ଓଡିଶା

odisha

ETV Bharat / sports

ମ୍ୟାଚ ହାରିଲା ହେଲେ ହୃଦୟ ଜିତିଲା ବାଂଲାଦେଶ - BANGLADESH

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 381 ରନ କରିଥଲା । 382 ରନର ବିଶାଳ ଟାର୍ଗେଟକୁ ହାସଲ କରିବାକୁ ବାଂଲାଦେଶ ଜୋର ଲଗାଇଥିଲା । ତେବେ ସବୁ ଚେଷ୍ଟା ସତ୍ତ୍ବେ 48 ରନ ପଛରେ ରହିଯାଇଥିଲା ବାଂଲା ବାହିନୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jun 20, 2019, 11:48 PM IST

Updated : Jun 20, 2019, 11:58 PM IST

ନଟିଂହାମ: ବିଶ୍ବକପ ଲଢେଇରେ ବାଂଲାଦେଶକୁ 48 ରନରେ ହରାଇଛି ଅଷ୍ଟ୍ରେଲିଆକୁ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 381 ରନ କରିଥଲା । 382 ରନର ବିଶାଳ ଟାର୍ଗେଟକୁ ହାସଲ କରିବାକୁ ବାଂଲାଦେଶ ଜୋର ଲଗାଇଥିଲା । ତେବେ ସବୁ ଚେଷ୍ଟା ସତ୍ତ୍ବେ 48 ରନ ପଛରେ ରହିଯାଇଥିଲା ବାଂଲା ବାହିନୀ ।

ଦଳ ଫକ୍ଷରୁ ସର୍ବାଧିକ ରନ କରିଥିଲେ ମୁସଫିକର ରହିମ । 97 ବଲରୁ 9 ଚୌକା ଓ ଗୋଟିଏ ଛକା ସହ ଶତକୀୟ ପାଳି ଖେଳିଥିଲେ । ତେବେ ମୁସଫିକରଙ୍କ ଏହି ପାଳି ବାଂଲାଦେଶକୁ ବିଜୟୀ କରାଇପାରିନଥିଲା । ଓପନର ତମିମ ଇକବାଲ 62, ସାକିବ ଅଲ ହସନ 41, ଓ ମହମ୍ମଦୁଲ୍ଲା 69 ରନ କରିଥିଲେ । ସୌମ୍ୟ ସରକାର ମାତ୍ର 10 ରନ କରି ଆଉଟ ହୋଇଥିବାବେଳେ ଲିଟନ ଦାସ 17 ବଲରେ 20 ରନ କରି ଆଉଟ ହୋଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଓପନର ଡେଭିଡ ୱାର୍ଣ୍ଣର 147 ବଲରୁ 166 ରନର ଜବରଦସ୍ତ ପାଳି ଖେଳିଥିଲେ । ଏହା ସହ ୱାର୍ଣ୍ଣର 110 ଇନିଂସରେ 16ତମ ଶତକ ହାସଲ କରି ବିରାଟ କୋହଲିଙ୍କ ସମକକ୍ଷ ହୋଇଥିଲେ । ୱାର୍ଣ୍ଣରଙ୍କ ପାଳିରେ 14ଟି ଚୌକା ଓ 5ଟି ଛକା ସାମିଲ ରହିଛି । କ୍ୟାପଟେନ ଆରୋନ ଫିଞ୍ଚ 51 ବଲରୁ 53 ରନ କରି ଆଉଟ ହୋଇଥିଲେ । ଖାୱାଜା 72 ବଲରେ 89 ରନ କରି ଶତକରୁ ବଞ୍ଚିତ ହୋଇଥିଲେ । ୱାର୍ଣ୍ଣର ଉସମାନ ଖାୱଜାଙ୍କ ମଧ୍ୟରେ 191 ରନର ପାର୍ଟନରସିପ ହୋଇଥିଲା । ମାକ୍ସୱେଲ ମାତ୍ର 10 ବଲରୁ ଦ୍ରୁତ 32 ରନର ପାଳି ଖେଳି ଅଷ୍ଟ୍ରେଲିଆର ସ୍କୋରକୁ 350 କରାଇଥିଲେ । ୱାର୍ଣ୍ଣରଙ୍କ ଦମଦାର ପାଳି ପାଇଁ ତାଙ୍କୁ ପ୍ଲେଆର ଅଫ ଦି ମ୍ୟାଚ କରାଯାଇଛି । ୱାର୍ଣ୍ଣର ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସ ମ୍ୟାନ ହୋଇଛନ୍ତି ।

Last Updated : Jun 20, 2019, 11:58 PM IST

ABOUT THE AUTHOR

...view details