ଓଡିଶା

odisha

ETV Bharat / sports

ବିଶ୍ବକପ୍‌: କଙ୍ଗାରୁଙ୍କ ଆଗରେ 208 ରନର ବିଜୟ ଲକ୍ଷ୍ୟ

50 ଓଭର ଖେଳିପାରିଲେ ନାହିଁ ଆଫଗାନି ବ୍ୟାଟ୍ସମ୍ୟାନ 38.2 ଓଭରରେ ହେଲେ ଅଲଆଉଟ । ଅଷ୍ଟ୍ରେଲିଆ ଆଗରେ 208 ରନର ବିଜୟ ଲକ୍ଷ୍ୟ ।

By

Published : Jun 1, 2019, 10:42 PM IST

ବ୍ରିଷ୍ଟୋଲ: ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଆଣ୍ଠେଇଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ । ପ୍ରଥମ ବ୍ୟାଟିଂ କରି ମାତ୍ର 38.2 ଓଭରରେ 207 ରନ କରି ଅଲଆଉଟ ହୋଇଯାଇଥିଲା ଦଳ । ଆଉ ବିଜୟ ପାଇଁ ଅଷ୍ଟ୍ରେଲିଆ ଦଳକୁ ମିଳିଛି 208ରନର ଲକ୍ଷ୍ୟ । ଅଧିନାୟକ ଆରୋନ ଫିଞ୍ଚ ଆଉଟ ହେବା ପରେ, ଡେଭିଡ ୱାର୍ନର ଏବଂ ଉସମାନ ଖୱାଜାଙ୍କ ବ୍ୟାଟିଂ ଜାରି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ICC

ଆଫଗାନିସ୍ତାନର ଆରମ୍ଭ ଖୁବ ଖରାପ ଥିଲା, ଖାତା ନଖୋଲି ଦୁଇ ଓପନର ମହମ୍ମଦ ଶହଜାଦ ଓ ହଜରତଉଲ୍ଲାହ ଜାଜଇ ଶିକାର ହୋଇଥିଲେ କଙ୍ଗାରୁ ବୋଲରଙ୍କ ହାତରେ । ଶହଜାଦଙ୍କୁ ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଶେଲ ଷ୍ଟକ ଆଉଟ କରିଥିବା ବେଳେ ଜାଜଇଙ୍କୁ ପେଟ କମିଂସ । ଦୁଇଟି ବିକେଟ ଟଳିବା ପରେ କିଛି ସମୟ ପର୍ଯ୍ୟନ୍ତ ପାଳି ସମ୍ଭାଳିଥିଲେ ରେହମତ ଶାହ ଓ ହସମତଉଲ୍ଲାହ ଶାହିଦି । କିନ୍ତୁ 14 ଓଭରରେ ଶାହିଦିଙ୍କୁ ଆଉଟ କରିଥିଲେ ଜାମ୍ପା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@cricketworldcup

ଏହାପରେ ମହମ୍ମଦ ନବୀ 7 ରନ ଓ ରହମତ ଶାହ ମଧ୍ୟ 43 ରନ କରି ପାଭିଲିୟନ ଫେରିଥିଲେ । ଗୁଲବଦିନ ନାଇବ ଓ ନଜିବୁଲ୍ଲାହଙ୍କ ବ୍ୟାଟରୁ କିଛି ଆଖିଦୃଶିଆ ସଟ ଦେଖିବାକୁ ମିଳିଥିଲା । କିନ୍ତୁ ସେମାନେ ମଧ୍ୟ ଶେଷ ପର୍ଯ୍ୟନ୍ତ କ୍ରିଜରେ ତିଷ୍ଠି ପାରିନଥିଲେ 34 ଓଭରରେ ଷ୍ଟୋଇନିସ ଉଭୟଙ୍କୁ ଆଉଟ କରିଥିଲେ।

ଆଫଗାନିସ୍ତାନ ପକ୍ଷରୁ ନଜିବୁଲ୍ଲାହ ସର୍ବାଧିକ 51 ରନ କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ପେଟ କୁମିନ୍ସ ଓ ଆଡାମ ଜାମ୍ପା ଉଭୟ ତିନୋଟି ଲେଖାଏଁ ୱିକେଟ ହାତେଇଥିଲେ ।

ABOUT THE AUTHOR

...view details