଥିରେ ମୋତେ କ୍ଷତି ପହଞ୍ଚିଲା, ଆଉ ଅନ୍ୟଟି ସଂପୂର୍ଣ୍ଣ ବାଂଲାଦେଶ, ଯିଏ ହୃଦୟ ଭାଙ୍ଗିଦେଲା । ଆମେ ଏହି ଲାଲ୍‌ ଓ ସବୁଜ ଦେଖିବାକୁ ଚାହୁଁନଥିଲୁ, ଜଣାନାହିଁ କେତେ ସ୍ବପ୍ନ, ଜଣାନାହିଁ କେତେ ସଂଘର୍ଷମୟ ଜୀବନର ଲଢେଇ ଗୋଟିଏ ମୂହୂର୍ତ୍ତରେ ଶେଷ ହୋଇଗଲା । ଆଲ୍ଲା ଆମର ମାର୍ଗଦର୍ଶନ କରାନ୍ତୁ ।"

ବାଂଲାଦେଶ କ୍ରିକେଟ ଟିମ ଚଳିତ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ସୁପର ୧୨ ପର୍ଯ୍ୟାୟକୁ ଉନ୍ନୀତ ହେବାରୁ ସଂଘର୍ଷ କରୁଛି । ବାଂଲାଦେଶକୁ ପ୍ରଥମ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ଝଟଲା ଲାଗିଛି । ସ୍କଟ୍‌ଲାଣ୍ଡ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ବଡ ବିପର୍ଯ୍ୟୟ ଘଟାଇଥିଲା । ଟି-୨୦ କ୍ରିକେଟରେ ବିଶ୍ବର ସର୍ବାଧିକ ୱିକେଟ ହାଲସକାରୀ ବୋଲର ସାକିବ ଅଲ ହସନ, ମୁସଫିକର ରହିମଙ୍କ ଭଳି ଖେଳାଳି ଟିମରେ ତିଲେ ମଧ୍ୟ ମହମୁଦୁଲ୍ଲାଙ୍କ ନେତୃତାଧୀନ ବାଂଲାଦେଶ ଲଜ୍ଜାଜନକ ଭାବେ ସ୍କଟଲାଣ୍ଡଠରୁ ପରାସ୍ତ ହୋଇଥିଲା ।

ଓମାନ ବିପକ୍ଷରେ ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଥିବା ବାଂଲାଦେଶ ପାଇଁ ଏହି ମ୍ୟାଚ୍‌ କର ବା ମର ହୋଇଛି । ଓମାନ ପ୍ରଥମ ମ୍ୟାଚ୍‌ରେ ପପୁଆ ନ୍ୟୁ ଗିନିଆକୁ ହରାଇସାରିଛି । ଓମାନ ଟିମରେ ପଞ୍ଜାବର ଲୁଧିଆନ ଜନ୍ମିତ ଜତିନ୍ଦର ସିଂହ ଦମଦାର ଫର୍ମରେ ରହିଛନ୍ତି । ଏପରି ସ୍ଥିତିରେ ନିଶ୍ଚିନ୍ତ ବିଜୟ ଲକ୍ଷ୍ୟରେ ଥିବା ବାଂଲାବାହିନୀକୁ ଓମାନ ଚ୍ୟାଲେଞ୍ଜକୁ ପାର୍‌ କରିବାକୁ ହେବ ।

ଟି-୨୦ ବିଶ୍ବକପର ସୁପର ୧୨ ପର୍ଯ୍ୟାୟକୁ ରାଉଣ୍ଡ ୧ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିବା ଦୁଇଟି ଗ୍ରୁପର ଶୀର୍ଷ ୪ଟି ଟିମ ଉନ୍ନୀତ ହେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 19, 2021, 9:44 PM IST

ABOUT THE AUTHOR

...view details