ଓଡିଶା

odisha

ETV Bharat / sports

ବିଶ୍ବକପ: ଫିଞ୍ଚଙ୍କ ଶତକ, ଇଂଲଣ୍ଡକୁ ଅଷ୍ଟ୍ରେଲିଆର 286 ରନର ଟାର୍ଗେଟ - ICC

ଆଜି ବିଶ୍ବକପରେ ଘରୋଇ ଇଂଲଣ୍ଡ ଓ ଡିଫେଣ୍ଡିଙ୍ଗ ଚମ୍ପିଆନ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଇଂଲଣ୍ଡ ସାମ୍ନାରେ 286 ରନର ବିଜୟ ଲକ୍ଷ୍ୟ ରଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jun 25, 2019, 7:38 PM IST

ଲର୍ଡ୍ସ: ଚଳିତ ବିଶ୍ବକପର ଅନ୍ୟତମ ହାଇଭୋଲଟେଜ ମୁକାବଲା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଇଂଲଣ୍ଡ ସାମ୍ନାରେ 286 ରନର ବିଜୟ ଲକ୍ଷ୍ୟ ରଖିଛି । ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ ଆରୋନ ଫିଞ୍ଚ ଶତକୀୟ ପାଳି ଖେଳିଛନ୍ତି । 116 ବଲରୁ ସମାନ 100 ରନ କରିଛନ୍ତି ଫିଞ୍ଚ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ତେବେ ଫିଞ୍ଚ ଆଉଟ ହେବା ପରେ ଅଷ୍ଟ୍ରେଲିଆ ସଂକଟରେ ପଡିଯାଇଥିଲା । ପ୍ରଥମରୁ ପ୍ରଭାବି ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ 33 ତମ ଓଭରରେ 2ୱିକେଟ ହରାଇ 173 ରନ କରିଥିଲା । ତେବେ ଶେଷ 15 ଓଭରରେ ଇଂଲଣ୍ଡ ବୋଲର ଦମଦାର ପ୍ରଦର୍ଶନ କରିଥିଲେ । କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବାକୁ ଦେଇନଥିଲେ ।

ଫଳରେ ଦ୍ରୁତ ରନ ସଂଗ୍ରହ କରିବାକୁ ଚେଷ୍ଟାକରି ନିୟମିତ ବ୍ୟବଧାନରେ, ଅଷ୍ଟ୍ରେଲିଆ ୱିକେଟ ହରାଇଥିଲା । ଦଳ ପକ୍ଷରୁ ୱାର୍ଣ୍ଣର 53, ସ୍ମିଥ 38 ରନ କରିଥିଲେ । ଶେଷ ଭାଗରେ ୱିକେଟ କିପର ଆଲେକ୍ସ କ୍ୟାରି 27 ବଲରୁ 38 ରନର ଅପରାଜିତ ପାଳି ଖେଳି ସ୍କୋରକପ 285ରେ ପହଞ୍ଚାଇଥିଲେ ।

ଇଂଲଣ୍ଡ ପକ୍ଷରୁ କ୍ରିସ ୱର୍କ୍ସ 2ଟି ଓ ଜୋଫ୍ରା ଆର୍ଚର, ମାର୍କ ଉଡ, ବେନ ଷ୍ଟୋକ୍ସ, ମୋଇନ ଅଲ୍ଲୀ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ABOUT THE AUTHOR

...view details