ଓଡିଶା

odisha

ETV Bharat / sports

‘12 ବର୍ଷ ପରେ ବିଶ୍ବକପ୍‌ ଦଳରେ ସ୍ଥାନ, ସ୍ବପ୍ନ ସତ ହେବା ଭଳି’

ବିଶ୍ବକପରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଆନନ୍ଦିତ। ଜଣେ କ୍ରିକେଟର ପାଇଁ ଏହା ସ୍ବପ୍ନ ସତ ହେବା ଭଳି କଥା।

By

Published : Apr 16, 2019, 6:44 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ନୂଆଦିଲ୍ଲୀ: ସୋମବାର ଘୋଷଣା ହୋଇଯାଇଛି 2019 ବିଶ୍ବକପ୍‌ ପାଇଁ 15 ଜଣିଆ ଭାରତୀୟ କ୍ରିକେଟ ଟିମ। ଆଉ ଏଥର ଦ୍ବିତୀୟ ଥର ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି ୱିକେଟ କିପର ବ୍ୟାଟ୍ସମ୍ଯାନ ଦିନେଶ କାର୍ତ୍ତୀକ। ତେବେ ବିଶ୍ବକପ ଟିମରେ ସ୍ଥାନ ପାଇବା ସ୍ବପ୍ନ ସତ ହେବା ଭଳି ବୋଲି କହିଛନ୍ତି କାର୍ତ୍ତୀକ।

ଋଷଭ ପନ୍ତଙ୍କ ସ୍ଥାନରେ 33 ବର୍ଷୀୟ ଦିନେଶ କାର୍ତ୍ତୀକ ବ୍ୟାକଅପ୍‌ ଓ୍ବିକେଟ କିପର ଭାବେ ଟିମରେ ସ୍ଥାନ ପାଇ ସଭିଙ୍କୁ ଚକିତ କରିଛନ୍ତି।

‘‘ଆମେ ପନ୍ତ ଓ ଦିନେଶ କାର୍ତ୍ତୀକଙ୍କୁ ନେଇ ଅନେକ ଆଲୋଚନା କରିଥିଲୁ ଯେ, ବିଶ୍ୱକପରେ ଧୋନି ଆହତ ହେଲେ ତାଙ୍କ ସ୍ଥାନରେ ଋଷଭ ପନ୍ତ ଖେଳିବେ ନା କାର୍ତ୍ତୀକ। କିନ୍ତୁ ସେମିଫାଇନାଲ କିମ୍ବା କ୍ୱାର୍ଟର ଫାଇନାଲ ପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପାଇଁ ୱିକେଟ କିପିଂ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ କେବଳ ଏହି କାରଣ ପାଇଁ ଆମେ ପନ୍ତଙ୍କ ସ୍ଥାନରେ କାର୍ତ୍ତୀକଙ୍କୁ ବାଛିଲୁ । ନଚେତ ପନ୍ତଙ୍କ ସ୍ଥାନ ପକ୍କା ଥିଲା।’’ ବୋଲି କହିଛନ୍ତି ଚୟନ କମିଟି ମୁଖ୍ୟ ଏମଏସକେ ପ୍ରସାଦ।

ସେପଟେ 12 ବର୍ଷ ପରେ ବିଶ୍ବକପ ଟିମରେ ସ୍ଥାନ ପାଇ ବେଶ ଖୁସି ଅଛନ୍ତି କାର୍ତ୍ତୀକ। ଶେଷ ଥର ପାଇଁ ଦିନେଶ 2007 ବିଶ୍ବକପ ଖେଳିଥିଲେ। ନିଜର ଖୁସି ବ୍ୟକ୍ତ କରି କାର୍ତ୍ତୀକ କହିଛନ୍ତି ଯେ ‘‘ବିଶ୍ବକପରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ପାଇଥିବାରୁ ମୁଁ ଆନନ୍ଦିତ। ଜଣେ କ୍ରିକେଟର ପାଇଁ ଏହା ସ୍ବପ୍ନ ସତ ହେବା ଭଳି କଥା। ମୁଁ ବିଶ୍ବକପ ଜିତିବା ପାଇଁ ମୋ ଦ୍ୱାରା ଯାହା ହୋଇ ପାରିବ କରିବି। ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀ ମୋ ଉପରେ ବିଶ୍ୱାସ ଦେଖାଇ ଥିବାରୁ ମୁଁ ବେଶ ଖୁସି।’’

କୋଲକାତା ନାଇଟ ରାଇଡର୍ସର କ୍ୟାପ୍ଟେନ କାର୍ତ୍ତୀକ କୋଲକାତା ରସଗୋଲା ଖାଇ ନିଜ ଖୁସିକୁ ସେଲିବ୍ରେଟ କରିଛନ୍ତି।

ABOUT THE AUTHOR

...view details