ଚେନ୍ନାଇ: ଚଳିତ ଆଇସିସି କ୍ରିକେଟ୍ ବିଶ୍ବକପରେ ଆଜି 11ତମ ଲିଗ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ଖେଳାଯିବ । ନ୍ୟୁଜିଲାଣ୍ଡ ତାର ପ୍ରଥମ ମ୍ୟାଚ୍ ଜିତିଛି । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ଏଯାବତ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଆଜି ବାଂଲାଦେଶକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି । ସେହିପରି ଗୋଟିଏ ମ୍ୟାଚ୍ ଜିତିଥିବା ବାଂଲାଦେଶ କମବ୍ୟାକ୍ କରିବାକୁ ପ୍ରୟାସ କରିବ । ଅପରାହ୍ନ 2ଟାରୁ ମ୍ୟାଚ୍ ଆରମ୍ଭ ହେବ ।
ନ୍ୟୁଜିଲାଣ୍ଡ ବନାମ ବାଂଲାଦେଶ:ପୂର୍ବ ପ୍ରଦର୍ଶନ ଓ ରେକର୍ଡ ଦେଖିବେ ବାଂଲାଦେଶ ବିପକ୍ଷରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ସେପଟେ ବିଶ୍ବକପର ପ୍ରଥମ ଦୁଇ ମ୍ୟାଚ୍ରୁ ବାଦ ଥିବା ଅଧିନାୟକ କେନ ୱିଲିୟମସନ ଦଳକୁ ଫେରିଛନ୍ତି । ନ୍ୟୁଜିଲାଣ୍ଡ୍ ବିଶ୍ବକପ ପୂର୍ବରୁ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ଖେଳିଥିଲା । ଏହାକୁ 2-0ରେ ଜିତିଥିଲା । ବର୍ତ୍ତମାନ ମଧ୍ୟ ଦଳ ଚମତ୍କାର ଫର୍ମରେ ରହିଛି । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚ୍ରେ ନେଦରଲାଣ୍ଡସକୁ ପରାସ୍ତ କରିଥିଲା । ପଏଣ୍ଟ ଟେବଲୁର ଦ୍ବିତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଦଳର ପ୍ରତି ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ବିଶେଷ କରି ରବୀନ୍ଦ୍ର ରାଚିନ, ଡେଭନ କନୱେଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଆଜ ଚେପକରେ ସ୍ପିନ ଲଢେଇ ହେବ । ଆଇପିଏଲରେ ଆହତ ଥିବା କେନ ୱିଲିୟମସନ ଆଜି ମୈଦାନକୁ ଓହ୍ଲାଇବେ । ଦଳର ନେତୃତ୍ବ ନେବେ । ବାଂଲାଦେଶକୁ ହରାଇ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ନ୍ୟୁଜିଲାଣ୍ଡ ଦଳ । ଦଳର ବ୍ୟାଟିଂ କ୍ରମରେ ପରିବର୍ତ୍ତନ ହେବ ।