ଓଡିଶା

odisha

ETV Bharat / sports

ବିଶ୍ବକପ: ବାଂଲା ବିଜୟ ସହ ପାକିସ୍ତାନର ବିଦାୟ - BANGLADESH

ବାଂଲାଦେଶକୁ 94 ରନରେ ହରାଇଲା ପାକିସ୍ତାନ । ନ୍ୟୁଜିଲାଣ୍ଡ ସହ ସମାନ 11 ପଏଣ୍ଟ ହେବେ ସତ୍ତ୍ବେ ରନ ରେଟ କମ ଥିବାରୁ ସେମିଫାଇନାଲ ରେସରୁ ପାକିସ୍ତାନ ବାଦ ପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jul 5, 2019, 11:04 PM IST

Updated : Jul 5, 2019, 11:16 PM IST

ଲର୍ଡ୍ସ: ଶେଷ ଲିଗ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ରନରେ ହରାଇଛି । ଫଳରେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହିତ 11ପଏଣ୍ଟ ସମାନ ହୋଇଛି । ମାତ୍ର ନ୍ୟୁଜିଲାଣ୍ଡ ଠାରୁ ରନ ରେଟ କମ ଥିବାରୁ ସେମିଫାଇନାଲ ରେସରୁ ପାକିସ୍ତାନ ବାଦ ପଡିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ବାଂଲାଦେଶ ସାମ୍ନାରେ ପାକିସ୍ତାନ 316 ରନର ଟାର୍ଗେଟ ରଖିଥିଲା । ମାତ୍ର ବାଂଲାଦେଶ 221 ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଆଉ ଏକ ଆକର୍ଷଣୀୟ ଅର୍ଧଶତକୀୟ ପାଳି ଖେଳିଥିଲେ ଫର୍ମରେ ଥିବା ସାକିବ-ଅଲ-ହାସନ । ସାକିବ 6ଚୌକା ସହାୟତାରେ 77 ବଲରୁ 64 ରନର ପାଳି ଖେଳିଥିଲେ । ସୌମ୍ୟ ସରକାର 22, ଲିଟନ ଦାସ 32 ଓ ମହମ୍ମଦୁଲ୍ଲା 29 ରନ କରିଥିଲେ । ତେବେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ 94 ରନରେ ପାକିସ୍ତାନ ବିଜୟୀ ହୋଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବି ପ୍ରଦର୍ଶନ କରିଥିଲା । ସାହିନଙ୍କ ଚମତ୍କାର ବୋଲିଂ ପାଇଁ ସାହିନ ଆଫ୍ରିଦି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ପାକିସ୍ତାନ ପକ୍ଷରୁ ବୋଲର ସାହିନ ଆଫ୍ରିଦି ବିଶ୍ବକପରେ ଅନ୍ୟତମ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । 9.1 ଓଭରରେ 35 ରନ ବ୍ୟୟ କରି 6ଟି ୱିକେଟ ଅକ୍ତିଆର କରିଥିଲେ । ସାଦାୱ ଖାନ 2ଟି ଓ ମହମ୍ମଦ ଆମିର ଗୋଟିଏ ୱିକେଟ ନେଇଥିଲେ ।

ପୂର୍ବରୁ ପାକିସ୍ତାନ ପକ୍ଷରୁ ଓପନର ଇମାମ-ଉଲ-ହକ ଶତକ ହାସଲ କରିଥିଲେ । ଓ ବାବାକ ଆଜାମ 96 ରନ କରି ଶତକରୁ ବଞ୍ଚିତ ହୋଇଥିଲେ ।

Last Updated : Jul 5, 2019, 11:16 PM IST

ABOUT THE AUTHOR

...view details