ଓଡିଶା

odisha

ETV Bharat / sports

ସ୍ବଦେଶୀ ମାଟିରେ ପ୍ରଥମ ଟେଷ୍ଟ ଖେଳୁଛନ୍ତି ବୁମରା

ଭାରତରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । କ୍ୟାରିୟରର 18ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ଜଶପ୍ରୀତ ବୁମରା । ଅଧିକ ପଢ଼ନ୍ତୁ...

jasprit bumrah playing first test match in india
ସ୍ବଦେଶୀ ମାଟରେ ପ୍ରଥମ ଟେଷ୍ଟ ଖେଳୁଛନ୍ତି ବୁମରାହ

By

Published : Feb 5, 2021, 10:38 PM IST

ଚେନ୍ନାଇ:ଭାରତରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ଆଜି(ଶୁକ୍ରବାର) ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଇଂଲଣ୍ଡର ଓପେନିଂ ବ୍ୟାଟସମ୍ୟାନ ଡାନିଏଲ ଲରେନ୍ସ ଓ ଡୋମିନିକ ସିବଲେଙ୍କ ୱିକେଟ ମଧ୍ୟ ନେଇଛନ୍ତି।

ଟେଷ୍ଟ କ୍ୟାରିୟରରେ 18ତମ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି ଜଶପ୍ରୀତ ବୁମରା । 2018 ମସିହାରୁ କ୍ୟାରିୟର ଆରମ୍ଭ କରିଥିବା ଜଶପ୍ରୀତ ବୁମରା ଏହା ପୂର୍ବୁର କେବେ ଭାରତରେ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ଏହାସହ ବିଦେଶ ମାଟିରେ ସବୁଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିବା ପରେ ଭାରତରେ ଟେଷ୍ଟ ଖେଳିବା ସୁଯୋଗ ପାଇଥିବା ରେକର୍ଡ ମଧ୍ୟ ତାଙ୍କ ନାମରେ ନାମିତ ହୋଇଛି । ପୂର୍ବରୁ ଏହି ରେକର୍ଡ ଭାରତୀୟ ଫାଷ୍ଟ ବୋଲର ଜଭାଗଲ ଶ୍ରୀନାଥଙ୍କ ନାମରେ ରହିଥିଲା । ସେ 12ଟି ଟେଷ୍ଟ ମ୍ୟାଚ ବିଦେଶ ମାଟିରେ ଖେଳିବା ପରେ ଭାରତରେ ଟେଷ୍ଟ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ ।

ତାଙ୍କ ପଛକୁ ଆରପି ସିଂହ 11ଟି ଟେଷ୍ଟ ମ୍ୟାଚ ବିଦେଶ ମାଟିରେ ଖେଳିବା ପରେ ଭାରତରେ ଟେଷ୍ଟ ଖେଳିଥିଲେ । ସେହିପରି ସଚିନ ତେନ୍ଦୁଲକର ଓ ଆଶିଷ ନେହେରା ପ୍ରତ୍ୟେକ 10ଟି ଲେଖାଏଁ ମ୍ୟାଚ ବାହାରେ ଖେଳିବା ପରେ ଭାରତରେ ଟେଷ୍ଟ ମ୍ୟାଚ ଖେଳିଥିଲେ ।

2018 ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ଜଶପ୍ରୀତ ବୁମରା ଡେବ୍ୟୁ କରିଥିଲେ । ସେ ଅଷ୍ଟ୍ରେଲିଆ ସିରିଜରେ ମଧ୍ୟ ସାମିଲ ହୋଇଥିଲେ । ତେବେ ଆହତଜନିତ ସମସ୍ୟା ଯୋଗୁଁ ସେ ବ୍ରିସବେନ ଟେଷ୍ଟ ମ୍ୟାଚ ଖେଳି ପାରିନଥିଲେ । ବୁମରାହ 17ଟି ଟେଷ୍ଟ ମ୍ୟାଚରୁ ବର୍ତ୍ତମାନ ସୁଦ୍ଧା 21.59 ହାରରେ 79ଟି ୱିକେଟ ନେଇଛନ୍ତି । ସେଥି ମଧ୍ୟରେ ସେ 5ଥର ଗୋଟିଏ ମ୍ୟାଚରେ 5ଟି ୱିକେଟ ନେଇଛନ୍ତି । ଗୋଟିଏ ଟେଷ୍ଟ ମ୍ୟାଚରେ 27 ରନ ଦେଇ 6ଟି ୱିକେଟ ନେବା ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି।

@ians

ABOUT THE AUTHOR

...view details