ଓଡିଶା

odisha

ETV Bharat / sports

ରାଣୀଙ୍କୁ ଭେଟିଲେ ବିରାଟ

ବିଶ୍ବକପ ପୂର୍ବରୁ ବ୍ରିଟେନର ରାଣୀ ଏଲିଜାବେଥ ଓ ରାଜକୁମାରଙ୍କୁ ଭେଟିଛନ୍ତି ବିରାଟ କୋହଲି ।

By

Published : May 30, 2019, 1:49 PM IST

Updated : May 30, 2019, 2:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(ଟ୍ବିଟର)

ଲଣ୍ଡନ: ବିଶ୍ବକପ ପୂର୍ବରୁ ବ୍ରିଟେନର ରାଣୀ ଏଲିଜାବେଥ ଓ ରାଜକୁମାରଙ୍କୁ ଭେଟିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ମଧ୍ୟ ଲଣ୍ଡନର ବଙ୍କିହାମ୍ ପ୍ୟାଲେସ ସମ୍ମୁଖ ଏକ ବିରାଟକାୟ ମଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବ୍ରିଟେନ ରାଣୀଙ୍କୁ ଭେଟିଛନ୍ତି ବିରାଟ। ବିଶ୍ବକପ ଦଳର କ୍ୟାପଟେନଙ୍କ ପାଇଁ ଏକ ନୈଶ ଭୋଜିର ଆୟୋଜନ ସେଠାରେ କରଯାଇଥିଲା । ବିରାଟଙ୍କ ସହିତ ଇଂଲଣ୍ଡର କ୍ୟାପଟେନ ଇଆନ ମୋର୍ଗାନ ଓ ଅନ୍ୟ ସମସ୍ତ ଦଳର କ୍ୟାପଟେନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ(ଟ୍ବିଟର)

ଏନେଇ ଦ ରୟାଲ ଫାମିଲି ପକ୍ଷରୁ ଟ୍ବିଟ କରାଯାଇଛି । ପରେ ବିସିସିଆଇ ପକ୍ଷରୁ ମଧ୍ୟ ଏକ ଟ୍ବିଟ କରାଯାଇଛି । ଏବଂ ଟ୍ବିଟରେ Skipper meets the Queen ଲେଖାଯାଇଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ(ଟ୍ବିଟର)

ଆଜି ବିଶ୍ବକପର ପ୍ରଥମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦକ୍ଷିଣ ଆଫ୍ରିକାକୁ ଭେଟିବ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ(ଟ୍ବିଟର)
Last Updated : May 30, 2019, 2:57 PM IST

ABOUT THE AUTHOR

...view details