ଓଡିଶା

odisha

ETV Bharat / sports

ବିଶ୍ବକପ୍‌: ସାଉଥହମ୍ପଟନରେ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଶିକାର - 6 wickets

ବିଶ୍ବକପର ପ୍ରଥମ ମ୍ୟାଚ ବିଜୟୀ ହେଲା ବିରାଟ ବାହିନୀ । ପ୍ରଥମ ଲଢେଇରେ ଦକ୍ଷିଣ ଆଫ୍ରିକାକୁ 6 ୱିକେଟରେ ମାତ ଦେଇଛି ଟିମ୍ ଇଣ୍ଡିଆ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup

By

Published : Jun 5, 2019, 11:29 PM IST

ସାଉଥହମ୍ପଟନ: ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କଲା ବିରାଟ ବାହିନୀ । 6 ୱିକଟରେ ବିରାଟ ବାହିନୀ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି । ବିଶ୍ବକପରେ 1992 ଠାରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ଗୋଟିଏ ମ୍ୟାଚ ଜିତିଥିବା ଟିମ ଇଣ୍ଡିଆ ବୁଧବାର ଇତିହାସ ରଚିଛି । ରୋହିତ ଶର୍ମାଙ୍କ ଦମଦାର ଶତକ ଏବଂ ବୁମରାଙ୍କ ଜବରଦସ୍ତ ବୋଲିଂ ପାଇଁ ସାଉଥହମ୍ପଟନରେ ଦକ୍ଷିଣ ଆଫ୍ରିକା ଶିକାର କରିଛି ଟିମ୍ ଇଣ୍ଡିଆ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଦଳ ଭାରତୀୟ ବୋଲିଂ ଆଟାକକୁ ସାମ୍ନା କରି ପାରିନଥିଲା । 157 ରନରେ 7 ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ମୋରିସ ଓ ରାବଡା ଶେଷରେ ପାଳି ସମ୍ଭାଳି ଦକ୍ଷିଣ ଆଫ୍ରିକାକୁ ଏକ ସମ୍ମାନଜନକ ସ୍କୋରରେ ପହଁଞ୍ଚାଇଥିଲେ । 202 ରନ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତକୁ ପ୍ରାଥମିକ ଝଟକା ଲାଗିଥିଲା । ଓପନର ଶିଖର ଧୱନ ଶୀଘ୍ର ପାଭିଲିୟନ ଫେରିଥିଲେ । ହିଟ ମ୍ୟାନ ରୋହିତଙ୍କ ବ୍ୟାଟ କିନ୍ତୁ ବୁଧବାର ହିଟ ସାବ୍ୟସ୍ତ ହୋଇଥିଲା । ଅପରାଜିତ ରହି 122ରନର ଦର୍ଶନୀୟ ପାଳି ଖେଳିଥିଲେ ରୋହିତ ଓ ଭାରତକୁ ଚଖାଇଥିଲେ ଚଳିତ ବିଶ୍ବକପର ପ୍ରଥମ ବିଜୟର ସ୍ୱାଦ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup

ଭାରତ ଲକ୍ଷ୍ୟକୁ ପିଛା କରୁଥିବା ସମୟରେ ପ୍ରଥମେ ଧଓ୍ବନ ଏବଂ ପରେ କୋହଲିଙ୍କ ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ତେବେ ତୃତୀୟ ଯୋଡି ପାଇଁ ରୋହିତ ଏବଂ ଲୋକେଶ ଉପଯୋଗୀ ଭାଗିଦାରୀ ଠିଆ କରିଥିଲେ ।

ଭାରତ ପକ୍ଷରୁ ସର୍ବାଧିକ 4ଟି ୱିକେଟ ନେଇଥିଲେ ଚହଲ । ବୁମରା, କୂଳଦୀପ ଏବଂ ଭୁବନେଶ୍ବର ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ତେବେ ବୁମରା 2ଟି, ଭୁବନେଶ୍ବର 2ଟି, କୂଳଦୀପ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details