ବର୍ମିଂହାମ: ଅଷ୍ଟ୍ରେଲିଆକୁ ହରାଇ ବିଶ୍ବକପ ସେମିଫାଇନାଲରେ ପହଞ୍ଚିଛି ଇଂଲଣ୍ଡ । 1992 ପରେ ଦୀର୍ଘ 27 ବର୍ଷ ପରେ ଇଂଲଣ୍ଡ କ୍ରିକେଟ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । 224 ରନର ବିଜୟ ଲକ୍ଷ୍ୟକୁ 8 ୱିକେଟରେ ହାସଲ କରିନେଇଛି ଇଂଲଣ୍ଡ । ଜେସନ ରୟ 85 ଜନ୍ନି ବେଷ୍ଟୋଙ୍କ ମଧ୍ୟରେ 124 ରନର ପ୍ରଥମ ୱିକେଟ ପାର୍ଟନରସିପ ହୋଇଥିଲା । ଜୋ ରୁଟ 49 ଓ କ୍ୟାପଟେନ ମୋର୍ଗାନ ଅପରାଜିତ ରହି ଇଂଲଣ୍ଡକୁ ବିଜୟୀ କରାଇଛନ୍ତି ।
ହାରିଲା ଅଷ୍ଟ୍ରେଲିଆ, 27 ବର୍ଷ ପରେ ବିଶ୍ବକପ ଫାଇନାଲରେ ଇଂଲଣ୍ଡ - AUSTRALIA
1992 ପରେ ଦୀର୍ଘ 27 ବର୍ଷ ପରେ ଇଂଲଣ୍ଡ କ୍ରିକେଟ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ମିଳିଥିବା 224 ରନର ବିଜୟ ଲକ୍ଷ୍ୟକୁ ସହଜରେ 8 ୱିକେଟରେ ହାସଲ କରି ନେଇଛି ଇଂଲଣ୍ଡ ।
ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପାଟ କମିନ୍ସ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 223 ରନ କରି ଅଲଆଉଟ ହୋଇଥିଲା। ଷ୍ଟିଭ ସ୍ମିଥ 85, ଆଲେକ୍ସ କ୍ୟାରି 46 ଓ ଗ୍ଳେନ ମାକ୍ସୱେଲ 22ରନର ପାଳି ଖେଳିଥିଲେ । ୱାର୍ଣ୍ଣର, ଫିଞ୍ଚ, ହାଣ୍ଡସକମ୍ବ ଷ୍ଟୋନିସ ସମସ୍ତେ ଫେଲ ମାରିଥିଲେ ।
ଇଂଲଣ୍ଡ ପକ୍ଷରୁ କ୍ରିସ ୱର୍କ୍ସ ଜବରଦସ୍ତ ବୋଲିଂ କରି 3ଟି ୱିକେଟ ନେଇଥିଲେ । ଫଳରେ ତାଙ୍କୁ ସେମିଫାଇନାଲ ମୁକାବିଲାର ମ୍ୟାନ ଅଫ ଦି ମ୍ୟାଚ ରହିଥିଲେ । ସ୍ପିନର ଆଦିଲ ରସିଦ 3ଟି, ଜୋଫ୍ରା ଆର୍ଚର 2ଟି ଓ ମାର୍କ ଉଡ ଗୋଟିଏ ୱିକେଟ ନେଇଥିଲେ ।