ଓଡିଶା

odisha

ETV Bharat / sports

ରିଙ୍କୁ ସିଂଙ୍କୁ ଭଲ ଫିନିସର ଭାବେ ଦେଖୁଛି ଟିମ ଇଣ୍ଡିଆ: ସବା କରିମ - ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ

EXCLUSIVE: ଆଗାମୀ ଦିନରେ ଭାରତୀୟ ଦଳର ଲୋୟର ଅର୍ଡରରେ ଜଣେ ଭଲ ଫିନିସର ହୋଇପାରିବେ ରିଙ୍କୁ ସିଂ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ କହିଲେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସବା କରିମ । ଅଧିକ ପଢନ୍ତୁ

saba karim
saba karim

By ETV Bharat Odisha Team

Published : Dec 2, 2023, 11:45 AM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ବେଣ୍ଟି ଶୃଙ୍ଖଳାରେ ରିଙ୍କୁ ସିଂଙ୍କ ପ୍ରଦର୍ଶନ ଦମଦାର ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା 4ଟି ମ୍ୟାଚ ମଧ୍ୟରୁ 2ଟି ମ୍ୟାଚରେ ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । 6 ନମ୍ବରରେ ବ୍ୟାଟିଂ କରିବାକୁ ଆସି ରିଙ୍କୁ ଛକା ଚଉକାର ବର୍ଷା କରୁଛନ୍ତି । ଯାହା ଫଳରେ ଦଳର ବିଜୟ ସହଜ ହେଉଛି । ରିଙ୍କୁଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ସବା କରିମ । ସେ ରିଙ୍କୁଙ୍କୁ ଭାରତୀୟ ଦଳରେ ଜଣେ ଫିନିସର ହିସାବରେ ଦେଖୁଛନ୍ତି ଓ ଏପରି ପ୍ରଦର୍ଶନ ଆଗକୁ ମଧ୍ୟ ସେ ଜାରି ରଖିବେ ବୋଲି ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୂରା ହେଲା ବିଶ୍ବକପ୍‌ ପ୍ରତିଶୋଧ, ଶୃଙ୍ଖଳା ହାରିଲା ଅଷ୍ଟ୍ରେଲିଆ

ରିଙ୍କୁ ସିଂଙ୍କୁ ଭାରତୀୟ ଦଳର ଜଣେ ଫିନିସର ହୋଇପାରିବେ କି ନାହିଁ ସବା କରିମଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ରିଙ୍କୁ ଏହି ଦାୟିତ୍ବକୁ ଭଲଭାବେ ତୁଲାଇ ପାରିବେ । ଭାରତୀୟ ଦଳ ରିଙ୍କୁ ସିଂଙ୍କୁ ଜଣେ ଫିନିସର ହିସାବରେ ଦେଖୁଛନ୍ତି । ଗୁରୁତ୍ବପୂର୍ଣ୍ଣ ସମୟରେ ସେ ଲଢୁଆ ବ୍ୟାଟିଂ କରୁଛନ୍ତି । ଯାହା ଫଳରେ ଖେଳର ମୋଡରେ ପରିବର୍ତ୍ତନ ଆସିଯାଏ । ଭାରତୀୟ ଦଳର ଏକାଦଶରେ ସ୍ଥାନ ପାଇଥିବାରୁ ଟିମ ମ୍ୟାନେଜ ମେଣ୍ଟ ମଧ୍ୟ ତାଙ୍କୁ ସମର୍ଥନ କରୁଛି । ସାଉଥ ଆଫ୍ରିକା ସିରିଜ ପରି ଆଗକୁ ଆହୁରି କଠିନ ଆହ୍ବାନ ରହିଛି । ଏହା ରିଙ୍କୁ ସିଂଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ । ଘରୋଇ ଗ୍ରାଉଣ୍ଡ ପରିବର୍ତ୍ତେ ଅନ୍ୟ ଗ୍ରାଉଣ୍ଡରେ ମଧ୍ୟ ତାଙ୍କୁ ଖାପ ଖୁଆଇବାକୁ ପଡିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବା ତାଙ୍କ ପାଇଁ ସହଜ ହେବ । ସେ ବଡବଡ ସଟ ଖେଳିବାକୁ ଚେଷ୍ଟା କରିବେ । ଯାହା ତାଙ୍କୁ ଜଣେ ଭଲ ଫିନିସରର ପରିଚୟ ଦେବ । ଅଷ୍ଟ୍ରେଲିଆ ଭାରତ ଟି ଟ୍ବେଣ୍ଟି ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଯୁବକ ଖେଳାଳି ମାନଙ୍କୁ ଖେଳିବାକୁ ସୁଯୋଗ ମିଳିଛି । ଦଳକୁ ବିଜୟୀ କରିବା ପାଇଁ ସେମାନେ ଜୋରଦାର ପ୍ରୟାସ କରୁଛନ୍ତି ।

ସେହିପରି ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବକୁ ନେଇ ସବା କରିମ କହିଛନ୍ତି ଯେ, ସୂର୍ଯ୍ୟକୁମାର ଭଲ ଅଧିନାୟକ । ପଡିଆରେ ସେ ଶାନ୍ତ ରହୁଛନ୍ତି । ଯାହା ଏକ ଅଧିନାୟକର ଗୁଣ । ଅଧିନାୟକତ୍ବ ତାଙ୍କ ପାଇଁ ଏକ ନୂଆ ଦାୟିତ୍ବ । ଏହି ଦାୟିତ୍ବକୁ ଭଲଭାବେ ବୁଝିବାକୁ ତାଙ୍କୁ ସମୟ ଲାଗିବ । ତାଙ୍କୁ ବହୁତ କିଛି ଜଣା ଅଛି । ସେ ଭଲ ବ୍ୟାଟିଂ ମଧ୍ୟ କରୁଛନ୍ତି । ଜଣେ ଅଧିନାୟକ ଭାବେ ଦାୟିତ୍ବ ତୁଲାଇବା ତାଙ୍କର ପ୍ରଥମ ପ୍ରାଥମିକତା ରହିଛି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ବି ଟ୍ବେଣ୍ଟି ସିରିଜରେ ଭାରତୀ ଦଳର ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ ସବା କରିମ ।

ABOUT THE AUTHOR

...view details