ଓଡିଶା

odisha

ETV Bharat / sports

ରୋହିତ-ରାହୁଲଙ୍କ ରେକର୍ଡ ପାର୍ଟନରସିପ, 7ୱିକେଟରେ ଭାରତ ବିଜୟୀ - SRILANKA

ରୋହିତ ଓ ରାହୁଲଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ରେକର୍ଡ 189 ରନର ପାର୍ଟନରସିପ ବଳରେ, ଶେଷ ଲିଗ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ 7 ୱିକେଟରେ ହରାଇଛି । ଗୋଟିଏ ବିଶ୍ବକପରେ 5ଟି ଶତକ ହାସଲ କରିବାରେ ରୋହିତ ପ୍ରଥମ ଖେଳାଳି ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jul 6, 2019, 11:18 PM IST

ଲିଡସ: ବିଶ୍ବକପ ଲଢେଇରେ ଶେଷ ଲିଗ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ 7 ୱିକେଟରେ ହରାଇଛି । 264 ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଛି ଟିମ ଇଣ୍ଡିଆ । 2ଓପନର ରୋହିତ ଓ ରାହୁଲଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ରେକର୍ଡ 189 ରନର ପାର୍ଟନରସିପ ହୋଇଥିଲା । ଏହାସହ ଭାରତୀୟ ଖେଳାଳି ଭାବେ ରୋହିତ ଓ ରାହୁଲ ବିଶ୍ବକପରେ ସର୍ବାଧିକ 3ଥର ଶତକୀୟ ଭାଗିଦାରୀ ହୋଇଛି । ଚଳିତ ବିଶ୍ବକପରେ ରୋହିତ 5ମ ଶତକ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ରୋହିତ 14 ଚୌକା ଓ 2ଛକା ସହାୟତାରେ 103 ରନର ପାଳି ଖେଳିଥିଲେ । ରାହୁଲ 118 ବଲରେ 11 ଚୌକା ଓ 1ଛକା ସହାୟତାରେ 111ରନ କରିଥିଲେ । କୋହଲି 34 ରନ କରି ଦଳକୁ ବିଜୟୀ କରାଇଥିଲେ । ଶେଷ ବିଶ୍ବକପ ମ୍ୟାଚ ଖେଳୁଥିବା ଶ୍ରୀଲଙ୍କାର ଭେଟେରାନ ପେସର ଲସିଥ ମାଲିଙ୍ଗା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । କୁସନ ରଜିଥା ଓ ଇସୁରୁ ଉଦାନା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ପୂର୍ବରୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 262 ରନ କରିଥିଲା । ଦଳ ପକ୍ଷରୁ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଦମଦାର ଶତକ ହାସଲ କରିଥିଲେ । 128 ବଲରେ 10ଚୌକା ଓ 2ଛକା ସହାୟତାରେ 113 ରନର ପାଳି ଖେଳିଥିଲେ ମାଥ୍ୟୁସ । ଲାହିରୁ ଥିରିମାନେ 53 ରନର ଅର୍ଧଶତକୀୟ ପାଳି ଖେଳିଥିଲେ । ବୁମ୍ରା ସର୍ବାଧିକ 3ଟି ୱିକେଟ ନେଇଥିଲେ । ଭୁବନେଶ୍ବର, ପାଣ୍ଡ୍ୟା, ଜାଡେଜା, ଓ କୁଲଦିପ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ଭାରତ ଚଳିତ ବିଶ୍ବକପର ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ତେବେ ଶ୍ରୀଲଙ୍କା ବିଶ୍ବକପରୁ ପୂର୍ବରୁ ବାଦ ପଡିସାରିଛି ।
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)


ରୋହିତ ଶର୍ମାଙ୍କ ରେକର୍ଡ ଶତକ ପାଇଁ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଏହି ବିଜୟ ସହ ଭାରତ 15 ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆ ବିଜେତା ହେଲେ ଭାରତ ପଏଣ୍ଟ ଟେବୁଲର 2ୟ ସ୍ଥାନକୁ ଖସିପାରେ ।

ABOUT THE AUTHOR

...view details