ଓଡିଶା

odisha

ETV Bharat / sports

ବିଶ୍ବକପ୍ ଦଳ ଘୋଷିତ: ଜାଣନ୍ତୁ, କିଏ ଓ କାହିଁକି ପଡିଲେ ବାଦ ?

ଚୟନ ସମୟରେ ଆମେ ପନ୍ତ ଓ କାର୍ତ୍ତୀକ ଉଭୟଙ୍କ ନାଁ ଆଲୋଚନା କରିଥିଲୁ । ଯିଏ ଧୋନିଙ୍କ ଅନୁପସ୍ଥିରେ ଖେଳିବେ। ଏପଟେ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ମଧ୍ୟ ୱିକେଟ କିପିଙ୍ଗ ଖୁବ ଜରୁରୀ। ତେଣୁ ଆମେ ଦିନେଶଙ୍କୁ ବାଛିଲୁ, କାରଣ ପନ୍ତଙ୍କ ୱିକେଟ କିପିଙ୍ଗ କୌଶଳ ସେତେଟା ପରିପକ୍ୱ ନୁହେଁ । ଅନ୍ୟପଟେ ଚାପ ପରିସ୍ଥିତିରେ ଦିନେଶ ଦମଦାର ଇନିଂସ ଖେଳିପାରିବେ ।

By

Published : Apr 15, 2019, 7:05 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@BCCI

ମୁମ୍ବାଇ: ଅନେକ ଦିନର ଅପେକ୍ଷା ପରେ ସୋମବାର ଘୋଷିତ ହୋଇଛି ଭାରତର ବିଶ୍ୱକପ୍ ଦଳ। 15 ଜଣିଆ ଟିମ ଘୋଷଣା କରିଛି ବିସିସିଆଇ ଚୟନ କମିଟି । ଯୁବ ଏବଂ ଏକାଧିକ ଅଲରାଉଣ୍ଡରଙ୍କୁ ନେଇ ଏକ ବାଲାନ୍ସ (ସନ୍ତୁଳିତ) ଟିମ୍ ବଶ୍ବକପ ପାଇଁ ବଛାଯାଇଥିବା ବିସିସିଆଇ ପ୍ରକାଶ କରିଛି । ଏପଟେ ବିଶ୍ୱକପ ଟିମରେ ଚାନ୍ସ ପାଇ ଅନେକ ଖେଳାଳି ଖୁସି ଥିବା ବେଳେ ଚାନ୍ସ ପାଇନଥିବା ଖେଳାଳିଙ୍କ ଆଶା ମଉଳି ଯାଇଛି।

ଦଳରେ ସ୍ଥାନ ପାଇବା ନେଇ ସବୁଠାରୁ ଅଧିକ ଆଶାବାଦୀ ବୋଧହୁଏ ଋଷଭ ପନ୍ତ ଥିଲେ । ତେବେ ପନ୍ତଙ୍କୁ ବିସିସିଆଇ ଦେଇନାହିଁ ଇଂଲଣ୍ଡ ପାଇଁ ଟିକେଟ। ପନ୍ଥଙ୍କ ସ୍ଥାନରେ ଦ୍ୱିତୀୟ ୱିକେଟ କିପର ଭାବେ ଦିନେଶ କାର୍ତ୍ତୀକ ସ୍ଥାନ ପାଇଛନ୍ତି । ସେପଟେ ଅନେକ ଥର ଚାରି ନମ୍ବର ସ୍ଥାନରେ ଅମ୍ବାତି ରାଇଡୁ ଖେଳିବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ଦଳ ଘୋଷଣା ପରେ ଚତୁର୍ଥ ସ୍ଥାନରେ ବିଜୟ ଶଙ୍କରଙ୍କ ଖେଳିବା ନିଶ୍ଚିତ ହୋଇଛି।

ଦଳ ଘୋଷଣା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଚୟନ କମିଟି ମୁଖ୍ୟ ଏମଏସକେ ପ୍ରସାଦ। ପନ୍ଥଙ୍କୁ ବାଦ ଦେବା ନେଇ ଏମଏସକେ କହିଛନ୍ତି ଯେ, ଚୟନ ସମୟରେ ଆମେ ପନ୍ତ ଓ କାର୍ତ୍ତୀକ ଉଭୟଙ୍କ ନାଁ ଆଲୋଚନା କରିଥିଲୁ । ଯିଏ ଧୋନିଙ୍କ ଅନୁପସ୍ଥିରେ ଖେଳିବେ। ତେବେ ଗୁରୁତ୍ତ୍ୱପୂର୍ଣ୍ଣ ମ୍ୟାଚରେ ୱିକେଟ କିପିଂ ମଧ୍ୟ ଖୁବ ଜରୁରୀ। ତେଣୁ ଆମେ ଦିନେଶଙ୍କୁ ବାଛିଲୁ । କାରଣ ପନ୍ତଙ୍କ ୱିକେଟ କିପିଂ କୌଶଳ ସେତେଟା ପରିପକ୍ୱ ନୁହେଁ।

କେଏଲ ରାହୁଲଙ୍କ ଚୟନକୁ ନେଇ ଚୟନକର୍ତ୍ତା କହିଛନ୍ତି, ରାହୁଲ ଓପନର ଭାବେ ଦଳରେ ସାମିଲ ହୋଇଛନ୍ତି କିନ୍ତୁ ଆବଶ୍ୟକ ସ୍ଥଳେ ଟିମ ତାଙ୍କୁ ମିଡିଲ ଅର୍ଡରେ ମଧ୍ୟ ଖେଳିବାକୁ କହିପାରେ ।

ସେପଟେ ଚାରି ନମ୍ବର ସ୍ପଟକୁ ନେଇ ଚାଲିଥିବା ସସ୍ପେନ୍ସ ଉପରୁ ମଧ୍ୟ ପରଦା ହଟିଛି। ଅନେକ ଆଲୋଚନା ପରେ ବିଜୟ ଶଙ୍କର ଚାରି ନମ୍ବରେ ଖେଳିବା ନେଇ ସ୍ପଷ୍ଟ ହୋଇଛି। ଏନେଇ ଏମଏସକେ କହିଛନ୍ତି, ଚମ୍ପିଆନ୍ସ ଟ୍ରଫି ପରେ, ଅନେକ ଖେଳାଳିଙ୍କୁ ଆମେ 4 ନମ୍ବରରେ ସୁଯୋଗ ଦେଇଛୁ। ଅମ୍ବାତି ରାଇଡୁଙ୍କୁ ମଧ୍ୟ ଆମେ ଚାନ୍ସ ଦେଇଥିଲୁ। କିନ୍ତୁ ବିଜୟ ଶଙ୍କର ତିନୋଟି କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ଚତୁର୍ଥ ସ୍ଥାନ ପାଇଁ ଆମେ ତାଙ୍କୁ ମନୋନିତ କରିଛୁ । ଆଇପିଏଲ ପ୍ରଦର୍ଶନ ଉପରେ ଟିମ ଚୟନ ହୋଇନାହିଁ ବୋଲି କହିଛନ୍ତି ଏମଏସକେ ପ୍ରସାଦ।

ଭାରତୀୟ ଟିମ ତାର ବିଶ୍ବକପ ଅଭିଯାନର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଭାରତୀୟ ଫ୍ୟାନ୍ସଙ୍କ ନଜର ରହିବ ଜୁନ 16ରେ ହେବାକପ ଥିବା ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍ ମ୍ୟାଚ ଉପରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details