ବର୍ମିଂହାମ: ଆଜି ବିଶ୍ବକପ ଲଢେଇରେ ଭାରତ ବାଂଲାଦେଶ ମୁକାବଲା ହେଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ 314 ରନ କରିଛି । ରୋହିତ ଶର୍ମା ପୁଣି ଏକ ଆକର୍ଷଣୀୟ ଶତକୀୟ ପାଳି ଖେଳିଛନ୍ତି । 92 ବଲରୁ 7ଚୌକା ଓ 5ଛକା ସହାୟତାରେ ଦମଦାର 104 ରନର ପାଳି ଖେଳିଛନ୍ତି ରୋହିତ । ଲୋକେଶ ରାହୁଲ 92 ବଲରୁ 77 ରନର ଅର୍ଧଶତକୀୟ ପାଳି ଖେଳିଛନ୍ତି ।
ବିଶ୍ବକପ: ବାଂଲାଦେଶକୁ 315ରନର ଟାର୍ଗେଟ ଦେଲା ଭାରତ - Target
ଆଜି ବିଶ୍ବକପ ଲଢେଇରେ ଭାରତ ବାଂଲାଦେଶ ମୁକାବଲା ହେଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ 314 ରନ କରିଛି ।
ରିଷଭ ପନ୍ତ 41 ବଲରୁ 6ଚୌକା ଓ 1ଛକା ସହାୟତାରେ 48 ରନ କରି ଆଉଟ ହୋଇଥିଲେ । ଫଳରେ ପ୍ରଥମ ବିଶ୍ବକପ ଖେଳୁଥିବା ପନ୍ତ ମାତ୍ର 2 ରନ ପାଇଁ ଅର୍ଧଶତକରୁ ବଞ୍ଚିତ ହୋଇଥଲେ । କ୍ୟାପଟେନ କୋହଲି 26 ରନ କରି ଆଉଟ ହୋଇଥିଲେ । ତେବେ ଧୋନି 33 ବଲରୁ 35 ରନର ପାଳି ଖେଳି ଟିମ ଇଣ୍ଡିଆର ସ୍କୋରକୁ 300 ପାର କରାଇଥିଲେ ।
ଏକଦା ଭାରତ ଏକ ବଡ ସ୍କୋର ଆଡକୁ ଗତି କରୁଥିଲା । ତେବେ ବାଂଲାଦେଶ ବୋଲିଂର ହିରୋଥିଲେ ମୁସ୍ତାଫିଜୁର ରେହମାନ । ସର୍ବାଧିକ 5ଟି ୱିକେଟ ନେଇ ଭାରତର ସ୍କୋରକୁ ଅଳ୍ପରେ ସୀମିତ କରିଦେଇଥିଲେ ମୁସ୍ତାଫିଜୁର । ସାକିବ-ଅଲ-ହସନ ଗୋଟିଏ ରୁବେଲ ହୁସେନ ଗୋଟିଏ ଓ ସୌମ୍ୟ ସରକାର ଗୋଟିଏ ଲେଖାଁଏ ୱିକେଟ ହାସଲ କରିଛନ୍ତି ।