ହାଇଦ୍ରାବାଦ: ଚଳିତ ବିଶ୍ବକପର ସେମିପାଇନାଲ ଲାଇନ ସ୍ପଷ୍ଠ ହୋଇଛି । ପଏଣ୍ଟ ଟେବୁଲର 1ନଂ ଦଳ ଭାରତ ଓ 4ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଲଢେଇ ହେବ । ଅନ୍ୟପଟେ ଡିଫେଣ୍ଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆ ସହ 27 ବର୍ଷ ପରେ ସେମିରେ ପହଞ୍ଚିଥିବା ଇଂଲଣ୍ଡର ଟକ୍କର ହେବ ।
ମଙ୍ଗଳବାର ମାଞ୍ଚେଷ୍ଟରରେ ମହାମୁକାବଲା - india
ଚଳିତ ବିଶ୍ବକପର ସେମିପାଇନାଲ ଲାଇନ ସ୍ପଷ୍ଟ ହୋଇଛି । ପଏଣ୍ଟ ଟେବୁଲର 1ନଂ ଦଳ ଭାରତ ଓ 4ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଲଢେଇ ହେବ । ପ୍ରଥମ ହାଇପ୍ରୋଫାଇଲ ସେମିଫାଇନାଲ ଲଢେଇ ମଙ୍ଗଳବାର ମାଞ୍ଚେଷ୍ଟରରେ ଖେଳାଯିବ ।
ତେବେ ପ୍ରଥମ ହାଇପ୍ରୋଫାଇଲ ସେମିଫାଇନାଲ ଲଢେଇ ମଙ୍ଗଳବାର ମାଞ୍ଚେଷ୍ଟରରେ ଖେଳାଯିବ । ଏଥିପାଇଁ ଆରମ୍ଭ ହାଲାଣି କାଉନଡାଉନ । 2011 ବିଶ୍ବକପ ବିଜେତା ଟିମ ଇଣ୍ଡିଆ 2015 ବିଶ୍ବକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ବିଦାୟ ନେଇଥିଲା । ତେବେ ଚଳିତ ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି । ଗୋଟିଏ 2ଟି ମ୍ୟାଚକୁ ଛାଡିଲେ ଅନ୍ୟ ସମସ୍ତ ମ୍ୟାଚରେ ଭାରତ ଏକତରଫା ବିଜୟୀ ହୋଇଛି । କ୍ରିକେଟର ସମସ୍ତ ବିଭାଗରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏମିତିକି ଭାରତୀୟ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଲିଗ ପର୍ଯ୍ୟାୟରେ ଭାରତ ଖେଳିଥିବା 8ଟି ମ୍ୟାଚରେ 7ଟି ଶତକ ହାସଲ କରିଛନ୍ତି । ବୁମ୍ରା, ସାମି ଓ ଭୁବନେଶ୍ବରଙ୍କୁ ନେଇ ପେସ ବୋଲିଂ ୟୁନିଟ ବେଶ ଶକ୍ତିଶାଳୀ । ସ୍ପିନର ଚହଲ, କୁଲଦିପ ଚମତ୍କାର ଫର୍ମରେ ଅଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଦମଦାର ପ୍ରଦର୍ଶନ କରୁଛନ୍ତି ।
ଅନ୍ୟପଟେ 2015 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରି ଚମ୍ପିଆନ ହେବାରୁ ବଞ୍ଚିତ ହୋଇଥିଲା ନ୍ୟୁଜିଲାଣ୍ଡ । ତେଣୁ ମଙ୍ଗଳାବାର ଭାରତ ବିପକ୍ଷର କଡା ମୁକାବଲା ହେବାର ଆଶା କରାଯାଉଛି ।