ଓଡିଶା

odisha

ETV Bharat / sports

ପ୍ରଥମ ଦିନରୁ ଟର୍ନ ନେଇପାରେ ବଲ: ରାହାଣେ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ଟେଷ୍ଟ ମ୍ୟାଚ । ତେବେ ମ୍ୟାଚର ପ୍ରଥମ ଦିନରୁ ହିଁ ବଲ ଟର୍ନ ହେବା ନେଇ ଆଶା ରଖିଛନ୍ତି ଭାରତୀୟ ଅଧିନାୟକ ଆଜିଙ୍କ୍ୟ ରାହାଣେ।

By

Published : Feb 12, 2021, 8:16 PM IST

ajinkya rahane expecting ball turn in first day on second test match against england
ପ୍ରଥମ ଦିନରୁ ଟର୍ନ ନେଇପାରେ ବଲ: ରାହାଣେ

ଚେନ୍ନାଇ: ଶନିବାରଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ମ୍ୟାଚର ପ୍ରଥମ ଦିନରୁ ହିଁ ବଲ ଟର୍ନ ହେବା ନେଇ ଆଶା ରଖିଛନ୍ତି ଭାରତୀୟ ଅଧିନାୟକ ଆଜିଙ୍କ୍ୟ ରାହାଣେ। ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ 227 ରନରେ ପରାଜିତ ହୋଇଛି ଭାରତ।

ମ୍ୟାଚ ପୂର୍ବରୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଆଜିଙ୍କ୍ୟ ରାହାଣେ। ଏହି ଅବସରେ ସେ କହିଛନ୍ତି ଯେ, "ପ୍ରଥମ ମ୍ୟାଚର ପିଚ୍ ତୁଳନାରେ ଦ୍ବିତୀୟ ମ୍ୟାଚ ପିଚ୍ ଅଲଗା ରହିବ। ପ୍ରଥମ ଦିନରେ ହିଁ ପିଚରେ କେତୋଟି ପରିବର୍ତ୍ତନ ଦେଖା ଯାଇପାରେ। ତେବେ ଯେଭଳି ମୁଁ ପ୍ରଥମରୁ କହିଛି ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମ୍ୟାଚର ପ୍ରଥମ ସେସନ ଗୁରୁତ୍ବପୂର୍ଣ୍ଣ ରହିବ। ପ୍ରଥମ ଟେଷ୍ଟରେ କଣ ହୋଇଥିଲା ଆମକୁ ଭୁଲିବାକୁ ହେବ। ଏହି ମ୍ୟାଚରେ ଧ୍ୟାନ ଦେଇ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ। ପ୍ରଥମ ଦିନରେ ହିଁ ପିଚରେ ଟର୍ନ ହେବା ନେଇ ଆଶା ରହିଛି।"

ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ହାରିବା ପରେ ପିଚକୁ ନେଇ କେତେକ ଭାରତୀୟ ଖେଳାଳି ଅଭିଯୋଗ କରିଥିଲେ। ଫଳରେ ବିସିସିଆଇ ପିଚ୍ କ୍ୟୁରେଟରଙ୍କୁ ହଟାଇ ଦେଇଥିଲେ। ଦ୍ବିତୀୟ ଟେଷ୍ଟ ମ୍ୟାଚ ଭାରତୀୟ ଟିମ ପ୍ରବନ୍ଧନ ଦେଖାରଖାରେ ତିଆରି ହୋଇଛି। ଏହି ମ୍ୟାଚର ଚୁଡ଼ାନ୍ତ ଏକାଦଶକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ରାହାଣେ। ତେବେ ସେ ଅକ୍ସର ପଟେଲ ମ୍ୟାଚ ପାଇଁ ଫିଟ ହୋଇଥିବା କଥା କହିଛନ୍ତି।

ପ୍ରଥମ ଥର ପାଇଁ ଗୋଟିଏ ସ୍ଥାନରେ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏଥିପାଇଁ ସମସ୍ତ ଖେଳାଳି ଶାରିରୀକ ଓ ମାନସିକ ଭାବରେ ନିଜକୁ ଫିଟ ରଖିବାକୁ ଚେଷ୍ଟା କରୁଛନ୍ତି। ଏହି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ରାହାଣେ। 4 ଟିକିଆ ଟେଷ୍ଟ ମ୍ୟାଚ ସିରିଜରେ ଇଂଲଣ୍ଡ 1-0ରେ ଆଗୁଆ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details