ଓଡିଶା

odisha

ETV Bharat / sports

ଫୁଟବଲ ପଡିଆରୁ ଧୋନିଙ୍କୁ ସମର୍ଥନ - MS Dhoni

କୋଲକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ, ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ ବାଇଚୁଙ୍ଗ ଭୁତିଆ ସମର୍ଥନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 4, 2019, 9:34 PM IST

କୋଲକତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ, ବାଇଚୁଙ୍ଗ ଭୁତିଆ ସମର୍ଥନ ଜଣାଇଛନ୍ତି । ବାଇଚୁଙ୍ଗ ଭୁତିଆ ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ ରହିସାରିଛନ୍ତି ।

ଦ୍ରୁତ ରନ ସଗ୍ରହ କରି ଭାରତ ପାଇଁ ଅନେକ ମ୍ୟାଚ ଜିତାଇଛନ୍ତି ଧୋନି । ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ଫିନିସର ବୋଲି କୁହାଯାଏ । ଧୋନିଙ୍କ ଛକା, ଚୌକାରେ ଝୁମୁଥିଲେ ଭାରତୀୟ ପ୍ରଶଂସକ । ଭାରତ ଜିତିବାକୁ କମ ବଲରୁ ଅଧିକ ରନ ଥିଲେ ସବୁତକ ବିଶ୍ବାସ, ଦର୍ଶକ ଧୋନିଙ୍କ ଉପରେ ରଖିଥାନ୍ତି । ତେବେ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଧୋନି ସେହି ବିଶ୍ବାସକୁ କାଏମ ରଖିବାରେ ଅସଫଳ ହେଇଛନ୍ତି । ଏହାକୁ ନେଇ ପ୍ରଶଂସକ ମାନେ ଧୋନିଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ।

ତେବେ ଭାରତୀୟ ଫୁଟବଲ ଦଳର ପୂର୍ବତନ କ୍ୟାପଟେନ ଧୋନିଙ୍କୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । ସେ କହିଛନ୍ତି ଧୋନିଙ୍କ ବିଶ୍ବକପ ପ୍ରଦର୍ଶନ ଖରାପ ନାହିଁ । ଆଗକୁ ଧୋନି ମ୍ୟାଚ ବିଜୟୀ ପାଳି ଖେଳି ଭାରତକୁ ବିଜେତା କରିବେ । ଗୋଟିଏ 2ଟି ମ୍ୟାଚରେ ଖରାପ ପ୍ରଦର୍ଶନ ପାଇଁ ସମାଲୋଚନା ଉଚିତ ନୁହେଁ ।

ABOUT THE AUTHOR

...view details