ଓଡିଶା

odisha

ETV Bharat / sports

ବିଶ୍ବକପ: ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ଆରମ୍ଭ

ଭାରତର ଓପନିଂ ଯୋଡି ଜବରଦସ୍ତ ଖେଳିବା ଆରମ୍ଭ କରିଛି । ରୋହିତ ଶର୍ମା ଦମଦାର ଅର୍ଧଶତକ ହାସଲ କରି ଖେଳୁଛନ୍ତି । 15 ଓଭର ସୁଦ୍ଧା ଭାରତର ସ୍କୋର 87 ରନ ।

By

Published : Jun 16, 2019, 4:18 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ଲଣ୍ଡନ: ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ମ୍ୟାଚ ଆଜି (ଶନିବାର) ଖେଳାଯାଉଛି । ପ୍ରଥମେ ଟସ ଜିତି ପାକିସ୍ତାନ କ୍ୟାପଟେନ ସର୍ଫରାଜ ଅହମ୍ମଦ ବୋଲିଂ ନଷ୍ପତ୍ତି ନେଇଛନ୍ତି । ତେବେ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଟିମ୍ ଇଣ୍ଡିଆ ଦମଦାର ଆରମ୍ଭ କରିଛି ।

ଭାରତ ପକ୍ଷରୁ ଚଳିତ ବିଶ୍ବକପରେ ପ୍ରଥମ ଥର ରୋହିତ ସାଙ୍ଗରେ ଲୋକେଶ ରାହୁଲ ଓପନିଂ କରୁଛନ୍ତି । ଭାରତର ଓପନିଂ ଯୋଡି ଜବରଦସ୍ତ ଖେଳିବା ଆରମ୍ଭ କରିଛି । ରୋହିତ ଶର୍ମା ଦମଦାର ଅର୍ଧଶତକ ହାସଲ କରି ଖେଳୁଛନ୍ତି । ରାହୁଲ 33ରନରେ ଅପରାଜିତ ଅଛନ୍ତିି ।

15 ଓଭର ସୁଦ୍ଧା ଭାରତର ସ୍କୋର 87 ରନ ରହିଛି । ତେବେ ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ କଥା ହେଲା ପାକିସ୍ତାମ ପେସ ବୋଲରଙ୍କ ଉପରେ ମ୍ୟାଚର ପ୍ରଥମ 1ଘଣ୍ଟା ଭାରତ ପ୍ରଭାବ ବିସ୍ତାର କରି ଖେଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details