ହାଇଦ୍ରାବାଦ: ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ଓ ବୋଲିଂ ମାନ୍ୟତା । ଏହି ତାଲିକାର ଉଭୟ ବ୍ୟାଟିଂ ଓ ବୋଲିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ କ୍ରିକେଟର । ଭାରତୀୟ କ୍ୟାପଟେନ ବିରାଟ କୋହଲି 891 ପଏଣ୍ଟ ସହ, ଆଇସିସି ମାନ୍ୟତାର 1ନଂ ବ୍ୟାଟ୍ସମାନ ସ୍ଥାନରେ ଅଛନ୍ତି । ବୁମ୍ରା ବୋଲିଂ ମାନ୍ୟତାର 1ନଂ ସ୍ଥାନରେ ରହିଛନ୍ତି । ବାଂଲାଦେଶ ଅଲରାଉଣ୍ଡର ସାକିବ-ଅଲ-ହସନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାନ ପକ୍କା କରିଛନ୍ତି ।
'ବିରାଟ-ବୁମ୍ରା' ଆଇସିସି ମ୍ୟାନ୍ୟତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ-ବୋଲର - ବିରାଟ-ବୁମ୍ରା
ପ୍ରକାଶ ପାଇଲା ଆଇସିସି ବ୍ୟାଟିଂ ଓ ବୋଲିଂ ମାନ୍ୟତା । ଭାରତୀୟ କ୍ୟାପଟେନ ବିରାଟ କୋହଲି 891 ପଏଣ୍ଟ ସହ, ଆଇସିସି ମାନ୍ୟତାର 1ନଂ ବ୍ୟାଟ୍ସମାନ ସ୍ଥାନରେ ଅଛନ୍ତି । ବୁମ୍ରା ବୋଲିଂ ମାନ୍ୟତାର 1ନଂ ସ୍ଥାନରେ ରହିଛନ୍ତି । ବାଂଲାଦେଶ ଅଲରାଉଣ୍ଡର ସାକିବ-ଅଲ-ହସନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାନ ପକ୍କା କରିଛନ୍ତି ।
885 ପଏଣ୍ଟ ସହ ଭାରତର ରୋହିତ ଶର୍ମା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାର 2ୟ ସ୍ଥାନରେ ରହିଛନ୍ତି ।
ଶ୍ରେଷ୍ଠ 10 ବୋଲର ତାଲିକାରେ ଭାରତର ଜସପ୍ରିତ ବୁମ୍ରା 814 ପଏଣ୍ଟ ସହ 1ମ ସ୍ଥାନରେ ଅଛନ୍ତି । ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ 758 ପଏଣ୍ଟ ପାଇ ମାନ୍ୟତାର 2ୟ ସ୍ଥାନରେ ଅଛନ୍ତି । ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ପାଟ କମିନ୍ସ 698 ପଏଣ୍ଟରେ 3ୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର କାସିଗୋ ରବାଡା 4ର୍ଥ, ଇମ୍ରାନ ତାହିର 5ମ ସ୍ଥାନରେ ରହିଛନ୍ତି । ଆଫଗାନିସ୍ତାନର ବୋଲର ମୁଜିବ-ଅର-ରେହମାନ 4ପଏଣ୍ଟ ଉପରକୁ ଉଠି, ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ 7ମ, ଆଫଗାନିସ୍ତାନର ସ୍ପିନର ରସିଦ ଖାନ ଓ ଭାରତୀୟ ସ୍ପିନର କୁଲଦିପ ଯାଦବ ମିଳିତ ଯୁଗ୍ମଭାବେ 8ମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡର ଲୋକି ଫରଗୁସନ 10ମ ସ୍ଥାନରେ ରହିଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ପାକିସ୍ତାନର କୌଣସି ବୋଲର ଶ୍ରେଷ୍ଠ 10 ମଧ୍ୟରେ ନାହାଁନ୍ତି ।