ଓଡିଶା

odisha

ETV Bharat / sports

ବିଶ୍ବକପ୍‌: ଧୋନିଙ୍କ ଗ୍ଲୋଭ୍‌ସରୁ ହଟିବ ସେନାର ବଳିଦାନ ବ୍ୟାଚ ! - ଧୋନି

ଭାରତୀୟ ସେନାର ବଳିଦାନ ବ୍ୟାଚ ଥିବା ଗ୍ଲୋଭ୍‌ସ ପିନ୍ଧି ବିଶ୍ବକପର ପ୍ରଥମ ମ୍ୟାଚ ଖେଳିଥିବା ଧୋନିଙ୍କ ଏହି ଅନ୍ଦାଜକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରିଥିଲେ ଫ୍ୟାନ୍ସ । କିନ୍ତୁ ଆଇସିସି ଏହାକୁ ନିୟମ ବହିର୍ଭୁତ ଦର୍ଶାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@BCCI

By

Published : Jun 6, 2019, 9:42 PM IST

ସାଉଥହମ୍ପଟନ: ନିଜର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ତେବେ ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଧୋନି । ଗତ ବୁଧବାର ଖେଳାଯାଇଥିବା ବିଶ୍ବକପ ମ୍ୟାଚରେ ଧୋନି ଭାରତୀୟ ସେନାର ବଳିଦାନ ବ୍ୟାଚ ଥିବା ଗ୍ଲୋଭ୍‌ସ ପିନ୍ଧି କିପିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରିଥିଲେ ମାହିଙ୍କ ଫ୍ୟାନ୍ସ । କିନ୍ତୁ ଏହାକୁ ନେଇ ଏବେ ଅଡୁଆରେ ପଡିଛନ୍ତି ଧୋନି । ଧୋନିଙ୍କ ଗ୍ଲୋଭ୍‌ସରୁ ଏହି ଚିହ୍ନ ହଟାଇବା ପାଇଁ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ଆଇସିସି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ୱିଟର@BCCI

ଆଇସିସି ଜେନେରାଲ ମ୍ୟାନେଜର କ୍ଲାରି ଫରଲଙ୍ଗ କହିଛନ୍ତି ଯେ, ବିସିସିଆଇକୁ ଧୋନଙ୍କ ଗ୍ଲୋଭ୍‌ସରୁ ବଳିଦାନ ବ୍ୟାଚକୁ ହଟାଇବା ପାଇଁ ଅନୁରୋଧ କରାଯାଇଛି । କାରଣ ଏହା ଖେଳର ନିୟମ ବହିର୍ଭୁତ ।

ଭାରତୀୟ ପାରାସୁଟ ରେଜିମେଣ୍ଡର ଲେଫ୍ଟେନାଣ୍ଟ କର୍ଣ୍ଣଲ ଥିବା ଧୋନିଙ୍କୁ ଏନେଇ କୌଣସି ଜୋରିମନା ଦେବାକୁ ପଡିବା ପ୍ରଶ୍ନ ଉପରେ ଫରଲଙ୍ଗ କହିଥିଲେ ‘ପ୍ରଥମ ଥର ନିୟମ ଭାଙ୍ଗିଲେ କୌଣସି ଜୋରିମନା ଦେବାକୁ ପଡିବ ନାହିଁ, କେବଳ ଚିହ୍ନ ହଟାଇବାକୁ ଅନୁରୋଧ କରାଯାଇଛି’ ।

ଭାରତୀୟ ସେନା ପ୍ରତି ଧୋନିଙ୍କ ଭଲପାଇବା ସମସ୍ତେ ଜାଣନ୍ତି । ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ୟାମେରା ଯେତେବେଳେ ଧୋନିଙ୍କ ଗ୍ଲୋଭ୍‌ସ ଉପରେ ଫୋକସ କରିଥିଲା ତାହା ସମସ୍ତଙ୍କୁ ଆକର୍ଷିତ କରିଥିଲା । ସୋସିଆଲ ମିଡିଆରେ ଭାରତୀୟ ସେନାକୁ ଧୋନିଙ୍କ ଏହି ପ୍ରକାର ସମ୍ମାନ ଦେବା ସଭିଙ୍କୁ ଖୁବ ପସନ୍ଦ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details