ମୁମ୍ବାଇ(ମହାରାଷ୍ଟ୍ର): କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କର କ୍ରିକେଟକୁ ବେଶ ଭଲପାଉଥିଲେ। କ୍ରିକେଟ ପ୍ରତି ଥିବା ତାଙ୍କର ଦୁର୍ବଳତାର ଏକ ଖୁଲାସା କରିଛନ୍ତି ଭେଟେରାନ ବଲିଉଡ୍ ଅଭିନେତା ତଥା ଦିବଂଗତ ଭାରତୀୟ କ୍ରିକେଟ ଟିମର କ୍ୟାପେଟନ ମନସୁର ଅଲୀ ଖାନ ପଟଉଦିଙ୍କ ପତ୍ନୀ ଶର୍ମିଳା ଟାଗୋର । ୧୯୮୩ କ୍ରିକେଟ ବିଶ୍ବକପ(1983 WorldCup winning team) ବିଜୟୀ ଭାରତୀୟ ଟିମ ପାଇଁ ଷ୍ଟେଜ୍ ଶୋ କରି ୨୦ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରିଥିଲେ ଲତା ଦିଦି ।
ସୁର ସାମ୍ରାଜ୍ଞୀ ଭାରତବର୍ଷର ସ୍ବର ଲତା ମଙ୍ଗେଶକର ରବିବାର, ଫେବୃଆରୀ ୬ରେ ୯୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିବା ପରେ ସାରା ଦେଶ ସ୍ତବ୍ଦ ହୋଇଯାଇଥିଲା । ଶର୍ମିଳା ଟାଗୋର କହିଛନ୍ତି, ସେ ସମୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ଆର୍ଥିକ ସ୍ଥିତି ଭଲ ନଥିଲା । ଫଳରେ ବିଶ୍ବକପ ବିଜୟୀ ଟିମର ଖେଳାଳିଙ୍କୁ ସେମାନେ ସମ୍ବର୍ଦ୍ଧିତ କରିପାରୁନଥିଲେ ।
ଏହାମଧ୍ୟ ପଢନ୍ତୁ: ଯେବେ ଟିମ ଇଣ୍ଡିଆର ବିଜୟ ପାଇଁ ନିର୍ଜଳା ବ୍ରତ ରଖିଥିଲେ ଲତା ମଙ୍ଗେସକର
ଟାଗୋର କହିଛନ୍ତି,"ସେ (ଲତା ମଙ୍ଗେଶକର) କ୍ରିକେଟକୁ ଅଧିକ ଭଲପାଉଥିଲେ । ୧୯୮୩ରେ ଆମେ ବିଶ୍ବକପ ଜିତିବାପରେ, ସେ ନିଜର ଭାଇ(ହୃଦୟନାଥ ମଙ୍ଗେଶକର)ଙ୍କ ସହ ମିଶି ପାଣ୍ଠି ଯୋଗାଡରେ ଲାଗିପଡିଥିଲେ । ଭାରତୀୟ କ୍ରିକେଟ ଟିମ ପାଇଁ ସେ ୨୦ ଲକ୍ଷ ଟଙ୍କା ଯୋଗାଡ କରିପାରିଥିଲେ ଓ ପ୍ରତ୍ୟେକ ସଦସ୍ୟଙ୍କୁ ଏକ ଲକ୍ଷ ଲେଖାଏଁ ପ୍ରଦାନ କରିପାରିଥିଲେ । ସେହି ସମୟରେ BCCI ପାଖରେ ଅଧିକ ଅର୍ଥ ନଥିଲା । ଏପରିକି ଗୋଆ ପାଇଁ, ସୁଧୀର ଫଡକେ ସାବ୍(ଗୋଆ ସ୍ବାଧୀନତା ଆନ୍ଦୋଳନରେ ସାମିଲ ଥିଲେ ) ଗୋଆ ଲିବେରେସନ ପାଇଁ କନସର୍ଟ ଆୟୋଜନ କରି ସହାୟତାର ହାତ ବଢାଇଥିଲେ ।"