ଓଡିଶା

odisha

ETV Bharat / sports

ବିଶ୍ବକପରେ ଭାରତର କେଉଁ ଖେଳାଳି କରିଛନ୍ତି ଶ୍ରେଷ୍ଠ ପ୍ରଦର୍ଶନ ଜାଣନ୍ତୁ

କ୍ରିକେଟ ବିଶ୍ବକପ 1975ରୁ ଆରମ୍ଭ ହୋଇଛି । ସବୁ ବିଶ୍ବକପରେ ଭାରତ ପାଇଁ ଅନେକ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

By

Published : May 19, 2019, 7:48 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ 1975ରୁ ଆରମ୍ଭ ହୋଇଛି । 44ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କ୍ରିକେଟର ଏହି ବଡ ଟୁର୍ଣ୍ଣାମେଣ୍ଟର 11ଟି ସଂସ୍କରଣ ଖେଳ ସରିଛି । ଭାରତ ବିଶ୍ବକପର ସବୁ ସଂସ୍କରଣରେ ଖେଳିଛି । ତେବେ ସବୁ ବିଶ୍ବକପରେ ଭାରତ ପାଇଁ ଅନେକ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ଅନେକ ବିଶ୍ବସ୍ଥରୀୟ ମହାନ ଖେଳାଳି ଭାରତୀୟ ଦଳରୁ ଖେଳିଛନ୍ତି । ଭାରତ ଦୁଇଥର ବିଶ୍ବକପ ବିଜେତା ହୋଇଛି । 1983 ରେ କପିଲ ଦେବ ଙ୍କ ନେତୃତ୍ବରେ ପ୍ରଥମଥର ବିଶ୍ବଚମ୍ପିଆନ ହୋଇଥିଲା ଟିମ ଇଣ୍ଡିଆ । ପରେ ଧୋନୀଙ୍କ ନେତୃତ୍ବରେ 2011ରେ ଦ୍ବିତୀୟ ଥର ପାଇଁ ଚମ୍ପିଆନର ତାଜ ପିନ୍ଧିଥିଲା ଭାରତ ।

ମହିନ୍ଦର ଅମରନାଥ(1983)


ଏହି ଭାରତୀୟ ଅଲରାଉଣ୍ଡର 1983 ବିଶ୍ବକପର ଥିଲେ ହିରୋ । ପ୍ରାୟ ସମସ୍ତ ମ୍ୟାଚରେ କମାଲ କରିଥିଲେ ଅମରନାଥ । ଇଂଲଣ୍ଡ ବିପକ୍ଷରେ 46 ରନ ସହ 27/2 ୱିକେଟ ନେଇଥିଲେ । ଫଳରେ ସେ ମ୍ୟାନ ଅଫ ଦି ମ୍ୟାଚ ରହିଥିଲେ । ବିଶ୍ବକପର ଶେଷ 4ଟି ମ୍ୟାଚରେ ଭାରତ ପାଇଁ ଏକପ୍ରକାର ମ୍ୟାନୱିନର ସାଜିଥିଲେ ଅମରନାଥ । ଫାଇନାଲରେ 26ରନ ର ଉପଯୋଗି ପାଳି ଖେଳିଥିଲେ । ଓ 12ରନ ଦେଇ 3ୱିକେଟ ଅକ୍ତିଆର କରିଥିଲେ । ଫଳରେ କପିଲ ଦେବଙ୍କ କାମକୁ ସହଜ କରିଥିଲେ ।

ସୁନିଲ ଗାଭାସ୍କର(1987)

ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଥିଲେ 1987 ବିଶ୍ବକପରେ ଭାରତ ପାଇଁ ବ୍ୟାଟିଂ ହିରୋ । 7ଟି ଇଂନିସରୁ 300ରୁ ଅଧିକ ରନ କରିଥିଲେ ସେ । ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ୟାରିୟରର ପ୍ରଥମ ଶତକ ମାରି ଟିମ ଇଣ୍ଡିଆକୁ ଜିତାଇଥିଲେ । କିନ୍ତୁ ଭାରତୀୟ ଦଳ ସେମିଫାଇନାଲରେ ପରାସ୍ତ ହୋଇଥିଲା ।

ସଚିନ ତେନ୍ଦୁଲକର(1996)

ବିଶ୍ବକପରେ 500ରନ କରି ରେକର୍ଡ କରିଥିଲେ ସଚିନ । ଭାରତୀୟ ଦଳ 1996 ବିଶ୍ବକପର ସେମିଫାଇନାଲରେ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥିଲା । ସଚିନଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ଆଉଟ ପାଇଁ ଭାରତର ଫାଇନାଲ ସ୍ବପ୍ନ ଚୁରମାର ହୋଇଥିଲା ।

ରାହୁଲ ଦ୍ରାବିଡ(1999)

1999 ବିଶ୍ବକପରେ ଦ୍ରାବିଡ ଥିଲେ ସବୁଠୁ ଅଧିକ ରନ ସଂଗ୍ରହକାରୀ । ସେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ କରି ସର୍ବାଧିକ 461 ରନ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ଗାଙ୍ଗୁଲିଙ୍କ ସହ 318ରନର ପାର୍ଟନସିପ କରି ଚର୍ଚ୍ଚରେ ରହିଥିଲେ ଦ୍ରାବିଡ ।

ସଚିନ ତେନ୍ଦୁଲକର(2003)
2003 ବିଶ୍ବକପରେ 673 ରନ କରିଥିଲେ ସଚିନ । ସେବେର ଶ୍ରେଷ୍ଠ ବୋଲିଂ ବାହିନୀ ପାକିସ୍ତାନ ବିପକ୍ଷରେ ଶତକ ମାରି ଧମାକା କରିଥିଲେ ସଚିନ ।

ଯୁବରାଜ ସିଂହ(2011)
2011 ବିଶ୍ବକପରେ ଉଭୟ ବୋଲିଂ ଓ ବ୍ୟାଟିଂରେ କରିସ୍ମା କରିଥିଲେ ଯୁଭି । ମୋଟ 15 ୱିକେଟ ସହ 362 ରନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ସେ ।

ଶିଖର ଧାୱନ(2015)
ବିଶ୍ବକପର 8ଟି ମ୍ୟାଚରୁ 412ରନ କରି ଭାରତ ପାଇଁ ହିରୋ ସାଜିଥିଲେ ଶିଖର । ପାକିସ୍ତାନ ବିପକ୍ଷରେ 73, ଦକ୍ଷୀଣ ଆଫ୍ରିକା ବିପକ୍ଷରେ 137, ଆୟରଲାଣ୍ଡ ବିପକ୍ଷରେ 100, ଅଷ୍ଟ୍ରେଲିଆ ବିପକ୍ଷରେ 45 ରନ କରିଥିଲେ ।

ABOUT THE AUTHOR

...view details