ହାମିଲଟନ: ନିଜ ଯାଦୁକରୀ ବୋଲିଂ ବଳରେ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେଉଥିବା ବୋଲର ସୃଷ୍ଟି କରିଛନ୍ତି ଏକ ବିଶ୍ବରେକର୍ଡ । ତେବେ ଏହି କରିସ୍ମା ବୋଲିଂରେ ନୁହେଁ ନିଜ ବ୍ୟାଟିଂରେ ସେ ଦେଖାଇଛନ୍ତି । ଆମେ କହୁଛୁ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଳଙ୍କ କଥା । ନ୍ୟୁଜିଲାଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ଭାରତ ପରାସ୍ତ ହୋଇଥିବାବେଳେ ଚହଳ ବୋଲିଂରେ ନୁହେଁ ବରଂ ବ୍ୟାଟିଂ ଲାଇନରେ କରିଛନ୍ତି ରେକର୍ଡ ।
ବୋଲିଂ ଷ୍ଟାରଙ୍କ ବ୍ୟାଟିଂରେ ରେକର୍ଡ
ନ୍ୟୁଜିଲାଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ଭାରତ ପରାସ୍ତ ହୋଇଥିବାବେଳେ ଚହଳ ବୋଲିଂରେ ନୁହେଁ ବରଂ ବ୍ୟାଟିଂ ଲାଇନରେ କରିଛନ୍ତି ରେକର୍ଡ । ଏହି ମ୍ୟାଚରେ ଚହଲ ଭାରତ ପାଇଁ ସର୍ବାଧିକ ଅପରାଜିତ ୧୮ ରନ(୩୭ ବଲ, ୩ ଚୌକା) କରିଛନ୍ତି । ତେବେ ଏହା ଚହଲଙ୍କ ବ୍ୟାଟିଂ କ୍ୟାରିୟରର ସର୍ବାଧିକ ରନ ।
ଏହି ମ୍ୟାଚରେ ଚହଲ ଭାରତ ପାଇଁ ସର୍ବାଧିକ ଅପରାଜିତ ୧୮ ରନ(୩୭ ବଲ, ୩ ଚୌକା) କରିଛନ୍ତି । ତେବେ ଏହା ଚହଲଙ୍କ ବ୍ୟାଟିଂ କ୍ୟାରିୟରର ସର୍ବାଧିକ ରନ । ଏହା ପୂର୍ବରୁ ସେ ୩୮ଟି ଦିନିକିଆ ଖେଳିଛନ୍ତି ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର 12 ରନ ଥିଲା । ତେବେ 10 ନମ୍ବର ସ୍ଥାନରେ ବ୍ୟାଟିଂ କରି ସେ ଏକ ରେକର୍ଡ କରିଛନ୍ତି । ଦିନିକିଆ କ୍ରିକେଟରେ ଭାରତ ପାଇଁ ଏହି ସ୍ଥାନରେ ଏହା 2ୟ ସର୍ବାଧିକ ସ୍କୋର । ଏହା ପୂର୍ବରୁ ଜଭଗଲ ଶ୍ରୀନାଥ 10 ନମ୍ବରରେ ବ୍ୟାଟିଂ କରି ଶ୍ରୀଲଙ୍କା ବିରୋଧରେ 43 ରନ ସଂଗ୍ରହ କରିଥିଲେ ।
ଚହଲଙ୍କୁ ୩୮ଟି ଦିନିକିଆ ମଧ୍ୟରୁ ୪ ଥର ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି । ଏହି ୪ଟି ଇନିଂସରେ ସେ ୧୬ ରନ କରିଥିଲେ । ଏଥିରେ ୧୨ ରନ ଥିଲା ସର୍ବାଧିକ ସ୍କୋର । ସେ ଏହି ମ୍ୟାଚରେ କୂଲଦୀପଙ୍କ ସହ ମିଶି 10ମ ୱିକେଟରେ 25 ରନ ଯୋଡିଥିଲେ । ସୂଚନାଯୋଗ୍ୟ ଏହି ମ୍ୟାଚରେ ଭାରତ ୩୦.୫ ଓଭରରେ ସମସ୍ତ ୱିକେଟ ହରାଇ ୯୨ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୪.୪ ଓଭରରେ ୨ଟି ଓ୍ଵିକେଟ ହରାଇ ୯୩ ରନ କରି ଜିତିଥିଲା । ତେବେ 5 ମ୍ୟାଚ ସିରିଜରେ ଭାରତ ୩-୧ରେ ଆଗୁଆ ରହି ସିରିଜ ହାତେଇ ନେଇଛି ।