ଓଡିଶା

odisha

By

Published : Jul 16, 2020, 6:06 PM IST

ETV Bharat / sports

ଚହଲଙ୍କ ସର୍ବକାଳୀନ ମହାନ ଭାରତୀୟ କ୍ରିକେଟର ଧୋନି

ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ, ସର୍ବକାଳୀନ ମହାନ ଭାରତୀୟ କ୍ରିକେଟରଙ୍କ ନାମ ଘୋଷଣା କରିଛନ୍ତି । ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ଚୟନ କରିଛନ୍ତି ଚହଲ ।

Yuzvendra Chahal picks India's greatest cricketer of all-time
ଚହଲଙ୍କ ସର୍ବକାଳୀନ ମହାନ ଭାରତୀୟ କ୍ରିକେଟର ଧୋନି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ, ସର୍ବକାଳୀନ ମହାନ ଭାରତୀୟ କ୍ରିକେଟରଙ୍କ ନାମ ଘୋଷଣା କରିଛନ୍ତି । ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ଚୟନ କରିଛନ୍ତି ଚହଲ ।

ଚହଲ କହିଛନ୍ତି, "ଉଭୟ ପଡିଆ ଭିତରେ ଓ ବାହାରେ ମାହି ଭାଇ ବହୁ ସାହାଯ୍ୟ କରିଛନ୍ତି । ଭାରତର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ମାହି ଭାଇ ଅନ୍ୟତମ । ମ୍ୟାଚର କଠିନ ପରିସ୍ଥିତି ସମୟରେ, ସେ ପାଖକୁ ଆସି କାନ୍ଧରେ ହାତ ରଖି ବିଶ୍ବାସ ଦିଅନ୍ତି । ଓ ଗୁଗୁଲି ବୋଲିଂ କରିବାକୁ କୁହନ୍ତି । ୱିକେଟ ପଛରେ ବ୍ୟାଟ୍ସମ୍ୟାନଙ୍କୁ ଭଲଭାବେ ପଢିପାରନ୍ତି । ସେହି ଅନୁଯାୟୀ ବୋଲିଂ ପାଇଁ ଟିପ୍ସ ଦିଅନ୍ତି । ଏହି ନିଷ୍ପତି ଅନେକବାର ଟିମ ସପକ୍ଷରେ ଯାଇଛି ।"

ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଥମ ଥର 5 ୱିକେଟ ହାସଲ କରିଥିଲେ ଚହଲ । ତେବେ ଏହା ପଛରେ ଧୋନିଙ୍କ ସୁଚିନ୍ତିତ ରଣନୀତି ଥିଲା ବୋଲି ଚହଲ ଖୁଲାସା କରିଛନ୍ତି । ଜେପି ଡୁମିନିଙ୍କୁ ଆଉଟ କରିବାକୁ ପାଖକୁ ଆସି ୱିକେଟ ସିଧା ବୋଲିଂ କରିବାକୁ ପରାମର୍ଶ ଦେଇଥିଲେ । ପରେ ଏହା ସଫଳ ହୋଇଥିଲା । ଡୁମିନି ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ ।

ନ୍ୟୁଜିଲାଣ୍ଡ ଗସ୍ତରେ ଟମ ଲାଥମ ମଧ୍ୟ ଏକାଧିକ ସୁଇପ ସଟ ଖେଳୁଥିଲେ । ଗୁଗୁଲି ବୋଲିଂ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବୋଲି କହିଛନ୍ତି ଚହଲ । ମାତ୍ର ଧୋନି ପାଖକୁ ଆସି ଲାଇନ ନ ବଦଳାଇବାକୁ କହିଥିଲେ । ପରେ ଲାଥମ ସ୍ପିନରେ ଫସିବା ସହ, ଲେଗବିଫୋର ଆଉଟ ହୋଇଥିଲେ ।

39 ବର୍ଷୀୟ ଧୋନି ଶେଷ ଥର ପାଇଁ 2019 କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଖେଳିଥିଲେ । ଏହା ପରଠାରୁ ଧୋନି କ୍ରିକେଟରୁ ଦୂରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details