ଓଡିଶା

odisha

ETV Bharat / sports

Cricket World Cup 2023: ୧୫୬ରେ ଇଂଲଣ୍ଡ ଅଲଆଉଟ୍‌, କମ୍ ବ୍ୟାକ୍ ମ୍ୟାଚରେ ମାଥ୍ୟୁସଙ୍କ କମାଲ

ଇଂଲଣ୍ଡ ବନାମ ଶ୍ରୀଲଙ୍କା । ଶ୍ରୀଲଙ୍କା ବୋଲର୍‌ଙ୍କ ଧୂଆଁଦାର ବୋଲିଂରେ ଘାଇଲା ଇଂଲିଶ ବ୍ୟାଟର୍‌ । ୧୫୬ରେ ଇଂଲଣ୍ଡ ଅଲଆଉଟ୍‌ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 26, 2023, 5:12 PM IST

Updated : Oct 26, 2023, 5:34 PM IST

ENG vs SL
ENG vs SL

ଚେନ୍ନାଇ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭର ଆଜି ୨୫ତମ ଲିଗ୍‌ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଛି ପ୍ରଥମ ଇନିଂସ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ୩୩.୨ ଓଭର ସୁଦ୍ଧା ସମସ୍ତ ୱିକେଟ ହରାଇଛି । ଫଳରେ ଶ୍ରୀଲଙ୍କା ଆଗରେ ୧୫୭ ରନ୍‌ ଟାର୍ଗେଟ ରହିଛି । ଶ୍ରୀଲଙ୍କା ବୋଲରଙ୍କ ଧୂଆଁଦାର ବୋଲିଂରେ ମାଟି କାମୁଡିଛନ୍ତି ଇଂଲିଶ ବ୍ୟାଟର୍‌ । ଶ୍ରୀଲଙ୍କା ବୋଲର୍‌ ଲାହିରୁ କୁମାରା ୭ ଓଭର ବୋଲିଂ କରି ୩ ୱିକେଟ ନେଇଥିବା ବେଳେ କସୁନ ରଜିଥା ଓ ଆଞ୍ଜେଲୋ ମାଥ୍ୟୁସଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି । ସେପଟେ ଇଂଲଣ୍ଡ ଓପନର୍‌ ଅର୍ଦ୍ଧଶତକ କରିପାରିନଥିବା ବେଳେ ବେନ ଷ୍ଟୋକ୍ସ ସର୍ବାଧିକ ୪୩ ରନ୍‌ କରିଛନ୍ତି ।

ଇଂଲଣ୍ଡ ଓପନର୍‌ ଜନି ବେୟାରଷ୍ଟୋ ୩୧ଟି ବଲ୍‌ ଖେଳି ୩ଟି ଚୌକା ସହ ୩୦ ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟତମ ଓପନର୍‌ ଡେଭିଡ ମାଲନ ୨୫ଟି ବଲ୍‌ ଖେଳି ୬ଟି ଚୌକା ସହ ୨୮ ରନ୍‌ କରିଥିଲେ । ତେବେ ଉଭୟ ଓପନର୍‌ଙ୍କ ବ୍ୟାଟ୍‌ରୁ ଅର୍ଦ୍ଧଶତକ ଦେଖିବାକୁ ମିଳିନଥିଲା । ଦଳର ଅନ୍ୟତମ ବ୍ୟାଟର୍‌ ବେନ ଷ୍ଟୋକ୍ସ ୭୩ଟି ବଲ୍‌ ଖେଳି ୬ଟି ଚୌକା ସହ ସର୍ବାଧିକ ୪୩ ରନ‌ କରିଛନ୍ତି । ଜୋ ରୁଟ୍‌ ମାତ୍ର ୩ ରନ‌୍‌ କରି ଆଉଟ୍‌ ହୋଇଥିବା ବେଳେ ଅନ୍ୟ ବ୍ୟାଟର୍‌ ଜସ ବଟଲର୍‌ ୮ ରନ୍‌ କରିଥିଲେ । ଆଜି ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- World Cup 2023: ଆଜି ଇଂଲଣ୍ଡ-ଶ୍ରୀଲଙ୍କା ମୁକାବିଲା, ଜାଣନ୍ତୁ କେତେ ପ୍ରସ୍ତୁତ ବଟଲର ବାହିନୀ

ସେପଟେ ଶ୍ରୀଲଙ୍କା ବୋଲର୍‌ ଲାହିରୁ କୁମାରାଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଛି । ସେ ୭ ଓଭର ବୋଲିଂ କରି ୩୫ ରନ୍‌ ଦେବା ସହ ୩ଟି ୱିକେଟ ସଂଗ୍ରହ କରିଥିଲେ । ସେହିପରି କସୁନ ରଜିଥା ୭ ଓଭର ବୋଲିଂ କରି ୩୬ ରନ୍‌ ସହ ୨ଟି ୱିକେଟ ନିଜ ନାମରେ କରିଥିଲେ । ଆଞ୍ଜେଲୋ ମାଥ୍ୟୁସ ୫ ଓଭର ବୋଲିଂ କରି ମାତ୍ର ୧୪ ରନ୍‌ ଦେବା ସହ ୨ଟି ୱିକେଟ ନେଇଥିଲେ । ଅନ୍ୟପଟେ ବୋଲର୍‌ ମହେଶ ଥିକସାନା ୮.୨ ବୋଲିଂ କରିଥିବା ବେଳେ ମାତ୍ର ୨୧ ରନ୍‌ ଦେଇଥିବା ବେଳେ ଗୋଟିଏ ୱିକେଟ ନେଇଥିଲେ । ଶ୍ରୀଲଙ୍କା ବୋଲର୍‌ଙ୍କ ଦମଦାର ପ୍ରଦର୍ଶନରେ ମାଟି କାମୁଡିଛନ୍ତି ଇଂଲିଶ ବ୍ୟାଟର୍‌ । ଫଳରେ ଶ୍ରୀଲଙ୍କ ଆଗରେ ରହିଛି ମାତ୍ର ୧୫୭ ରନ୍‌ ଟାର୍ଗେଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2023, 5:34 PM IST

ABOUT THE AUTHOR

...view details