ଓଡିଶା

odisha

ETV Bharat / sports

ଶତକୀୟ ଭାଗିଦାରୀରେ ଇଂଲିସ ବୋଲରଙ୍କ ଗର୍ବ ଭାଙ୍ଗିଲେ ପନ୍ତ-ଠାକୁର - ଋଷଭ ପନ୍ତ

ଟି ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୪୪୫/୮ ରହିଛି । ଦୁଇଟି ୱିକେଟ ହାତରେ ଥିବାବେଳେ ୩୪୬ ରନରେ ଆଗୁଆ ରହିଛି ଭାରତ । ଅଧିକ ପଢନ୍ତୁ...

Eng vs Ind, 4th Test: Pant, Thakur enable visitors to extend lead to 346 (Tea, Day 4)
ଶତକୀୟ ଭାଗିଦାରୀରେ ଇଂଲିସ ବୋଲରଙ୍କ ଗର୍ବ ଭାଙ୍ଗିଲେ ପନ୍ତ-ଠାକୁର

By

Published : Sep 5, 2021, 9:09 PM IST

ଲଣ୍ଡନ:ଓଭାଲ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ । ଭାଙ୍ଗିଲା ଇଂଲିସ ବୋଲରଙ୍କ ଗର୍ବ । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଶତକୀୟ ଭାଗିଦାରୀ ମାଧ୍ୟମରେ ଭାରରକୁ ସୁରକ୍ଷିତ ତଥା ବିଜୟୀ ସ୍ଥିତିକୁ ନେଇଯାଇଛନ୍ତି । ଚଳିତ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନର ଟି ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୪୪୫/୮ ରହିଛି ଓ ଦୁଇଟି ୱିକେଟ ହାତରେ ଥିବାବେଳେ ୩୪୬ ରନରେ ଆଗୁଆ ରହିଛି । ଉମେଶ ଯାଦବ ୧୩ ଓ ଜଶପ୍ରୀତ ବୁମରା ୧୯ ରନରେ ଅପରାଜିତ ଅଛନ୍ତି ।

ଦ୍ବିତୀୟ ସେସନରେ ୩୨୯/୬ର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ କରିଥିବା ପନ୍ତ ଓ ଠାକୁର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ୪୬ ରନ୍‌ ଯୋଡି ଇଂଲିସ ବୋଲରଙ୍କୁ ନିସ୍ପ୍ରଭ କରିଥିଲେ । ଏହାପରେ ଭ୍ରମଣକାରୀ ଭାରତ ଲିଡ୍‌ ୨୫୦ ପାର୍‌ କରିଥିଲା । ୧୩୪ତମ ଓଭରରେ ଶାର୍ଦ୍ଦୁଳ ମ୍ୟାଚର ଦମଦାର ଦ୍ବିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଶେଷରେ ବୋଲିଂ କରିବାକୁ ଆସି ଶାର୍ଦ୍ଦୁଳଙ୍କୁ ୬୦ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ୍‌ କରିଥିଲେ । ଏହାସହିତ ସପ୍ତମ ୱିକେଟ ଯୋଡିରେ ୧୦୦ ରନର ପାର୍ଟନରସିପ ଭଙ୍ଗ ହୋଇଥିଲା । ପନ୍ତ ଏହାପରେ ଅର୍ଦ୍ଧଶତକ ହାସଲ କରିବାପରେ ମୋଇନ ଅଲୀଙ୍କ ଶିକାର ହୋଇଥିଲେ ।

ସଂକ୍ଷିପ୍ତ ସ୍କୋର:ଭାରତ ୧୯୧ ଓ ୪୪୫/୮(ରୋହିତ ଶର୍ମା ୧୨୭, ଚେତେଶ୍ବର ପୂଜାରା ୬୧, କ୍ରିସ ୱର୍କ୍ସ ୨-୭୨); ଇଂଲଣ୍ଡ ୨୯୦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details