ଓଡିଶା

odisha

ETV Bharat / sports

ବିଶ୍ବକପ ଖେଳିବି କହିଲେ ଡିଭିଲିୟର୍ସ, ମନାକଲା ଦକ୍ଷିଣ ଆଫ୍ରିକା

ବିଶ୍ବକପରେ କ୍ରମାଗତ ତିନୋଟି ମ୍ୟାଚ ହାରି ସାରିଛି ଦକ୍ଷିଣ ଆଫ୍ରିକା । ତେବେ ଏତିକି ବେଳେ ଆସିଛି ଏକ ରିପୋର୍ଟ ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତବର୍ଷ କ୍ରିକେଟରୁ ଅବସର ନେଇଥିବା ଷ୍ଟାର ଖେଳାଳି ଏବି ଡିଭିଲିୟର୍ସ ବିଶ୍ବକପ ଖେଳିବାକୁ ଅଫର ଦେଇଥିବା କଥା ଏବେ ସାମ୍ନାକୁ ଆସିଛି ।

By

Published : Jun 6, 2019, 9:23 PM IST

Updated : Jun 6, 2019, 10:04 PM IST

ଫାଇଲ ଫଟୋ

ଜୋହାନ୍ସବର୍ଗ: ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଚଳିତ ବିଶ୍ବକପରେ ଖେଳିବା ନେଇ ନିଜର ଇଚ୍ଛା ପ୍ରକାଶ କରିତିଲେ କିନ୍ତୁ ତାଙ୍କୁ ମନା କରିଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ।

ମିଳିଥିବା ଏକ ରିପୋର୍ଟ ଅନୁସାରେ ମେ ମାସରେ ଚୟନକର୍ତ୍ତା ବିଶ୍ବକପ ପାଇଁ ଖେଳାଳି ଚୟନ କରିବାର ଗୋଟିଏ ଦିନ ପୂର୍ବରୁ ଡିଭିଲିୟର୍ସ ଦେଇଥିଲେ ଏହି ଅଫର । କିନ୍ତୁ ଦକ୍ଷିଣ ଆଫ୍ରିକା ଟିମ ମ୍ୟାନେଜମେଣ୍ଟ କମିଟି ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ସେମାନେ ଭାବିଥିଲେ ଯଦି ଡିଭିଲିୟର୍ସଙ୍କୁ ଟିମକୁ ଅଣାଯାଏ ତେବେ ତାଙ୍କ ସନ୍ୟାସ ନେବା ପରେ ପ୍ରାୟ ଗୋଟିଏ ବର୍ଷ ହେଲା ଯେଉଁ ଦଳ ଏକ ହୋଇ ଖେଳୁଛି ତାଙ୍କ ପ୍ରତି ଅନ୍ୟାୟ ହେବ ।

ତେବେ ରିପୋର୍ଟରେ ଏହା ମଧ୍ୟ ସୂଚନା ରହିଛି ଯେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ ଡୁପ୍ଲେସିସ, ମୁଖ୍ୟ କୋଚ ଓଟିସ ଗିବସନ ଓ ଚୟନ କମିଟି ସଂଯୋଜକ ଲିଣ୍ଡା ଯୋଣ୍ଡିଙ୍କୁ ମଧ୍ୟ ଡିଭିଲିୟର୍ସ ଏନେଇ ଆପ୍ରୋଚ କରିଥିଲେ । ନିଜ ଅବସରରୁ ବ୍ୟାହତ ହୋଇ ଟିମ ପାଇଁ ବିଶ୍ବକପ ଖେଳିବା ନେଇ ଡିଭିଲିୟର୍ସଙ୍କ ଇଚ୍ଛାକୁ କିନ୍ତୁ ଟିମ ମ୍ୟାନେଜମେଣ୍ଟ ମନା କରିଦେଇଥିଲା ।

ଡିଭିଲିୟର୍ସଙ୍କୁ ମନା କରିବା ପାଇଁ ମ୍ୟାନେଜମେଣ୍ଟ ପାଖରେ ଦୁଇଟି କାରଣ ହେଲା, ପ୍ରଥମତଃ ସେ ବିଶ୍ବକପର ଠିକ ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ ମେ 2018ରେ କ୍ରିକେଟରୁ ଅବସର ନେଲେ । ଚୟନର କମିଟିର ମାପଦଣ୍ଡ ପୁରା କରି ପାରୁନଥିଲେ ଡିଭିଲିୟର୍ସ । ଅନ୍ୟ କାରଣଟି ହେଲା 35 ବର୍ଷୀୟ ଏହି ଖେଳାଳିଙ୍କୁ ପୁଣି ଥରେ ଟିମରେ ନେବା, ବର୍ତ୍ତମାନ ଖେଳାଳିଙ୍କ ପ୍ରତି ଅନ୍ୟାୟ ହେବ ।

ସୂଚନା ଯୋଗ୍ୟ ଯେ ଗତ ବର୍ଷ 14ବର୍ଷର କ୍ରିକେଟ କ୍ୟାରିୟରରୁ ସନ୍ୟାସ ନେଇଥିବା ଡିଭିଲିୟର୍ସ କହିଥିଲେ ଯେ ସେ ଥକି ଯାଇଛନ୍ତି । ତେବେ ଡିଭିଲିୟର୍ସଙ୍କ ଏହି ଅଫର କଥା ଦକ୍ଷିଣ ଆଫ୍ରିକାର କ୍ରମାଗତ ତିନୋଟି ପରାଜୟ ପରେ ସାମ୍ନାକୁ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 6, 2019, 10:04 PM IST

ABOUT THE AUTHOR

...view details