ହାଇଦ୍ରାବାଦ:କେନ ୱିଲିୟମସନଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚଳିତ ବିଶ୍ବକପ 2023ର ପ୍ରଥମ ବିଶ୍ବକପ ମ୍ୟାଚ୍ ଖେଳାଯିବ । ଆସନ୍ତା 15 ତାରିଖରେ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଏହି ମୁକାବିଲା ଅନୁଷ୍ଠିତ ହେବ । ନ୍ୟୁଜିଲାଣ୍ଡ ଦଳର ଯୁବ ଅଲରାଉଣ୍ଡର ରାଚିନ ରବିନ୍ଦ୍ର ଯିଏକି ଫୁଲ ଫର୍ମରେ ରହିଛନ୍ତି ସେ ତାଙ୍କ ସ୍ବପ୍ନ ପୂରଣ କରିବାକୁ ଯାଉଛନ୍ତି । ଭାରତୀୟ ବଂଶଦ୍ଭୋବ ନ୍ୟୁଜିଲାଣ୍ଡ କ୍ରିକେଟର ରାଚିନ ରବିନ୍ଦ୍ର ଭାରତ ବିପକ୍ଷରେ ସେମି ଫାଇନାଲରେ ଆମେ ବରାବର ରହିବୁ ବୋଲି କହିଛନ୍ତି ।
ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଖେଳାଯିବ । ୱାଙ୍ଖେଡେରେ ଭାରତ ବିପକ୍ଷରେ ସେମି ଫାଇନାଲରେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛନ୍ତି ରାଚିନ ରବିନ୍ଦ୍ର । ସେ ବିଶ୍ବାସ ରଖିଛନ୍ତି କି ତାଙ୍କ ଦଳ ଭଲ ଖେଳ ପ୍ରଦର୍ଶନ କରିବ । ଭାରତ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ନେଇ 23 ବର୍ଷୀୟ ରାଚିନ କହିଛନ୍ତି,"ଭାରତୀୟ ପ୍ରଶଂସକ ଖଚାଖଚ ଦର୍ଶକଙ୍କ ଗହଣରେ ଖେଳିବା ସ୍ବପ୍ନ । ଆମେ ଏହି ମ୍ୟାଚ୍ରେ ବରାବର ସ୍ଥିତିରେ ରହିବୁ । ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବୁ । ଆମେ ଜାଣିଛୁ ସବୁ ମ୍ୟାଚ୍ ଜିତି ପାରିବୁ ନାହିଁ । କେବେ କେବେ ପରାସ୍ତ ହେବାକୁ ପଡିଥାଏ କେବେ ବିଜୟ ମିଳିଥାଏ ।"