ଓଡିଶା

odisha

By

Published : Sep 5, 2021, 6:47 PM IST

ETV Bharat / sports

ଓଭାଲ ଟେଷ୍ଟ: ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତ ୨୩୦ ରନରେ ଆଗୁଆ

ଓଭାଲ ଟେଷ୍ଟର ଚତୁର୍ଥ ଦିନ ଖେଳ ଲଞ୍ଚ୍‌ ବ୍ରେକ୍‌ ସୁ୍ଦ୍ଧା ଭାରତ ୨୩୦ରେ ଆଗୁଆ ରହିଛି । ଅଧିକ ପଢନ୍ତୁ...

Eng vs Ind, 4th Test: Rahane, Kohli fall but visitors extend lead to 230 (Lunch, Day 4)
ଓଭାଲ ଟେଷ୍ଟ: ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତ ୨୩୦ ରନରେ ଆଗୁଆ

ଲଣ୍ଡନ:ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରହିଛି । ରବିନ୍ଦ୍ର ଜାଡେଜା, ଅଜିଙ୍କ୍ୟ ରାହାଣେ ଓ କ୍ୟାପଟେନ ବିରାଟ କୋହଲି ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଓଭାଲ ଟେଷ୍ଟର ଚତୁର୍ଥ ଦିନ ଖେଳ ଲଞ୍ଚ୍‌ ବ୍ରେକ୍‌ ସୁ୍ଦ୍ଧା ଭାରତ ୨୩୦ରେ ଆଗୁଆ ରହିଛି । ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୩୨୯/୬ ରହିଛି ଓ ୪ଟି ୱିକେଟ ହାତରେ ଥିବାବେଳେ ୨୩୦ରନରେ ଆଗୁଆ ରହିଛି । ଋଷଭ ପନ୍ତ ୧୬ ଓ ଶାର୍ଦ୍ଦୁଳ ଠାକୁର ୧୧ ରନ୍‌ କରିଛନ୍ତି ।

ତୃତୀୟ ଦିନର ଅସମାପ୍ତ ସ୍କୋର ୨୭୦/୩ ରନ୍‌ରୁ ଖେଳ ଆରମ୍ଭ କରିଥିଲା ଭାରତ । ଜାଡେଜା ଓ କୋହଲି ଅଧିକ ୨୬ ରନ ଯୋଡିବାରେ ସଫଳ ହୋଇଥିଲେ । ତେବେ ୧୭ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଜାଡେଜା, କ୍ରିସ ୱର୍କ୍ସଙ୍କ ଶିକାର ହେବାପରେ କୋହଲିଙ୍କ ସହିତ ଚତୁର୍ଥ ୱିକେଟ ଯୋଡିରେ ୫୯ ରନ୍‌ର ଭାଗିଦାରୀ ଭାଙ୍ଗିଯାଇଥିଲା । ପରେ ବ୍ୟାଟିଂ ପାଇଁ ରାହାଣେ ଆସିଥିଲେ ମଧ୍ୟ ଶୂନରେ ଆଉଟ୍‌ ହୋଇଥିଲେ । ପରେ ଭାରତର ସ୍କୋର ୨୯୬/୫ହୋଇଥିଲା । ଋଷଭ ପନ୍ତ କୋହଲିଙ୍କ ସହ ମିଶି ଷଷ୍ଠ ୱିକେଟ ଯୋଡିରେ ୧୬ ରନ୍‌ ସଂଗ୍ରହ କରିବା ପରେ କୋହଲି ୪୪ ରନ୍‌ର ଇଂନିସ ଖେଳି ଆଉଟ ହୋଇଥିଲେ । ପରେ ଲଞ୍ଚ୍‌ ବ୍ରେକ ପର୍ଯ୍ୟନ୍ତ ପନ୍ତ ଓ ଶାର୍ଦ୍ଦୁଳ ଠାକୁର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୧୯୧ ଓ ୩୨୯/୬(ରୋହିତ ଶର୍ମା ୧୨୭, ଚେତେଶ୍ବର ପୂଜାରା ୬୧, କ୍ରିସ ୱର୍କ୍ସ ୨-୪୭); ଇଂଲଣ୍ଡ ୨୯୦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details