ଓଡିଶା

odisha

ETV Bharat / sports

ବିଶ୍ବକପ: ଇଂଲଣ୍ଡକୁ ସାହାଯ୍ୟ କରୁଛନ୍ତି ଜୁନିୟର ସଚିନ

ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରୁଛନ୍ତି । ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଭେଟୁଛି ।

By

Published : Jun 24, 2019, 8:56 PM IST

Updated : Jun 24, 2019, 9:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଲଣ୍ଡନ: ଚଳିତ ବିଶ୍ବକପର ଅନ୍ୟତମ ବଡ ମୁକାବଲା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ସହିତ ଭାରତୀୟ ଦଳର କିଛି ସଂପର୍କ ନାହିଁ । କିନ୍ତୁ ଭାରତର କ୍ରିକେଟ କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ସହିତ ଏହି ମ୍ୟାଚର କନେକସନ୍ ରହିଛି ।

ସଚିନଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରୁଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ଜୋରସୋରରେ ଅଭ୍ୟାସ ଜାରି ରଖିଛି । ମୋର୍ଗାନ ଆଣ୍ଡ କୋ ଜବରଦସ୍ତ ନେଟ୍ସ ପ୍ରାକ୍ଟିସ୍ ଚଳାଇଛନ୍ତି । ତେବେ ନେଟରେ ଅଭ୍ୟାସବେଳେ ଅର୍ଜୁନ ତେନ୍ଦୁଲକର ଇଂଲିସ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରୁଥିବାର ଜଣାପଡିଛି ।

ଅର୍ଜୁନଙ୍କ ଇଂଲଣ୍ଡ ପ୍ରେମ ଆଜିର ନୁହେଁ । ପୂର୍ବରୁ 2015 ଆସେସ ଟେଷ୍ଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ନେଟରେ ବୋଲି କରିଥିଲେ ଅର୍ଜୁନ । ତେବେ ସେତେବେଳେ ଅର୍ଜୁନ ତେନ୍ଦୁଲକରଙ୍କୁ 15 ବର୍ଷ ହୋଇଥିଲା । ଅର୍ଜୁନ ଭାରତୀୟ 19 ବର୍ଷରୁ କମ କ୍ରିକେଟ ଦଳରେ ସ୍ଥାନ ପାଇସାରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିଥିବା ୟୁଥ ଟେଷ୍ଟ ଦଳରେ ଅର୍ଜୁନ ଖେଳିଥିଲେ । ମୁମ୍ବାଇ ଟି-20 ଲିଗରେ ଆକାଶ ଟାଇଗର ପକ୍ଷରୁ ଅର୍ଜୁନ ଖେଳିଛନ୍ତି । ମୁମ୍ବାଇ 19 ବର୍ଷରୁ କମମବେହାର ଟ୍ରଫିରେ 5ଟି ମ୍ୟାଚରୁ 19 ୱିକେଟ ହାସର କରି ଅର୍ଜୁନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2019, 9:09 PM IST

ABOUT THE AUTHOR

...view details