ଓଡିଶା

odisha

ETV Bharat / sports

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର, ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌ - ବୋଲରଙ୍କ ଉପରେ ନଜର

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ଫସିଲେ ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆ ବୋଲିଂ ଆଟାକ୍‌ ଆଗରେ ରନ୍‌ କରିବାକୁ ସଙ୍ଘର୍ଷ କଲା ଟିମ୍‌ ଇଣ୍ଡିଆ । ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ଭାରତ । ଅଷ୍ଟ୍ରେଲିଆକୁ ଜିତିବାକୁ ହେଲେ ୨୪୧ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌ ଦେଲା ଭାରତ
ଅଷ୍ଟ୍ରେଲିଆକୁ ୨୪୧ ଟାର୍ଗେଟ୍‌ ଦେଲା ଭାରତ

By ETV Bharat Odisha Team

Published : Nov 19, 2023, 6:01 PM IST

Updated : Nov 19, 2023, 9:53 PM IST

ଅହମ୍ମଦାବାଦ: କଙ୍ଗାରୁ ଫାଶରେ ଫସିଲେ ଭାରତୀୟ ବ୍ୟାଟର । ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଥିବା ଭାରତୀୟ ବ୍ୟାଟିଂ ବିଭାଗ ଫାଇନାଲ୍‌ ମ୍ୟାଚ୍‌ରେ ବେଶ ସଙ୍ଘର୍ଷ କରିଛନ୍ତି । ଅଷ୍ଟ୍ରେଲିଆ ବୋଲରଙ୍କୁ ଖେଳିବାକୁ ନାକେଦମ ହୋଇଛନ୍ତି ଦଳର ଟପ୍‌ ବ୍ୟାଟର୍‌ । ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ୪୭ ରନର ଆକ୍ରାମକ ପାଳି ପରେ ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି ଭାରତ । ରେକର୍ଡ ୬ଷ୍ଠ ଥର ପାଇଁ ବିଶ୍ବ ଚମ୍ପିଆନ୍‌ ହେବାକୁ ଅଷ୍ଟ୍ରେଲିଆ ଆଗରେ ୨୪୧ ରନ୍‌ ଲକ୍ଷ୍ୟ ରହିଛି । ଏବେ ସମସ୍ତଙ୍କ ନଜର ଭାରତୀୟ ବୋଲିଂ ଆଟାକ୍‌ ଉପରେ ।

ଭାରତ ବ୍ୟାଟିଂ: ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆହ୍ବାନ ଦେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ । ଜବାବରେ ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ହେଲେ ତାଙ୍କୁ ଅନ୍ୟତମ ଯୁବ ଓପନର ଶୁଭମନ ଗିଲ୍‌ଙ୍କ ସାଥ୍‌ ମିଳିନଥିଲା । କେବଳ ୪ ରନ କରି ଆଉଟ୍‌ ହୋଇଥିଲେ ଗିଲ୍‌ । ଏହାପରେ ବିରାଟ କୋହଲି ମଧ୍ୟ ଦମଦାର ଆରମ୍ଭ କରିଥିଲେ । ଅନ୍ୟପଟେ ୩୧ ବଲରୁ ୪୭ ରନର ପାଳି ଖେଳି ଆଉଟ୍‌ ହୋଇଯାଇଥିଲେ ରୋହିତ ଶର୍ମା । ଏହାପରେ ଶ୍ରେୟସ ଆୟର ମଧ୍ୟ କେବଳ ୪ ରନ କରିବାରେ ସକ୍ଷମ ହୋଇଥିଲେ । ବିରାଟ କୋହଲି ଓ କେଏଲ୍‌ ରାହୁଲ ଦଳକୁ କଠିନ ପରିସ୍ଥିତିରୁ ମୁକୁଳାଇବାରେ କିଛିଟା ସକ୍ଷମ ହୋଇଥିଲେ । ହେଲେ ୫୪ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ କୋହଲି । ଏହାପରେ ଦୀର୍ଘ ସମୟ ପଡ଼ିଆରେ ସଙ୍ଘର୍ଷ କରି ଭାରତ ପାଇଁ ସର୍ବାଧିକ ୬୬ ରନର ପାଳି ଖେଳିଥିଲେ ରାହୁଲ । ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୧୮ ଓ କୁଲଦୀପ ଯାଦବ ୧୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ମ୍ୟାଚ୍‌ ଆରମ୍ଭରୁ ରୋହିତ୍‌ ଶର୍ମାଙ୍କ ଦମଦାର ରେକର୍ଡ, ଅଧିନାୟକ ଭାବେ ସବୁଠୁ ଆଗରେ

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ସୁରକ୍ଷା ବ୍ୟବସ୍ଥାରେ ଢିଲା ! 'ଫ୍ରି ପାଲେଷ୍ଟାଇନ୍‌' ଗଞ୍ଜି ପିନ୍ଧି ପଡ଼ିଆରେ ପଶିଲେ ଯୁବକ

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଚିରାଚରିତ ଭାବେ ବଡ଼ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଫାଇନାଲ୍‌ରେ ଦଳର ବୋଲିଂ ବିଭାଗ ବେଶ ଶୃଙ୍ଖଳିତ ବୋଲିଂ କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେତେ ଭଲ ପ୍ରଦର୍ଶନ କରିପାରିନଥିବା ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ୍‌ ଷ୍ଟାର୍କ ଆଜି ଦଳ ପାଇଁ ସର୍ବାଧିକ ୩ ୱିକେଟ୍‌ ହାସଲ କରିଥିଲେ । ଜୋଶ ହାଜଲେଉଡ୍‌ ଓ ଅଧିନାୟକ ପ୍ୟାଟ୍‌ କମିନ୍ସ ୨ଟି ଲେଖାଏଁ ୱିକେଟ୍‌ ନେଇ ଭାରତକୁ ସଙ୍କଟରେ ପକାଇଥିଲେ । ସ୍ପିନର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଆଡାମ ଜାମ୍ପା ଆଜି ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2023, 9:53 PM IST

ABOUT THE AUTHOR

...view details