ହାଇଦ୍ରାବାଦ: ଜୁଲାଇ 14 ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ କ୍ରିକେଟ ବିଶ୍ବକପର ଫାଇନାଲ ମୁକାବିଲା ଖେଳାଯିବ । ସେଥିପାଇଁ ସବୁ ଟିକେଟ ବିକ୍ରି ସରିଛି । ଭାରତ ସେମିଫାଇନାଲ ଜିତିବ ଓ ଫାଇନାଲ ଖେଳିବ । ଏହି ଆଶାରେ 90 ପ୍ରତିଶତ ଭାରତୀୟ, ଫାଇନାଲ ମ୍ୟାଚର ଟିକେଟ କିଣିଛନ୍ତି । ୟୁନାଇଟେଡ ଷ୍ଟେଟସ, କାନାଡା ଓ ଅଷ୍ଟ୍ରେଲିଆରୁ ଅନେକ ଭାରତୀୟ ଜନ୍ମିତ ଫ୍ୟାନ୍ସ ଇଂଲଣ୍ଡରେ ଭାରତୀୟ ଦଳର ଖେଳ ଦେଖିବାକୁ ପହଞ୍ଚିଛନ୍ତି ।
ଲର୍ଡ୍ସରେ ଥିବେ 90 ପ୍ରତିଶତ ଭାରତୀୟ, କିନ୍ତୁ ନଥିବ ଭାରତୀୟ ଟିମ ! - ଲର୍ଡ୍ସ
ଭାରତ ସେମିଫାଇନାଲ ଜିତିବ ଓ ଫାଇନାଲ ଖେଳିବ ଏହି ଆଶାରେ 90 ପ୍ରତିଶତ ଭାରତୀୟ, ଫାଇନାଲ ମ୍ୟାଚର ଟିକେଟ କିଣିଥିଲେ । ତେବେ ଭାରତ ସେମିରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇ ବିଶ୍ବକପରୁ ବାଦ ପଡିଛି । ଏପରି ସ୍ଥିତିରେ ଭାରତୀୟ ପ୍ରଶଂସକ ଥିବେ, ହାତରେ ତ୍ରୀରଙ୍ଗା ଥିବ ମାତ୍ର ଲର୍ଡ୍ସରେ ଭାରତୀୟ ଦଳ ଫାଇନାଲ ଖେଳୁନଥିବ ।
ତେବେ ସେମିରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇ ବିଶ୍ବକପରୁ ବିଦାୟ ନେଇଛି ଭାରତ । ଏହି ଟିକେଟକୁ ଫେରସ୍ତ ପାଇଁ ଟେଷ୍ଟାକଲେ ବିଳମ୍ବିତ ହେବ ବୋଲି ଆଇସିସିର ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତେବେ କେହି ଭାରତୀୟ ନିଜର ଟିକେଟକୁ ଅନ୍ୟକୁ ବିକ୍ରିକରିବାକୁ ଚାହୁଁଥିଲେ, ଏହା ସହଜ ହେବ ନାହିଁ ।
ଆଇସିସିର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଇଂଲଣ୍ଡ ଆସିଥିବା ଭାରତୀୟ ଫ୍ଲାଇଟ ଟିକେଟ, ହୋଟେଲ ସବୁକିଛି ପୂର୍ବରୁ ବୁକ କରିସାରିଥିବେ । ବିଶ୍ବକପର ଫାଇନାଲ ମୁକାବିଲା ଦେଖିବାକୁ ନିଶ୍ଚିନ୍ତ ଆସିବେ । ତେବେ ଫାଇନାଲରେ ତାଙ୍କ ପ୍ରିୟ ଭାରତୀୟ ଦଳ ଖେଳୁନଥିବ । ଭାରତରେ ଜନ୍ମିତ ହେଲେ ମଧ୍ୟ ଇଂଲଣ୍ଡର ନାଗରିକତା ଗ୍ରହଣ କରିଥିବାରୁ ଫାଇନାଲରେ ଇଂଲଣ୍ଡକୁ ସମର୍ଥନ ଜଣାଇପାରନ୍ତି ।