ଓଡିଶା

odisha

ETV Bharat / sports

World Cup 2023: ରାହୁଲଙ୍କୁ ଶତକ କରାଇ ଦେଲେନାହିଁ ହାର୍ଦ୍ଦିକ ! ଜାଣନ୍ତୁ କାରଣ - ରାହୁଲ ଶତକ କରିନପାରିବାର କାରଣ

ଦିନିକିଆ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିବା କେଏଲ ରାହୁଲ ଶତକରୁ ବଞ୍ଚିତ ହୋଇଛନ୍ତି । ତାଙ୍କୁ ଶତକ ପାଇଁ ମାତ୍ର 3 ରନ ଦରକାର ଥିଲା । ହେଲେ ଜାଣନ୍ତୁ ସେ ଅପରାଜିତ ରହି ବି କାହିଁକି ଶତକ ହାସଲ କରିପାରିଲେ ନାହିଁ । ଅଧିକ ପଢ଼ନ୍ତୁ

hardik pandya six denies kl rahuls ton
Cricket World Cup 2023

By ETV Bharat Odisha Team

Published : Oct 9, 2023, 12:23 PM IST

ଚେନ୍ନାଇ: କ୍ରିକେଟ ବିଶ୍ବକପରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ଚେନ୍ନାଇରେ କଙ୍ଗାରୁ ଦଳକୁ 6 ୱିକେଟରେ ମାତ ଦେଇ ବିଜୟ ଖାତା ଖୋଲିଛି ଭାରତ । ବିଜୟ ହିରୋ ସାଜିଥିଲେ ବିରାଟ କୋହଲି ଓ କେଏଲ ରୋହୁଲ । ଅପରାଜିତ 97 ରନ କରି ଶତକରୁ ବଞ୍ଚିତ ହୋଇଥିଲେ କେଏଲ ରାହୁଲ । ଶତକ ପାଇଁ ତାଙ୍କୁ ଆଉ 3 ରନ ବାକି ଥିଲା ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରିଥିବାରୁ ରାହୁଲ ଶତକ ହାସଲ କରିପାରିଲେ ନାହିଁ ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ମୋଟ 6ଟି ଛକା ମାରିଛି । ଦୁଇଟି ଛକା ସବୁବେଳ ପାଇଁ ମନେ ରହିବ । ଗୋଟିଏ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ଓ ଅନ୍ୟଟି କେଏଲ ରାହୁଲଙ୍କ ମ୍ୟାଚ ବିଜୟୀ ଛକା । କୋହଲି 85 ରନ କରି ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେହି ସମୟରେ ରାହୁଲ 75 ରନ୍‌ କରିଥିଲେ । ରାହୁଲ 79 ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଷଷ୍ଠ ବଲର ସାମ୍ନା କରି ତାଙ୍କ ଷ୍ଟାଇଲରେ ଜୋସ ହଜଲଉଡଙ୍କୁ ଏକ ଛକା ମାରିଥିଲେ । ଏହି ଛକା ପୂର୍ବରୁ ଭାରତର ଦଳୀୟ ସ୍କୋର 176 ଥିଲା ।

ବିଜୟ ପାଇଁ ଭାରତକୁ 62 ବଲରେ 24 ରନ ଦରକାର ଥିଲା । ଦଳୀୟ ସ୍କୋର୍‌ 176ରନ ହୋଇଥିଲା । ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା 39.4 ଓଭରରେ ଏକ ଛକା ମାରିଥିଲେ । ଏହାପରେ ବିଜୟ ପାଇଁ 12 ରନ୍‌ ଦରକାର ଥିଲା ରାହୁଲ ଆଉ ଏକ ଛକା ମାରିଥିଲେ । ଏହାପରେ ଆଉ ଏକ 4 ମାରିଥିଲେ । 40.1 ଓଭରରେ ରାହୁଲ ଛକା ମାରି ଦଳୀୟ ସ୍କୋରକୁ 201ରେ ପହଞ୍ଚାଇବା ସହିତ ଭାରତକୁ ବିଜୟୀ କରାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 8 ବଲରେ 11 ରନ କରିଥିଲେ ।

ଏହା ବି ପଢନ୍ତୁ...Cricket World Cup 2023: ଆଜି ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ୍ସ ମୁକାବିଲା, ଖେଳିବେନି କେନ୍‌ ୱିଲିୟମସନ୍‌

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେଉଛି । କିଏ କହୁଛନ୍ତି ପାଣ୍ଡ୍ୟାଙ୍କ ଛକା ଯୋଗୁଁ ରାହୁଲ ଶତକ ହାସଲ କରିପାରିଲେ ନାହିଁ କିଏ କହୁଛନ୍ତି ଏହି ଛକାର ଆବଶ୍ୟକ ନଥିଲା । କେଏଲ ରାହୁଲଙ୍କ ଶତକ ଚୋରି କରି ନେଲେ ପାଣ୍ଡ୍ୟା । କେହି କେହି ହାର୍ଦ୍ଦିକଙ୍କୁ ସ୍ବାର୍ଥପର ଖେଳାଳି ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ବେଳେ ପଡିଆକୁ ପ୍ରବେଶ କରିଥିଲେ ଜାର୍ଭୋ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପ୍ରକାଶ ଥାଉ କି, ବିଶ୍ବକପ 2023ରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । 5 ଥର ବିଶ୍ବକପ ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା ଭାରତ । ଜବରଦସ୍ତ ବୋଲିଂ ବଳରେ କଙ୍ଗାରୁ ଦଳକୁ 199ରନରେ ଅଟକାଇ ଦେଇଥିଲା । 200ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବି ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଓ କେଏଲ ରାହୁଲଙ୍କ ଅଦ୍ଭୂତପୂର୍ବ ଭାଗୀଦାରୀ ବଳରେ ଭାରତ ବିଜୟ ହାସଲ କରିିଛି । 6 ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜା 3ଟି ୱିକେଟ୍‌ ନେଇଥିଲେ । ବିରାଟ କୋହଲି 85 ରନ ଓ କେଏଲ ରାହୁଲ 115 ବଲରେ ଅପରାଜିତ 97 ରନ କରିଥିଲେ । ଶେଷ ବଲରେ ଛକା ମାରି ଭାରତକୁ ବିଜୟୀ କରିଥିଲେ । କେଏଲ ରାହୁଲ ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ABOUT THE AUTHOR

...view details