ପର୍ଲ:ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ । ବିରାଟ କୋହଲି ଭାରତର ଅଧିନାୟକ ନାହାନ୍ତି, ମାତ୍ର ଦିନିକିଆ ସିରିଜରେ ଭ୍ରମଣକାରୀ ଟିମର ବ୍ୟାଟିଂ ଲାଇନଅପ୍ର ପ୍ରମୁଖ ଶକ୍ତି ହେବେ ବିରାଟ । ମାର୍ଚ୍ଚ ୨୦୨୧ରେ ଇଂଲଣ୍ଡ ବିପକ୍ଷରେ କୋହଲି ଶେଷ ODI ମ୍ୟାଚ୍ ଖେଳିଥିଲେ । ନିୟମିତ କ୍ୟାପଟେନ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଭାରତର ନେତୃତ୍ବ ଭାର ସମ୍ଭାଳିବେ । ତେବେ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଜଣେ ସଂପୂର୍ଣ୍ଣ ବ୍ୟାଟ୍ର ଭାବେ ଏହି ସିରିଜରେ ନଜର ଆସିବେ କୋହଲି ।
ଏହାମଧ୍ୟ ପଢନ୍ତୁ: SA vs Ind: ଦିନିକିଆ ସିରିଜରେ ଓପନିଂ କରିବେ ରାହୁଲ
ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମରା କହିଛନ୍ତି କୋହଲି ସର୍ବଦା ଗ୍ରୁପ୍ର ନେତା ରହିବେ । ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ବୁମରା କହିଛନ୍ତି, "'ଟିମର ଶକ୍ତି ବୃଦ୍ଧି କରିବାରେ ବିରାଟଙ୍କ ପ୍ରମୁଖ ଭୂମିକା ରହିଛି, ସେ ସର୍ବଦା ଗ୍ରୁପ୍ର ନେତା ରହିବେ ଓ ତାଙ୍କର ଟିମ ପ୍ରତି ବିଶେଷ ଅବଦାନ ରହିଛି ।" ଅନ୍ୟପଟେ ଟେଷ୍ଟ ସିରିଜ ଜିତିସାରିଥିବା ଦକ୍ଷିଣ ଆଫ୍ରିକା ବିଜୟ ଧାରା ଜାରି ରଖିବା ସହ ଦିନିକିଆ ସିରିଜ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିବ ।