ଓଡିଶା

odisha

ETV Bharat / sports

ମୋ କ୍ୟାରିୟରର ସବୁଠାରୁ ବଡ ପରୀକ୍ଷା 2019 ବିଶ୍ବକପ: କୋହଲି

ବୁଧବାର ଭାରତ ଆରମ୍ଭ କରିବ ବିଶ୍ବକପ ଅଭିଯାନ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ବିରାଟ ବାହିନୀ । ତେବେ ଚଳିତ ବିଶ୍ବକପ୍‌କୁ କ୍ୟାରିୟର ସବୁଠାରୁ ବଡ ପରୀକ୍ଷା ବୋଲି କହିଛନ୍ତି ଅଧିନାୟକ ବିରାଟ କୋହଲି ।

By

Published : Jun 4, 2019, 11:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ANI

ସାଉଥହମ୍ପଟନ: ବିଶ୍ବକପ ଅଭିଯାନ ଆରମ୍ଭ କରିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଛି ଭାରତୀୟ ଟିମ । ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ ବାହିନୀ ଖେଳିବ ଏହାର ପ୍ରଥମ ମ୍ୟାଚ । ତେବେ ଅଧିନାୟକ ଭାବେ ଏହା ବିରାଟଙ୍କ ପ୍ରଥମ ବିଶ୍ବକପ ପରୀକ୍ଷା । ପ୍ରଥମ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଛନ୍ତି, ତାଙ୍କ କ୍ୟାରିୟରର ସବୁଠାରୁ କଠିନ ପରୀକ୍ଷା ହେବ 2019 ବିଶ୍ବକପ୍‌ ।

2011ରେ କୋହଲି ତାଙ୍କ ବିଶ୍ବକପ୍‌ ଡେବ୍ୟୁ କରିଥିଲେ । 2015ରେ ମଧ୍ୟ ସେ ବିଶ୍ବକପ୍‌ ଦଳର ଅଂଶ ଥିଲେ । କିନ୍ତୁ 2019 ବିଶ୍ବକପ୍‌ ବିରାଟଙ୍କ ପାଇଁ ସ୍ବତନ୍ତ୍ର ହେବ । କାରଣ ଏଥର ଫେଭରେଟ ଟିମଙ୍କ ମଧ୍ୟରେ ରହିଛନ୍ତି ବିରାଟଙ୍କ ମେନ ଇନ ବ୍ଲ୍ୟୁ ।

ମ୍ୟାଚ ପୂର୍ବରୁ ଟିମ ମଧ୍ୟରେ ଥିବା ବାତାବରଣ ବିଷୟରେ କୋହଲି କହିଛନ୍ତି । ମ୍ୟାଚ ପୂର୍ବରୁ ଟିମ କ୍ୟାମ୍ପରେ ଖୁସିର ମୋହୋଲ ରହିବା ନିହାତି ଆବଶ୍ୟକ । ତେଣୁ ଆମେ ଆଇପିଏଲ ପରେ ଏକତ୍ରିତ ରହବା ପାଇଁ ଅନେକ କିଛି କରିଛୁ । ବିଶ୍ବକପ୍‌ ଏକ ଲମ୍ବା ଟୁର୍ଣ୍ଣାମେଣ୍ଟ ଏବଂ ଏଥିରେ ଆମକୁ ଅନେକ ଉଠାଣି ଗଡାଣିର ସାମ୍ନା କରିବାକୁ ହେବ । ଯେଉଁଥିରେ ସବୁ ଖେଳାଳିଙ୍କୁ ଏକାସାଙ୍ଗରେ ଛିଡା ହେବାକୁ ପଡିବ ବୋଲି କୋହଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details