ଓଡିଶା

odisha

ETV Bharat / sports

ବିଶ୍ବକପରେ ଭାରତଠୁ ହାରିବା ରେକର୍ଡ ଭାଙ୍ଗ: ଇଞ୍ଜାମାମ

କ୍ରିକେଟ ଇତିହାସ କହେ, ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ବେଶ ରୋମାଞ୍ଚକର । ମାତ୍ର ଭାରତ ନିକଟରୁ ପାକିସ୍ତାନ କେବେ ହେଲେ ବିଜୟ ଲାଭ କରିପାରିନାହିଁ । ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 6ଥର ଭେଟିଥିଲେ ହେଁ ସବୁ ମ୍ୟାଚରେ ପାକିସ୍ତାନ ପରାଜୟ ବରଣ କରିଛି । ଏଥର କିନ୍ତୁ ଏହି ଧାରା ଭାଙ୍ଗିବାକୁ ପାକିସ୍ତାନ ଖେଳାଳିଙ୍କୁ କହିଛନ୍ତି ଇଞ୍ଜାମାମ-ଉଲ-ହକ ।

By

Published : May 26, 2019, 10:51 PM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ଲଣ୍ଡନ: ବିଶ୍ବକପରେ ସବୁଠାରୁ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ଭାରତ ଓ ପାକିସ୍ତାନ ମଧ୍ୟରେ । ଇତିହାସ କହେ ଯେ ଭାରତ ବିପକ୍ଷରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ କେବେ ବିଜୟ ହାସଲ କରିପାରିନାହିଁ । ତେବେ ଏହି ଧାରାକୁ ଭାଙ୍ଗିବା ପାଇଁ ଦଳକୁ କହିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ-ଉଲ-ହକ ।

ସୂଚନାଯୋଗ୍ୟ 16 ଜୁନ 2019ରେ ଭାରତ ପାକିସ୍ତାନ ମୁହାଁମୁହିଁ ହେବେ । ଇଞ୍ଜାମାମ ଏବେ ପାକିସ୍ଥାନ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ଅଛନ୍ତି ।

ବିଶ୍ବକପରେ ଭାରତ ପାକିସ୍ତାନ 6 ଥର ଭେଟିଛନ୍ତି । ସବୁଥର ବାଜିମାରିଛି ଟିମ ଇଣ୍ଡିଆ । 1992 ବିଶ୍ବକପ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡରେ ହୋଇଥିଲା । ପାକିସ୍ତାନ ଏହି ବିଶ୍ବକପରେ ଚମ୍ପିଆନ ହୋଇଥିଲା । କିନ୍ତୁ ଭାରତ ସହିତ ମ୍ୟାଚରେ ହାରିଥିଲା । ପରେ 1996 ବିଶ୍ବକପ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ଏଥିରେ ଚମ୍ପିଆନ ହୋଇଥିଲା ଶ୍ରୀଲଙ୍କା । ଏହି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନକୁ ହରାଇଥିଲା ଭାରତ ।

1999 ବିଶ୍ବକପ ଇଂଲଣ୍ଡରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ହୋଇଥିଲା ଚମ୍ପିଆନ । ଏଥିରେ ପୁଣି ସାମ୍ନାସାମ୍ନି ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ପୁଣି ଭାରତଠୁ ହାରିଥିଲା ପାକିସ୍ତାନ । 2003ବିଶ୍ବକପ ଦକ୍ଷିଣ ଆଫ୍ରିକାରେ ହୋଇଥିଲା । ଓ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା । ଭାରତ ବିପକ୍ଷରେ ଖେଳି ପରାଜୟ ବରଣ କରିଥିଲା ପାକିସ୍ତାନ ।

2011 ବିଶ୍ବକପ ଭାରତରେ ହୋଇଥିଲା । ଶ୍ରୀଲଙ୍କାକୁ ଫାଇନାଲରେ ହରାଇ ଦ୍ବିତୀୟ ଥର ପାଇଁ ଚମ୍ପିଆନ ହୋଇଥିଲା ଟିମ ଇଣ୍ଡିଆ । ପାକିସ୍ତାନ ଓ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକାଠି ବସି ଦେଖିଥିଲେ । ପାକିସ୍ତାନକୁ ଭାରତ ପୁଣି ହରାଇଥିଲା । ଶେଷଥର ବିଶ୍ବକପ 2015 ହୋଇଥିଲା ଅଷ୍ଟ୍ରେଲିଆରେ । ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଜିତିଥିଲା ବିଶ୍ବକପ ଟ୍ରଫି । ହେଲେ ଏହି ବିଶ୍ବକପରେ ମଧ୍ୟ ଷଷ୍ଠଥର ପାଇଁ ଭାରତ ନିକଟରୁ ହାରିଥିଲା ପାକିସ୍ତାନ ।

For All Latest Updates

ABOUT THE AUTHOR

...view details