ଓଡିଶା

odisha

ETV Bharat / sports

ବିଶ୍ବକପ୍‌: କିଏ ହେବେ ସେମିଫାଇନାଲିଷ୍ଟ ?

ବିଶ୍ବକପ୍‌କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । କିଏ ହେବ ଏଥର ବିଶ୍ବବିଜେତା ସେଥିପ୍ରତି ସଭିଙ୍କ ନଜର । ତେବେ ଏଥର ବିଶ୍ବକପରେ କେଉଁ ଟିମ ଖେଳିବ ସେମିଫାଇନାଲ ସେନେଇ ଭବିଷ୍ୟବାଣୀ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ।

By

Published : Jun 3, 2019, 7:55 PM IST

ଡିଜାଇନ ଫଟୋ

ଲଣ୍ଡନ: ରବିବାର ଲର୍ଡ୍‌ସ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର, ପାକିସ୍ତାନର ପୂର୍ବତନ ଅଧିନାୟକ ତଥା 1992 ବିଶ୍ବକପ୍ ବିଜୟୀ ଟିମର ସଦସ୍ୟ ୱାସିମ ଅକ୍ରମ, 2015 ବିଶ୍ବକପ୍‌ ବିଜୟୀ ଅଧିନାୟକ ମାଇକେଲ କ୍ଲାର୍କ, ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ ହକ, ଇଂଲଣ୍ଡର ପୂର୍ବତନ ଅଧିୱନାୟକ ନାସିର ହୁସେନ ଓ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ ତଥା 1975 ଓ 1978 ବିଶ୍ବକପ ବିଜୟୀ ଟିମର ସଦସ୍ୟ ଭିଭିଏନ୍‌ ରିଚାର୍ଡ୍‌ସ ସାମିଲ ହୋଇଥିଲେ ।

ତେବେ କାର୍ଯ୍ୟକ୍ରମରେ ସମସ୍ତ କିମ୍ବଦନ୍ତୀ ଖେଳାଳି କେଉଁ ଟିମ ବିଶ୍ବକପ ପାଇଁ ବଡ ଦାବିଦାର ସେନେଇ ନିଜ ମତ ରଖିଥିଲା । ମାଇକେଲ କ୍ଲାର୍କ ଅଷ୍ଟ୍ରେଲିଆ ଟିମକୁ ସବୁଠାରୁ ମଜବୁତ ଟିମ ଓ ବିଶ୍ବକପ ଜିତିବା ପାଇଁ ବଡ ଦାବିଦାର ବେଲି କହିଛନ୍ତି । ସେପଟେ ନାସିର ହୁସେନ ନିଜ ଟିମ ଇଂଲଣ୍ଡକୁ ବିଶ୍ବକପର ସବୁଠାରୁ ମଜବୁତ ଟିମ ବୋଲି କହିଥିବା ବଳେ ଭିଭିଏନ ରିଚାର୍ଡ୍ସ ୱେଷ୍ଟଇଣ୍ଡିଜକୁ ବିଶ୍ବକପର ଦାବିଦାର ବୋଲି ମତ ଦେଇଛନ୍ତି । ତେବେ ପାକିସ୍ତାନର ଦୁଇ ମହାନ କ୍ରିକେଟର ଭାରତ ଓ ଇଂଲଣ୍ଡକୁ ବିଶ୍ବକପ୍‌ ଟ୍ରଫି ଜିତିବା ପାଇଁ ଦାବିଦାର ବୋଲି କହିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର କିନ୍ତୁ ଭିନ୍ନ ମତ ରଖିଛନ୍ତି ସେ ଭାରତକୁ ନୁହେଁ ବରଂ ଇଂଲଣ୍ଡକୁ ବିଶ୍ବକପର ମଜବୁତ ଦାବିଦାର ବୋଲି କହିଛନ୍ତି ।

ଏହାସହ ସମସ୍ତ ଖେଳାଳି କେଉଁ କେଉଁ ଟିମ ସେମିଫାଇନାଲ ଖେଳିବେ ସେନେଇ ନିଜ ମତ ରଖିଛନ୍ତି ଏହି 6 ଜଣ କିମ୍ବଦନ୍ତୀ କ୍ରିକେଟର ।
ମିସବା ଉଲ ହକ: ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ
ମାଇକେଲ କ୍ଲାର୍କ: ଅଷ୍ଟ୍ରେଲିଆ. ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ
ଭିଭିଏନ ରିଚାର୍ଡ୍‌ସ: ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ. ଇଂଲଣ୍ଡ, ଭାରତ
ୱସିମ ଅକ୍ରମ: ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ
ସୁନୀଲ ଗାଭାସ୍କର: ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଚିଜ
ନାସିର ହୁସେନ: ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ

ତେବେ ଏହି ମହାନ ଖେଳାଳିଙ୍କ ମଧ୍ୟରୁ କାହାର ଭବିଷ୍ୟବାଣୀ ସତ ହେଉଛି ତାହା ତ ସମୟ କହିବ । ଏବେ କିନ୍ତୁ ବିଶ୍ବକପ୍‌ ମ୍ୟାଚକୁ ନେଇ ସବୁଠି ମାହେଲ ସରଗରମ ।

ABOUT THE AUTHOR

...view details