ଓଡିଶା

odisha

ETV Bharat / sports

ଟ୍ରାକକୁ ଫେରିଲେ ଦୂତି ଚାନ୍ଦ, ୱାର୍ଲ୍ଡ ୟୁନିଭରସିଟି ଗେମରେ ଖେଳିବେ

ଆସନ୍ତା ଜୁଲାଇ 3ରୁ ଇଟାଲି ହେବାକୁ ଥିବା ୱାର୍ଲ୍ଡ ୟୁନିଭରସିଟି ଗେମ ଟୁର୍ଣ୍ଣାମେଣ୍ଟରେ କିଟ ୟୁନିଭରସିଟି ତରଫରୁ ଭାଗନେବେ ଦୌଡ଼ ରାଣୀ ଦୂତିଚାନ୍ଦ ।

By

Published : Jun 29, 2019, 11:05 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ୱର: ଇଟାଲୀ ଯିବେ ଦୌଡ଼ ରାଣୀ ଦୂତିଚାନ୍ଦ । ଆସନ୍ତା ଜୁଲାଇ 3ରୁ ଇଟାଲି ହେବାକୁ ଯାଉଛି ୱାର୍ଲ୍ଡ ୟୁନିଭରସିଟି ଗେମ । ଏହି ଟୁର୍ଣ୍ଣାମେଣ୍ଟରେ କିଟ ୟୁନିଭରସିଟି ପକ୍ଷରୁ ଭାଗନେବେ ସେ।

ଦୌଡ଼ରାଣୀ ଦୂତିଚାନ୍ଦ କିଛି ଦିନ ପୂର୍ବରୁ ନିଜର ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ । ତେବେ ବ୍ୟକ୍ତିଗତ ଜୀବନକୁ ଛାଡି ଟ୍ରାକକୁ ଫେରିଛନ୍ତି ଦୂତି । 2017 ରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ଦୂତୀଚାନ୍ଦ। ତେବେ ଅସୁସ୍ଥତା କାରଣରୁ ମେଡାଲ ଜିତିବାରେ ସଫଳ ହୋଇନଥିଲେ ବୋଲି କହିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଖରା ସତ୍ତ୍ୱେ ଏଥର ଭଲ ପ୍ରାକ୍ସିସ କରିଛନ୍ତି ଓ ମେଡାଲ ଜିତିବାନେଇ ଦୂତି ଆଶାବାଦୀ ଅଛନ୍ତି । ଦୁତି 100 ମିଟର 200 ମିଟର ଓ ରିଲେ ବର୍ଗରେ ଭାଗ ନେଇଛନ୍ତି।


ଭୁବନେଶ୍ବରରୁ ପ୍ରତିନିଧି ଶତରୂପା ସାମନ୍ତରାଓ, ଇଟିଭି ଭାରତ

ABOUT THE AUTHOR

...view details