ଓଡିଶା

odisha

ETV Bharat / sports

ଶେଷ ବଲ୍‌ରେ ଆଶା ନଥିଲା 'ନୋ ବଲ୍‌': ମିତାଲି ରାଜ୍‌ - ଝୁଲଣ ଗୋସ୍ବାମୀ

ଭାରତ ପକ୍ଷରୁ ମ୍ୟାଚ୍‌ର ଶେଷ ଓଭର ବୋଲିଂ କରୁଥିବା ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ ଶେଷ ବଲ୍‌ ନୋ ବଲ୍‌ ପକାଇ ଦେଇଥିଲେ । ଯାହାକି ଭାରତର ବିଜୟକୁ ପରାଜୟରେ ବଦଳାଇ ଦେଇଥିଲା । ଅଧିକ ପଢନ୍ତୁ...

Did not expect no ball on final delivery: Mithali Raj
ଶେଷ ବଲ୍‌ରେ ଆଶା ନଥିଲା 'ନୋ ବଲ୍‌': ମିତାଲି ରାଜ୍‌

By

Published : Sep 25, 2021, 7:08 AM IST

ମେକେ:କ୍ରିକେଟ ଇତିହାସରେ ଅନେକ ରୋମାଞ୍ଚକର ଓ ସ୍ମରଣୀୟ ମ୍ୟାଚ୍‌ ଖେଳାଯାଇଛି । କେବେ ବିଜୟ ପରାଜୟରେ ତ କେବେ ପରାଜୟ ବିଜୟରେ ବଦଳି ଯାଇଛି । ମ୍ୟାଚ୍‌ର ଫଳାଫଳ ନାଟକୀୟ ଢଙ୍ଗରେ ବଦଳି ଯାଇଛି । ୨୦୧୯ କ୍ରିକେଟ ବିଶ୍ବକପ ଫାଇନାଲରେ ଏପରି ଏକ ମ୍ୟାଚ୍‌ ସାକ୍ଷୀ ପାଲଟିଥିଲା ବିଶ୍ବ କ୍ରିକେଟ ଜଗତ ।

ଶୁକ୍ରବାର, ଅଷ୍ଟ୍ରେଲିଆ ମହିଳା ଟିମ ଓ ଭାରତ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦ୍ବିତୀୟ ଦିନିକିଆ ମ୍ୟାଚ ମଧ୍ୟ ଏପରି ସଂଘର୍ଷପୂର୍ଣ୍ଣ ରହିଥିଲା । ଭାରତ ପକ୍ଷରୁ ମ୍ୟାଚ୍‌ର ଶେଷ ଓଭର ବୋଲିଂ କରୁଥିବା ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ ଶେଷ ବଲ୍‌ ନୋ ବଲ୍‌ ପକାଇ ଦେଇଥିଲେ । ଯାହାକି ଭାରତର ବିଜୟକୁ ପରାଜୟରେ ବଦଳାଇ ଦେଇଥିଲା ।

ମ୍ୟାଚ୍‌ ପରେ କ୍ୟାପଟେନ ମିତାଲି ରାଜ୍‌ କହିଛନ୍ତି, ଝୁଲଣ ଶେଷ ବଲ୍‌ ନୋ ବଲ ପକାଇବେ ଏହା ଆଶା ନଥିଲା । ଶେଷ ବଲ୍‌ରେ ୩ ରନ୍‌ ଆବଶ୍ୟକ କରୁଥିଲା ଅଷ୍ଟ୍ରେଲିଆ । ମାତ୍ର ଓଦା ପରିବେଶ ଯୋଗୁଁ ବଲ୍‌ ଉପରେ ନିୟନ୍ତ୍ରଣ ରଖିପାରିନଥିଲେ ଗୋସ୍ବାମୀ । ଏକ ଫୁଲଟସ୍‌ ବଲ୍‌ ପକାଇବା ପରେ ବ୍ୟାଟିଂ କରୁଥିବା ନିକୋଲା କ୍ୟାରୀ ସିଧା ଭାରତୀୟ ଫିଲ୍ଡର ହାତକୁ କ୍ୟାଚ ଦେଇଥିଲେ । ଫଳରେ ଭାରତୀୟ କ୍ୟାମ୍ପ୍‌ ବିଜୟ ଖୁସି ମନାଇବାକୁ ଲାଗିଥିଲା । ମାତ୍ର TV ଅମ୍ପାୟର ଏହି ବଲ୍‌କୁ ନୋ ବଲ୍‌ ଘୋଷଣା ହେବା ପରେ ଶେଷ ବଲ୍‌ରେ ୨ ରନ୍‌ ସହ ସିରିଜ ଜିତିନେଇଥିଲା ଅଷ୍ଟ୍ରେଲିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details