ଓଡିଶା

odisha

ETV Bharat / sports

ବିଶ୍ବକପ: ହାରିଛି ହିନ୍ଦୁସ୍ତାନ, କାନ୍ଦୁଛି ପାକିସ୍ତାନ - NEW ZEALAND

ବିଶ୍ବକପର ସେମିଫାଇନାଲ ନେଇ ବଢୁଛି ସସପେନ୍ସ । ଭାରତ ଇଲଣ୍ଡ ମ୍ୟାଚରେ ଭାରତର ପରାଜୟ ପରେ ପଡୋଶୀ ପାକିସ୍ତାନକୁ କିନ୍ତୁ ପାନେ ମିଳିଛି । ଦଳର ସେମିଫାଇନାଲ ଆଶା ଅନିଶ୍ଚିନ୍ତତା ଭିତରକୁ ଠେଲି ହୋଇଯାଇଛି ।

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

By

Published : Jul 1, 2019, 5:42 PM IST

ଲଣ୍ଡନ: ବିଶ୍ବକପର ସେମିଫାଇନାଲ ନେଇ ବଢୁଛି ସସପେନ୍ସ । ଶ୍ରେଷ୍ଠ 4ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ତେବେ ପ୍ରଥମ ଓ ଏକମାତ୍ର ଦଳ ଭାବେ ପୂର୍ବଥରର ଚମ୍ପିଆନ ସେମିଫାଇନାଲରେ ପହଞ୍ଚି ସାରିଛି । ଭାରତ ଇଲଣ୍ଡ ମ୍ୟାଚରେ ଭାରତର ପରାଜୟ ପରେ ପଡୋଶୀ ପାକିସ୍ତାନକୁ କିନ୍ତୁ ପାନେ ମିଳିଛି । ଦଳର ସେମିଫାଇନାଲ ଆଶା ଅନିଶ୍ଚିନ୍ତତା ଭିତରକୁ ଠେଲି ହୋଇଯାଇଛି । କାରଣ ଭାରତ ବିପକ୍ଷରେ ବିଜୟ ପରେ ପାକିସ୍ତାନକୁ ପଛକୁ ଠେଲି ପଏଣ୍ଟ ଟେବୁଲର 4ନଂ ସ୍ଥାନକୁ ଆସିଯାଇଛି ଇଂଲଣ୍ଡ ।

7ମ୍ୟାଚରୁ 11 ପଏଣ୍ଟ ସହ ଭାରତ ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି । ବିରାଟ ବାହିନୀ ପାଖରେ ସେମିଫାଇନାଲରେ ପ୍ରବେଶ କରିବାକୁ ଆଉ 2ଟି ସୁଯୋଗ ରହିଛି । ବାଂଲାଦେଶ ଓ ଶ୍ରୀଲଙ୍କା ସହିତ ଶେଷ 2ଟି ମ୍ୟାଚ ଖେଳିବ ଭାରତ । ଏହି 2ମ୍ୟାଚରୁ ଗୋଟିଏ ବିଜୟ ମିଳିଲେ ଭାରତ ସେମିଫାଇନାଲରେ ପ୍ରବେଶ କରିବ ।

ପଏଣ୍ଟ ଟେବୁଲର 3ୟ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଛି । ଦଳ 8 ଟି ମ୍ୟାଚ ଖେଳି ସାରିଥିବାବେଳେ ଇଂଲଣ୍ଡ ବିପକ୍ଷରେ ଶେଷ ମ୍ୟାଚ ଖେଳିବ । ଏହି ମ୍ୟାଚର ଫଳାଫଳ ଇଂଲଣ୍ଡର ସେମିଫାଇନାଲରେ ପ୍ରବେଶ ଅଥବା ବିଶ୍ବକପରୁ ବିଦାୟ ଉପରେ ନିର୍ଭର କରୁଛି । କାରଣ ଇଂଲଣ୍ଡର 8ଟି ମ୍ୟାଚରୁ 10 ପଏଣ୍ଟ ରହିଛି । ଶେଷ ମ୍ୟାଚ ହାରିଲେ ଦଳ 10 ପଏଣ୍ଟରେ ରହିଯିବ । ନ୍ୟୁଜିଲାଣ୍ଡ 13 ପଏଣ୍ଟ ସହ 3ୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିବ । ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ହାରିଯାଏ ଆଉ ଏକ ନୂଆ ସମୀକରଣ ସୃଷ୍ଟିହୋଇଯିବ । 9ପଏଣ୍ଟରେ ଥିବା ପାକିସ୍ତାନ ତାର ଶେଷ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିବ । ବିଜୟୀ ହେଲେ ସମାନ11 ପଏଣ୍ଟ ସହ ନ୍ୟୁଜିଲାଣ୍ଡର ପଏଣ୍ଟ ସହ ସମାନ ହୋଇଯିବ ।

ଏହି କ୍ଷେତ୍ରରେ ରନରେଟ ହାର ଅଧିକ ଥିବା ଦଳ ବାଜିମାରିନେବ । ବାଂଲାଦେଶର ଆଉ 2ଟି ମ୍ୟାଚ ଭାରତ ଓ ପାକସ୍ତାନ ବିପକ୍ଷରେ ଖେଳିବାକୁ ବାକି ରହିଛି । କ୍ରିକେଟରେ ସବgକିଛି ସମ୍ଭବ । ଯଦି 2ଟି ମ୍ୟାଚରେ ବଂଲାଦେଶ ବିଜୟୀ ହୁଏ ତେବେ ପୁଣି ବଦଳିଯିବ ସେମିଫାଇଲାର ଅଙ୍କ ଗଣିତ । 11 ପଏଣ୍ଟ ସହ ଦଳ ସେମିଫାଇନାଲକୁ ଯିବାର ସମ୍ଭାବନା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details