ଓଡିଶା

odisha

ETV Bharat / sports

ଇଂଲଣ୍ଡରେ ଚାଲିଛି ବର୍ଷା ବିଶ୍ବକପ !

ବିଶ୍ବକପ ସମୟରେ ବର୍ଷା କାରଣରୁ ଧୋଇଗଲାଣି 3ଟି ଗୁରୁତ୍ତ୍ବପୂର୍ଣ୍ଣ ମ୍ୟାଚ । ଆଜିର ଶ୍ରୀଲଙ୍କା ବାଂଲାଦେଶ ମ୍ୟାଚ ମଧ୍ୟ ବାତିଲ ହୋଇଛି । ପୂର୍ବରୁ ଶ୍ରୀଲଙ୍କା ପାକିସ୍ତାନ ମ୍ୟାଚକୁ ବାତିଲ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ୱେଷ୍ଟଇଣ୍ଡିଜ ମ୍ୟାଚ ବାତିଲ ହୋଇଥଲା ।

By

Published : Jun 11, 2019, 6:50 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋa

ଲଣ୍ଡନ: ଆଇସିସି କ୍ରିକେଟ ବିଶ୍ବକପର 12ତମ ସଂସ୍କରଣ ଇଂଲଣ୍ଡରେ ଖେଳାଯାଉଛି । ମେ 30’ ରୁ ଆରମ୍ଭ ହୋଇଥିଲା କ୍ରିକେଟର ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ । ତେବେ ବିଶ୍ବକପ ସମୟରେ ବର୍ଷା କାରଣରୁ ଧୋଇଗଲାଣି 3ଟି ଗୁରୁତ୍ତ୍ବପୂର୍ଣ୍ଣ ମ୍ୟାଚ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ପ୍ରଥମେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା । ମ୍ୟାଚ 50 ଓଭର ବଦଳରେ 41 ଓଭରକୁ କମାଇ ଦିଆଯାଇଥିଲା । ଡିଏଲଏସ ନିୟମ ଅନୁସାରେ ମ୍ୟାଚର ଫଳାଫଳ ସ୍ଥିର ହୋଇଥିଲା । ଶ୍ରୀଲଙ୍କା ଦଳ ନିଶ୍ଚିନ୍ତ ପରାଜୟରୁ ବର୍ତ୍ତିଯାଇ 34ରନରେ ବିଜୟୀ ହୋଇଥିଲା । ପରେ ଶ୍ରୀଲଙ୍କାର 2ଟି ମ୍ୟାଚ ବର୍ଷାରେ ଧୋଇଯାଇଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଗୋଟିଏ ବଲ ବି ପଡି ପାରିନଥିଲା । ବାଧ୍ୟ ହୋଇ ମ୍ୟାଚକୁ ବାତିଲ କରାଯାଇଥିଲା । ଦୁଇଟିମ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଥିଲେ । ତେବେ ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ ମଧ୍ୟ ବାତିଲ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ତେବେ ବର୍ଷା ଯୋଗୁଁ ସର୍ବାଧିକ କ୍ଷତି ଦକ୍ଷିଣ ଆଫ୍ରିକାର ହୋଇଛି । ପ୍ରଥମ 3ଟି ମ୍ୟାଚ ହାରିବା ପରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟର ସନ୍ଧାନରେ ଥିଲା ଡୁପ୍ଲେସିସଙ୍କ ଦଳ । କିନ୍ତୁ ବର୍ଷା ତାହା କରାଇ ଦେଇନଥିଲା । ମାତ୍ର 7.3 ଓଭର ଖେଳ ପରେ ପଡିଆରେ ରାଜ କରିଥିଲା ବର୍ଷା । ଷ୍ଟାଡିୟମରେ ଭରି ଯାଇଥିଲା ପାଣି । ତା’ ସାଙ୍ଗକୁ ଦକ୍ଷିଣ ଆଫ୍ରିକାର ଆଶା ଉପରେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ବାତିଲ ହୋଇଥଲା ମ୍ୟାଚ ଏବଂ 1ପଏଣ୍ଟ ଭାଗ କରିଥିଲେ ଉଭୟ ଦଳ । ଭାରତ ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ହେବା ନେଇ ସ୍ଥାନୀୟ ପାଣିପାଗ ବିଭାଗ ଅନୁମାନ କରୁଛି । ବିଶ୍ବକପର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ହୁଏ, ତେବେ ବିଶ୍ବକପ ପାଣିଚିଆ ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ବିଶ୍ବକପର ମ୍ୟାଚବେଳେ ବର୍ଷା ହେବାନେଇ ସୋସିଆଲ ମିଡିଆରେ ଅନେକ ମଜାଦାର ଟ୍ବିଟ ଦେଖିବାକୁ ମିଳୁଛି । କେହିକେହି କ୍ରିକେଟ ବିଶ୍ବକପ ନା ବର୍ଷା ବିଶ୍ବକପ ବୋଲି ମତ ଦେଇଛନ୍ତି ।

ABOUT THE AUTHOR

...view details