ଓଡିଶା

odisha

ETV Bharat / sports

Cricket World Cup 2023: ସ୍ପିନ୍‌ରେ ସଙ୍ଘର୍ଷ-ପେସରଙ୍କୁ ଆଟାକ୍‌, ଆଫଗାନିସ୍ତାନ ଆଗରେ ଲକ୍ଷ୍ୟ ୨୮୩ - ବିଜୟ ପାଇଁ ଆଫଗାନିସ୍ତାନକୁ ୨୮୩ ରନ୍‌ ଆବଶ୍ୟକ

ବିଶ୍ବକପ୍‌ ୨୦୨୩ରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ବିନିମୟରେ ୨୮୨ ରନ ସ୍କୋର କରିଛି । ବିଜୟ ପାଇଁ ଆଫଗାନିସ୍ତାନକୁ ୨୮୩ ରନ୍‌ ଆବଶ୍ୟକ । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନ ଆଗରେ ଲକ୍ଷ୍ୟ ୨୮୩
Pakistan set a target of 283 against Afghanistan

By ETV Bharat Odisha Team

Published : Oct 23, 2023, 5:49 PM IST

Updated : Oct 23, 2023, 6:10 PM IST

ଚେନ୍ନାଇ:ଆଇସିସି କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ରେ ଆଜି ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ । କ୍ରମାଗତ ଦୁଇଟି ପରାଜୟ ପରେ ସେମିଫାଇନାଲ ଦୌଡ଼ରେ ଜୀବିତ ରହିବା ପାଇଁ ଆଜି ଆଫଗାନିସ୍ତାନକୁ ହରାଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି ବାବର ବାହିନୀ । ପ୍ରଥମେ ବ୍ୟାଟିଂ କରି ଆଫଗାନୀ ସ୍ପିନ୍‌ ଆଟାକ୍‌ ବିପକ୍ଷରେ ପାକିସ୍ତାନୀ ବ୍ୟାଟର ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ଓପନର ଅବ୍‌ଦୁଲ୍ଲା ସେଫିକ୍‌ ଓ ବାବର ଆଜମଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଏକ ବଡ଼ ସ୍କୋର ଆଡ଼କୁ ବଢ଼ିଥିଲା ପାକିସ୍ତାନ । ଶେଷରେ ଶଦାବ ଖାନ (୪୦) ଓ ଇଫ୍‌ତିଖାର ଅହମ୍ମଦ (୪୦)ଙ୍କ ବିସ୍ଫୋରକ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୨ ରନ ସଂଗ୍ରହ କରିଛି ପାକିସ୍ତାନ । ବିଜୟ ପାଇଁ ଆଫଗାନିସ୍ତାନ ଆଗରେ ରନ୍‌ର ଲକ୍ଷ୍ୟ ରହିଛି ୨୮୩ ।

ପାକିସ୍ତାନ ବ୍ୟାଟିଂ: ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ପାକ୍‌ ଅଧିନାୟକ ବାବର ଆଜମ । ଦଳକୁ ମଧ୍ୟ ଦୁଇ ଓପନର ଅବଦୁଲ୍ଲା ସେଫିକ୍‌ ଓ ଇମାମ୍‌-ଉଲ୍‌-ହକ୍‌ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୫୬ ରନ ଯୋଡ଼ିଥିଲେ । ହେଲେ କେବଳ ଏଥିରେ ଇମାମ୍‌-ଉଲ୍‌-ହକ୍‌ କେବଳ ୧୭ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ଅଧିନାୟକ ବାବର ଆଜମଙ୍କ ସହ ମିଶି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ ଅବ୍‌ଦୁଲ୍ଲା ସେଫିକ୍‌ । ସେ ୭୫ ବଲରୁ ୫୮ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ତୁରନ୍ତ ୮ ରନ କରି ମହମ୍ମଦ ରିଜ୍‌ୱାନ ମଧ୍ୟ ଆଉଟ୍‌ ହୋଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସାଉଦ ଶକୀଲ ଅଧିନାୟକ ମହମ୍ମଦ ରଜ୍‌ୱାନଙ୍କ ସାଥ୍‌ ଦେିଥିଲେ ମଧ୍ୟ ସେ କେବଳ ୨୫ ରନ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ଅଧିନାୟକ ବାବର ଆଜମ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ । ସେ ଦଳ ପାଇଁ ସର୍ବାଧିକ ୭୪ ରନ କରି ଆଉଟ୍‌ ହୋଇଥିଲେ । ତେବେ ଶେଷରେ ଶଦାବ ଖାନ (୪୦) ଓ ଇଫ୍‌ତିଖାର ଅହମ୍ମଦ (୪୦) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ୨୮୨ର ବଡ଼ ସ୍କୋରରେ ପହଞ୍ଚାଇଥିଲେ ।

ଆଫଗାନିସ୍ତାନ ବୋଲିଂ: ଆଫଗାନିସ୍ତାନ ସ୍ପିନ୍‌ ବିଭାଗ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ନୂର ଅହମ୍ମଦ ଦଳ ପାଇଁ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିଲେ । ଆଜମତୁଲ୍ଲା ଓମରଜାଇ ଓ ମହମ୍ମଦ ନବୀ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ । ନବୀନ ଉଲ୍‌ ହକ୍‌ ୭ ଓଭରରୁ ୫୨ ରନ ବ୍ୟୟ କରି ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ହେଲେ ଦଳର ଷ୍ଟାର ସ୍ପିନର ମୁଜୀବୁର ରେହମାନ ୮ ଓଭରରୁ ୫୫ ରନ ବ୍ୟୟ କରିଥିଲେ ମଧ୍ୟ ଦଳକୁ କୌଣସି ସଫଳତା ଦେଇପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2023, 6:10 PM IST

ABOUT THE AUTHOR

...view details