ଓଡିଶା

odisha

ETV Bharat / sports

ଆଇପିଏଲ୍‌ 2019: କେତେବେଳେ ଓ କେଉଁଠି ଦେଖିବେ ମ୍ୟାଚ ? - match

ଆଇପିଏଲ୍‌ ଟି-20 ଟୁର୍ଣ୍ଣାମେଣ୍ଟ ପାଇଁ ବିଶେଷ ପ୍ରସାରଣ ଅଧିକାର ରଖିଥିବା ଷ୍ଟାର ସ୍ପୋର୍ଟ୍ସ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ମଲ୍ଟି ସ୍କ୍ରିନ ଓ ମଲ୍ଚି ଲାଙ୍ଗୁଏଜରେ ପ୍ରସାରଣ ପାଇଁ ଫୋକସ କରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Mar 21, 2019, 4:59 PM IST


ନୂଆଦିଲ୍ଲୀ: ନିଜର ଦ୍ୱାଦଶ ସଂସ୍କରଣ ପାଇଁ ପ୍ରସ୍ତୁତ ହୋଇ ସାରିଛି ଇଣ୍ଡିଆନ ପ୍ରିମିୟର ଲିଗ। ଏହି ଆକର୍ଷକ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯିବ ଆସନ୍ତା23 ମାର୍ଚ୍ଚରୁ। ଏଥର ଆଇପିଏଲଟାଇଟଲ ହାସଲ କରିବା ପାଇଁ ପଡିଆକୁ ଓହ୍ଲାଇବେ ଆଠଟି ଟିମ ।ଚେନ୍ନାଇ ସୁପର କିଙ୍ଗସ, କିଙ୍ଗସ୍‌ ଇଲେଭେନ ପଞ୍ଜାବ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ,, ମୁମ୍ବାଇ ଇଣ୍ଡିଆନ୍ସ,,କୋଲକାତା ନାଇଟ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ ଆଇପିଏଲରେପରସ୍ପର ସହ ପ୍ରତିଦ୍ୱନ୍ଦିତା କରିବେ।

ସମସ୍ତ ଆଠଟି ଟିମ ପ୍ଲେଅଫ ପୂର୍ବରୁ ଲିଗ ପର୍ଯ୍ୟାୟରେ ପରସ୍ପରକୁ ଦୁଇଥର ଲେଖାଏଁ ସାମ୍ନା କରିବେ। ପ୍ଲେଅଫ ପର୍ଯ୍ୟାୟରେ କ୍ୱାଲିଫାୟର-1, ଏଲିମିନେଟର, କ୍ୱାଲିଫାୟର-2 ଓ ଫାଇନାଲ ଖେଳାଯିବ। ଗୋଟିଏ ମ୍ୟାଚ ଥିଲେରାତି 8ଟାରୁ ପଡିଆକୁ ଓହ୍ଲାଇବେ ଟିମ। ସେହିପରି ଦୁଇଟି ମ୍ୟାଚ ଥିଲେ ଅପରାହ୍ନ 4ଟାରୁ ଆରମ୍ଭ ହେବ ଲଢେଇ।

ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡିକ 23 ମାର୍ଚ୍ଚରୁ ଆରମ୍ଭ ହୋଇ ମେ 5 ତାରିଖ ଯାଏଁ ଚାଲିବ । ପ୍ଲେଅଫ ପର୍ଯ୍ୟାୟର ସୂଚୀ ଗୁଡିକ ପରେ ଘୋଷଣା କରାଯିବ । ଆଇପିଏଲ୍‌ ଟି-20 ଟୁର୍ଣ୍ଣାମେଣ୍ଟ ପାଇଁ ବିଶେଷ ପ୍ରସାରଣ ଅଧିକାର ରଖିଥିବା ଷ୍ଟାର ସ୍ପୋର୍ଟ୍ସ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପାଇଁ ମଲ୍ଟି ସ୍କ୍ରିନ ଓ ବିଭିନ୍ନ ଭାଷାରେ ପ୍ରସାରଣ କରିବ ।

ଷ୍ଟାର ସ୍ପୋର୍ଟସର ଅଧିକାରିକ ଟିଭି କାର୍ଯ୍ୟସୂଚୀ ଅନୁସାରେ ଆଇପିଏଲ-2019ର ପ୍ରସାରଣ 8ଟି ଭାଷାରେ କରାଯିବ। ଯେଉଁଥିରେଇଂରାଜୀ, ହିନ୍ଦି, ବଙ୍ଗାଳୀ, ତାମିଲ, ତେଲୁଗୁ, କନ୍ନଡ, ମରାଠୀ, ମଲାୟାଲମ ଭାଷା ସାମିଲ ରହିଛି। ଏହାସହ ଭାରତରେ ଟେଲିକାଷ୍ଟ ପାଇଁ 26ଟି ଟିଭି ସ୍କ୍ରିନ ଲଗାଯିବ । ହଟ ଷ୍ଟାରରେ ମଧ୍ୟ 8ଟି ଭାଷାର ଅନଲାଇନ ଲାଇଭ ଷ୍ଟ୍ରିମର ସୁବିଧା ରହିବ ।

For All Latest Updates

ABOUT THE AUTHOR

...view details