ଲକ୍ଷ୍ନୌ: କ୍ରିକେଟର ପିୟୁଷ ଚାୱଲାଙ୍କ ଫ୍ୟାନ୍ସଙ୍କ ପାଇଁ ଦୁଃଖ ଖବର । ଆଜି (ସୋମବାର) କୋରୋନାରେ ପିୟୁଷଙ୍କ ପିତା ପ୍ରମୋଦ ଚାୱଲାଙ୍କ ମୃତ୍ୟୁ ହୋଇଛି ।
10ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ପ୍ରମୋଦ ଚାୱଲା । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛି ।