ଲଣ୍ଡନ:ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ଏହି ମ୍ୟାଚର ଚତୁର୍ଥ ଦିନରେ କିଛି ଏପରି ଘଟଣା ଘଟିଛି ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇଂଲଣ୍ଡର ଖେଳାଳି ନିଜ ଜୋତା ବଳରେ ବଲକୁ ଚପାଉଛନ୍ତି ଏବଂ ସ୍ପାଇକ୍ରେ ଘସିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଲୋକେ ଏହି ଫଟୋକୁ ପୋଷ୍ଟ କରିବା ସହ ପ୍ରଶ୍ନ କରିଛନ୍ତି ଏହା ବଲ୍ ଟ୍ୟାମ୍ପରିଂ ମାମଲା ନୁହେଁ କି ? ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଏହି ଫଟୋକୁ ସେୟାର କରିଛନ୍ତି ଓ ପଚାରିଛନ୍ତି, ଏସବୁ କ’ଣ ହେଉଛି ? ଏହା ଇଂଲଣ୍ଡ ଖେଳାଳିଙ୍କ ବଲ୍ ଟ୍ୟାମ୍ପରିଂ କରିବାର ପ୍ରୟାସ ନା କୋଭିଡରୁ ରକ୍ଷା ପାଇବା ପାଇଁ ଉପାୟ ?