ଓଡିଶା

odisha

ETV Bharat / sports

ବିଶ୍ବକପ: ବର୍ତ୍ତିଗଲା ପାକିସ୍ତାନ, ଲଢିଲା ଆଫଗାନ

227 ରନର ଟାର୍ଗେଟକୁ ପିଛା କରି ମୁଖ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ହରାଇଥିଲା ପାକ । ତେବେ ଅଲରାଉଣ୍ଡର ଇମାଦ ୱାସିମ ପାକିସ୍ତାନ ପାଇଁ 49ରନର ମ୍ୟାଚ ବିଜୟୀ ପାଳି ଖେଳି ପାକିସ୍ତାନକୁ 3ୱିକେଟରେ ବିଜୟୀ କରାଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jun 30, 2019, 12:08 AM IST

ଲଣ୍ଡନ: ଏକ ନିଶ୍ଚିତ ପରାଜୟରୁ ବର୍ତ୍ତିଯାଇଛି ପାକିସ୍ତାନ । 227 ରନର ଟାର୍ଗେଟକୁ ପିଛା କରି ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ହରାଇଥିଲା ପାକ । ତେବେ ଅଲରାଉଣ୍ଡର ଇମାଦ ୱାସିମ ପାକିସ୍ତାନ ପାଇଁ 49ରନର ମ୍ୟାଚ ବିଜୟୀ ପାଳି ଖେଳି ପାକିସ୍ତାନକୁ 3ୱିକେଟରେ ବିଜୟୀ କରାଇଥିଲେ । 50 ତମ ଓଭରର ଚତୁର୍ଥ ବଲକୁ ଚୌକାମାରି ଇମାଦ ପାକିସ୍ତାନକୁ ବିଜୟକୁ ପୁରା କରିଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ମ୍ୟାଚ ବିଜୟୀ ପାଳି ପାଇଁ ଇମାଦ ପ୍ଲେଆର ଅଫ ଦି ମ୍ୟାଚ ହୋଇଥିଲେ । ପାକିସ୍ତାନ ପକ୍ଷରୁ ବାବର ଆଜାମ 45, ଇମାମ-ଉଲ-ହକ 36,ହାରିସ ସୋହେଲ 27 ରନର ପାଳି ଖେଳିଥିଲେ । ଏହି ବିଜୟ ପରେ ପାକିସ୍ତାନ ଇଂଲଣ୍ଡକୁ ପଛକୁ ଠେଲି 9 ସହ ପଏଣ୍ଟ ଟେବୁଲର 4ର୍ଥ ସ୍ଥନରେ ପହଞ୍ଚିଛି । ଏହା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ତେବେ ସବୁଚେଷ୍ଟା ପରେ ଖରାପ ପିଲ୍ଡିଂ ପାଇଁ ବିଜୟକୁ ହାତ ଛଡା କରିଛି ଆଫଗାନିସ୍ତାନ । ଦଳ ପକ୍ଷରୁ ମୁଜିବ ରେହମାନ 2ଟି, ମହମ୍ମଦ ନବି 2ୱିକେଟ ନେଇଥିଲେ । ରସିଦ ଖାନ ଗୋଟିଏ ୱିକେଟ ନେଇପାରିଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 227 ରନ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ରନ କରିଥିଲେ ପୂର୍ବତନ କ୍ୟାପଟେନ ଅସଘର ଆଫଗାନ । 35 ବଲରୁ ଦ୍ରୁତ 42 ରନର ପାଳି ଖେଳିଥିଲେ ଅସଘର । ନଜିବୁଲ୍ଲା ଜର୍ଡାନ ମଧ୍ୟ 42 ରନର ପାଳି ଖେଳିଥିଲେ । ରହମତ ସାହା 35 ଓ ୱିକେଟ କିପର ଇକ୍ରାମ ଅଲ୍ଲି ଖିଲ 24 ରନ କରିଥିଲେ ।

ABOUT THE AUTHOR

...view details