ଲଣ୍ଡନ: ବିଶ୍ବକପ ମ୍ୟାଚକୁ ପ୍ରଥମେ ବର୍ଷା ଭିଜେଇବା ପରେ,ଏବେ ଲୁହରେ ଭିଜୁଛି । ପ୍ରଥମ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜିମାରିନେଇଛି ନ୍ୟୁଜିଲାଣ୍ଡ । 240 ରନର ଲକ୍ଷ୍ୟକୁ ପିଛା କରି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଭାରତ । ଏହାପରେ ପନ୍ତ-ପାଣ୍ଡ୍ୟା, ଓ ଧୋନି-ଜାଡେଜା ଯୋଡି ଯଥାସମ୍ଭବ ଚେଷ୍ଟା କରିଥିଲେ । ତେବେ ବିଜୟ ଶେଷ ଭାଗରେ ଧୋନିଙ୍କ ରନଆଉଟ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଥିଲା । କ୍ୟାରିୟରର ଶେଷ ବିଶ୍ବକପ ଓ ଶ୍ରେଷ୍ଠ ଫିନିସର କୁହାଯାଉଥିବା ଧୋନିଙ୍କ ଆଖିରେ ପଡିଆ ଛାଡିବାବେଳେ ଲୁହ ଆସିଯାଇଥିଲା ।
ବର୍ଷା ପରେ ଲୁହ, ଲହୁରେ ଭିଜୁଛି ବିଶ୍ବକପ
ବିଶ୍ବକପ ମ୍ୟାଚକୁ ପ୍ରଥମେ ବର୍ଷା ଭିଜେଇବା ପରେ,ଏବେ ଲୁହରେ ଭିଜୁଛି । ନ୍ୟୁଜିଲାଣ୍ଡ ଠାରୁ ହାରିବା ପରେ ଧୋନି, ରୋହିତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । 2ୟ ସେମିଫାଇନାଲରେ ମଧ୍ୟ ୱାର୍ଣ୍ଣର, ଫିଞଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି ।
ସେପଟେ ଚଳିତ ବିଶ୍ବକପରେ 5ଟି ଶତକ ସହ ସର୍ବାଧିକ ରନ କରିଥିବା ରୋହିତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ତେବେ 2ୟ ସେମିଫାଇନାଲରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଫର୍ମରେ ଥିବା ଅଷ୍ଟ୍ରେଲିଆର ବାମହାତୀ ଓପନର ଡେଭିଡ ୱାର୍ଣ୍ଣର ମାତ୍ର 9 ରନକରି ଆଉଟ ହୋଇଯାଇଛନ୍ତି ।
ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ୱାର୍ଣ୍ଣର ନକଆଉଟ ମ୍ୟାଚରେ ଫେଲ ମାରିବା ପରେ ଦୁଃଖର ସହିତ ପଡିଆ ଛାଡିଥିଲେ । ସେପଟେ ଜୋଫ୍ରା ଆର୍ଚରଙ୍କ ଏକ ବଲ ଅଷ୍ଟ୍ରେଲିଆ ୱିକେଟକିପର ଆଲେକ୍ସ କ୍ୟାରିଙ୍କ ମୁଣ୍ଡରେ ବାଜି ରକ୍ତ ବୋହିଥିଲା । ପରେ ମୁଣ୍ଡରେ ପଟି ବାନ୍ଧି କ୍ୟାରି ଖେଳିଥିଲେ । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାଜୟର ମୁହଁ ଦେଖିବାକୁ ପଡିଛି ।